Advertisment

ସରକାର ଓ ପ୍ରଭାବଶାଳୀଙ୍କ ଜମି ଜବରଦଖଲ ମହାଖୁଲାସା କଲେ ସାଂସଦ ଅପରାଜିତା

୫ଟି ଗାଁର ଚାଷୀଙ୍କ ସ୍ବାର୍ଥକୁ ଦଳିମକଚି ପୋତାଯାଇଛି ଡ୍ୟାମ୍ ଚ୍ୟାନେଲ । ନିଜେ ମାଟି ଖୋଳି ସତ ସାମ୍ନାକୁ ଆଣିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଅଦ୍ୟତନ ହୋଇଛି
undefined

Aparajita Sarangi

Advertisment

ହାତରେ କୋଦାଳ ଧରି ମାଟି ଖୋଳିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପାଖରେ ଅଛନ୍ତି ସ୍ଥାନୀୟ ବାସିନ୍ଦା ଓ ଚାଷୀ । ଉପସ୍ଥିତ ଅଛନ୍ତି ବିଭାଗୀୟ କର୍ମଚାରୀ । କାରଣ ଏହି ମାଟି ତଳେ ଲୁଚି ରହିଛି ଜମି ଜବରଦଖଲର କାହାଣୀ । ବର୍ଷ ବର୍ଷ ଧରି ଜମି ହଡ଼ପ ପଛର ବଡ଼ ଷଡ଼ଯନ୍ତ୍ରର ଅଭିଯୋଗ । ପ୍ରାୟ ଘଣ୍ଟାଏର ପରିଶ୍ରମ ପରେ ସାମ୍ନାକୁ ଆସିଛି ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୋତାଯାଇଥିବା କଂକ୍ରିଟ୍ ଚାନେଲ୍ ।

Advertisment

ମାସେ କି ୬ ମାସ ନୁହଁ, ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ପୋତାଯାଇଥିବା ଚାନେଲକୁ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଖୋଳି ବାହାର କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାସହ ଏହାପଛର ବଡ଼ ଷଡ଼ଯନ୍ତ୍ର ଦିଗ ସଂପର୍କରେ ବି ସଂଗୀନ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଜଣେ ପ୍ରଭାବଶାଳୀ ମହିଳା କିରୁଥିକା ପ୍ରଭାକରନଓ ରାଜ୍ୟ ସରକାରଙ୍କୁ ଆୟତ୍ତରେ ରଖିଥିବା ଜଣେ କର୍ମଚାରୀଙ୍କ ମିଲିଭଗତରେ ପୋତି ଦିଆଯିବା ସହ ବେଆଇନ ଭାବେ ଜମି କବଜାକୁ ନିଆଯାଇଛି । ପରିଣାମ ସ୍ୱରୂପ, ୩ଶହ ଏକର ଚାଷ ଜମି ଜଳସେଚନ ସୁବିଧାରୁ ବଞ୍ଚିତ ହେବା ସହ ପଡ଼ିଆ ପଡ଼ିଥିବା ଅଭିଯୋଗ କରିଛନ୍ତି ସାଂସଦ।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳର ଡେରାସ୍ ଡ୍ୟାମରୁ ସ୍ଥାନୀୟ ଅଞ୍ଚଳର ଚାଷ ଜମିକୁ ପାଣି ପହଞ୍ଚାଇବା ପାଇଁ ୧୯ ଶହ ୫୦ ମିଟର ଲମ୍ବର ଏକ ଚାନେଲ୍ ରାଜ୍ୟ ସରକାର ନିର୍ମାଣ କରିଛନ୍ତି । ତା’ମଧ୍ୟରୁ ୪ଶହ ମିଟର ଚାନେଲକୁ ଗତ ୨ ବର୍ଷ ହେଲା ଅବରୋଧ କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ଭଗବତୀପୁର ଓ ଗିରିଙ୍ଗାଘାଟ ମୌଜାର ୩ଶହ ଏକରରୁ ଅଧିକ ଜମିକୁ ପାଣି ମାଡ଼ିପାରୁନି କି ଚାଷ ହୋଇପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି।

Advertisment

ଅବରୋଧ ହୋଇଥିବା ୪ଶହ ମିଟର ପରିଧିରେ ଏକ ଫାର୍ମହାଉସ୍ ନିର୍ମାଣ କରାଯାଇଛି । ତା’ଭିତରେ ଅନାବାଦୀ, ଜଙ୍ଗଲ ଓ ଦେବୋତ୍ତର ଜମି ଥିବା ନେଇ ସାଂସଦ ଅଭିଯୋଗ ଉଠାଇବା ଗତ ଅଗଷ୍ଟ ୨୫ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବି କରିଥିଲେ। ଅଥଚ ଏଯାଏଁ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ଗ୍ରାଉଣ୍ଡଜିରୋକୁ ଯାଇଥିଲେ ସାଂସଦ ଏବଂ ସ୍ଥାନୀୟ ବାସିନ୍ଦା ଓ ଚାଷୀଙ୍କ ସହ ଆଲୋଚନା କରି ଆସନ୍ତା ୩ ଦିନ ଯାଏଁ ରାଜ୍ୟ ସରକାରଙ୍କୁ ମହଲତ ଦେଇଛନ୍ତି । ନଚେତ୍ ୧୧ ତାରିଖରେ ଏହି ବେଆଇନ ଅବରୋଧର ପୁଣି ଖନନ କରାଯିବ ବୋଲି ସାଂସଦ ଚେତାବନୀ ଦେଇଛନ୍ତି ।

ତେବେ ସାଂସଦଙ୍କ ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା କିରୁଥିକାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଅପରପକ୍ଷେ କିରୁଥିକାଙ୍କ ଓକିଲ ଏହା ଉପରେ ଜବାବ ରଖିଛନ୍ତି ।

Advertisment
BJD Aparajita Sarangi Odisha BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ