MP Aparajita Sarangi
ପୁଣି ରାଜ୍ୟ ସରକାରଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ । ଟାଙ୍ଗୀ ମଣ୍ଡଳ ସମାବେଶରେ ସରକାରଙ୍କୁ ସମାଲୋଚନା କଲେ ଅପରାଜିତା । କହିଲେ ଓଡ଼ିଶାରେ ଏବେ ଭର୍ଚ୍ଚୁଆଲ ସରକାର ଚାଲିଛି । ଏଠାରେ ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତୃତ୍ୱ ନାହିଁ । ଏବେ ରାଜ୍ୟରେ ଜନ ପ୍ରତିନିଧି ଦେଖାଯାଉନାହାନ୍ତି । ସେମାନଙ୍କ ବଦଳରେ ସଚିବ ବୁଲୁଛନ୍ତି ।
ସଚିବ କିଛି ଦିନ ବୁଲିବା ଭିତରେ ୧୮ ହଜାର ଅଭିଯୋଗପତ୍ର ପାଇଲେଣି । ଏହାର ଅର୍ଥ ରାଜ୍ୟରେ ଏବେ ସରକାରଙ୍କ ସିଷ୍ଟମ୍ ଫେଲ୍ ମାରିଛି ବୋଲି କହିଛନ୍ତି ଅପରାଜିତା । ଖାଲି ସେତିକି ନୁହେଁ, ଏତେ ମାତ୍ରାରେ ଅଭିଯୋଗ ପତ୍ର କଥା କହି, ରାଜ୍ୟରେ ଅଭିଯୋଗ ଶୁଣାଣି ହେଉନି କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଚନ୍ଦକାରେ ଜଣେ ଅଣଓଡ଼ିଆ ବ୍ୟକ୍ତିଙ୍କ ସ୍ତ୍ରୀ ଏକର ଏକର ଜମି ଅକ୍ତିଆର କଲେଣି । ସାଂସଦ ଭାବେ ଖୁବଶୀଘ୍ର ତାହା ତଦନ୍ତ କରି କଥା ସାମ୍ନାକୁ ଆଣିବି ବୋଲି ଅପରାଜିତା ଚେତାବନୀ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690544248.jpg)