Bhartruhari Mahatab
ପୁଣି ଚର୍ଚ୍ଚାରେ ବିଜେଡି ସାଂସଦ ଭର୍ତ୍ତୃହରିଙ୍କ ଗୁମାସ୍ତା ବାଣ । ଗୁମାସ୍ତାମାନଙ୍କ ଉତ୍ପାତ ଆଜି ବି ଅଛି କହିଛନ୍ତି ଭର୍ତ୍ତୃହରି । ନିଜ ସଂପାଦିତ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରର ଶତବାର୍ଷିକୀ ପାଳନ ଅବସରରେ ମଂଚରେ ସାଂସଦ ଭର୍ତ୍ତୃହରି ଏ ସଂପର୍କରେ ବର୍ଣ୍ଣନା କରିବାକୁ ଯାଇ ଭର୍ତ୍ତୃହରି ଖାଉନ୍ଦମାନଙ୍କ ଉତ୍ପାତ କଣ କମିଛି କି, ଗୁମାସ୍ତାମାନଙ୍କ ଅତ୍ୟାଚାର କଣ କମିଛି କି ବୋଲି ପ୍ରଶ୍ନ ରଖିଥିଲେ ।
ଏଥିସହ କହିଥିଲେ ଯଦିଓ ସମ୍ବିଧାନ ଆମକୁ ଅଧିକାର ଦେଇଛି, ତା ସତ୍ତ୍ୱେ ଭିନ୍ନ ଭାବରେ ଭିନ୍ନ ଢଙ୍ଗରେ, ସେମାନଙ୍କ ଉତ୍ପାତ ଆଜି ବି ଅଛି । ଏପରିକି ଆମେ ଯେତେ ସଚେତନ ହେବା, ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବା ସେତେ ଏ ସମାଜରେ ଜାଗରଣ ହେବ ବୋଲି କହିଛନ୍ତି ଭର୍ତ୍ତୃହରି । ହେଲେ ଏ ଗୁମାସ୍ତା କିଏ, ତାଙ୍କ ଭାଷଣରେ ଭର୍ତ୍ତୃହରି କାହାକୁ ଗୁମାସ୍ତା ବୋଲି ଇଙ୍ଗିତ କରୁଛନ୍ତି, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696424066.jpg)