ବ୍ରହ୍ମପୁର- କଟକ- ଭୁବନେଶ୍ୱର ପାଇଁ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଚୂଡ଼ାନ୍ତ, ସଂରକ୍ଷଣ ତାଲିକା ବି ଆସିଲା ସାମ୍ନାକୁ

ଏହି ୩ ମଳହାନଗର ନିଗମ ତଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ମଧ୍ୟ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି । ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

VOTE

ବ୍ରହ୍ମପୁର, କଟକ, ଭୁବନେଶ୍ୱର ପାଇଁ ଚୂଡ଼ାନ୍ତ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ । ସୀମା ନିର୍ଦ୍ଧାରଣ ସହ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା । ବ୍ରହ୍ମପୁରର ମୋଟ୍ ୪୨ଟି ଓ୍ୱାର୍ଡରୁ ୨୩ଟି ଓ୍ୱାର୍ଡ ସଂରକ୍ଷିତ ରହିଛି । ସେହିଭଳି କଟକରେ ମୋଟ୍ ୫୯ଟି ଓ୍ୱାର୍ଡରୁ ୩୩ଟି ୱାର୍ଡ ସଂରକ୍ଷିତ ରହିଥିବା ବେଳେ ଭୁବନେଶ୍ୱରର ୬୭ଟି ଓ୍ୱାର୍ଡରୁ ୩୮ଟି ୱାର୍ଡ ସଂରକ୍ଷିତ ନେଇ ତାଲିକା ପ୍ରକାଶ ପାଇଛି ।

ତେବେ ଏହି ୩ ମଳହାନଗର ନିଗମ ତଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ମଧ୍ୟ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି । ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଭୁବନେଶ୍ୱର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ କଟକ ମେୟର ପଦବୀ ଅଣସଂରକ୍ଷିତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Mayor Election