Advertisment

ଯୁବ ଭୋଟରଙ୍କ ଉପରେ ବିଜେଡିର ଛଞ୍ଝାଣ ଆଖି: କଲେଜ-ୟୁନିଭରସିଟିରେ ଖୋଲିଲା ହେଲ୍ପ ଡେସ୍କ

ଖାଲି ସେତିକି ନୁହେଁ ଟିଫିନ୍ ଓ ପାନୀୟ ଜଳ ବି ବଣ୍ଟା ଯାଉଛି। ହେଲ୍ପ ଡେସ୍କରେ ଛାତ୍ରଛାତ୍ରୀ ବି ନିୟୋଜିତ ଅଛନ୍ତି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଯଦି କ୍ୟାମ୍ପସ୍ ଗୁଡିକରେ ଦଳ ହେଲ୍ପ ଡେସ୍କ ଖୋଲୁଛି, ତେବେ ଛାତ୍ର ସଂସଦ ନିର୍ବାଚନକୁ କାହିଁକି ବାତିଲ୍ କରାଯାଇଛି ଓ ଛାତ୍ର ବିଜେଡି ଏନେଇ କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠିଛି।

undefined

BCJD opens help desk in colleges and universities

Advertisment

୨୪ ନିର୍ବାଚନରେ ଭୋଟ୍ ଦେବେ ୨୦ ଲକ୍ଷ ନୂଆ ଭୋଟର। ରାଜ୍ୟର ଏହି ଯୁବ ଭୋଟରଙ୍କ ଉପରେ ବିଜେଡିର ନଜର। ରାଜ୍ୟ ସାରା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଦଳ ହେଲ୍ପ ଡେସ୍କ ଖୋଲି ଛାତ୍ରଛାତ୍ରୀଙ୍କୁ ସହୟତା ଯୋଗାଉଛି। ତେବେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ହେଲ୍ପ ଡେସ୍କ ରାଜନୀତି କରୁଥିବା ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଛାତ୍ର ସଂଗଠନ।

Advertisment

ବିଜେଡି ଖେଳୁଛି ହେଲ୍ପ ଡେସ୍କ ପଲିଟିକ୍ସ! ଆଡମିଶନ୍ ଋତୁରେ ନୂଆ ଭୋଟରଙ୍କୁ ଟାର୍ଗେଟ୍। ନାମଲେଖା ପାଇଁ ଆସୁଥିବା ନୂଆ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପ୍ସରେ ଜଗି ବସିଛି ଦଳ। ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକାରିଣୀ ସରିବା ପରେ ଏବେ ସବୁ କ୍ୟାମ୍ପସରେ ଦଳ ଖୋଲିଛି ହେଲ୍ପ ଡେସ୍କ। ବାଣୀବିହାରରୁ ରମାଦେବୀ, ବିକ୍ରମଦେବ ବିଶ୍ବବିଦ୍ୟାଳୟରୁ ରେଭେନ୍ସା। ୟୁଜି ଓ ପିଜି ଆଡମିଶନକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ପ୍ରମୁଖ ଶିକ୍ଷାନୁଷ୍ଠାନରେ ଦଳ ଖୋଲିଛି ହେଲ୍ପ ଡେସ୍କ। ଯେଉଁଠି ଆଡମିଶନ ପାଇଁ ଆସୁଥିବା ପିଲା ଓ ଅଭିଭାବକଙ୍କୁ ଆଡମିଶନ୍ ସଂକ୍ରାନ୍ତୀୟ ତଥ୍ୟ ଦିଆଯାଉଛି।

ଖାଲି ସେତିକି ନୁହେଁ ଟିଫିନ୍ ଓ ପାନୀୟ ଜଳ ବି ବଣ୍ଟା ଯାଉଛି। ହେଲ୍ପ ଡେସ୍କରେ ଛାତ୍ରଛାତ୍ରୀ ବି ନିୟୋଜିତ ଅଛନ୍ତି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଯଦି କ୍ୟାମ୍ପସ୍ ଗୁଡିକରେ ଦଳ ହେଲ୍ପ ଡେସ୍କ ଖୋଲୁଛି, ତେବେ ଛାତ୍ର ସଂସଦ ନିର୍ବାଚନକୁ କାହିଁକି ବାତିଲ୍ କରାଯାଇଛି ଓ ଛାତ୍ର ବିଜେଡି ଏନେଇ କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠିଛି।

Advertisment

ସେପଟେ ବିରୋଧୀ ଛାତ୍ର ସଂଗଠନ କିନ୍ତୁ ଏଥିରୁ ବାରିଛନ୍ତି ରାଜନୈତିକ ଗନ୍ଧ। ABVP, AISF ଓ NSUI ଭଳି ପଞ୍ଜୀକୃତ ଛାତ୍ର ସଂଗଠନ କ୍ୟାମ୍ପସରେ ବିନା ରାଜନୈତିକ ଦଳର ଚିହ୍ନ ଓ ରଙ୍ଗ ବ୍ୟବହାର କରି କାମ କରୁଛନ୍ତି। କିନ୍ତୁ ବିଜୁ ଛାତ୍ର ଜନତା ଦଳ ବିଜେଡି ଦଳର ରଙ୍ଗ ଓ ଲୋଗୋକୁ ବ୍ୟବହାର କରି କାର୍ଯ୍ୟକ୍ରମ କରୁଥିବାରୁ ଏହା ଲିଙ୍ଗଡୋ କମିଶନଙ୍କ ଗାଇଡଲାଇନ୍ ଉଲ୍ଲଘଂନ କରୁଥିବା ଅଖିଳ ଭାରତୀୟ ଛାତ୍ର ମହାସଂଘ ଅଭିଯୋଗ କରିଛି। ସେପଟେ ନିର୍ବାଚନ ପାଖେଇଥିବାରୁ ଯୁବ ଭୋଟ ବ୍ୟାଙ୍କକୁ ସୁଦୃଢ କରିବାକୁ ହେଲପ୍ ଡେସ୍କ ରାଜନୀତି ବିଜେଡି ଆରମ୍ଭ କରିଥିବା ଏବିଭିପି ଅଭିଯୋଗ କରିଛି।

ରାଜ୍ୟରେ ପାଞ୍ଚ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଛନ୍ତି ସରକାର। ଯାହାକୁ ନେଇ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଖୋଦ ଶାସକ ଦଳର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବି ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର କାହିଁକି ଡରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏସବୁଭିତରେ ହେଲପ୍ ଡେସ୍କ ରାଜନୀତି ଶାସକ ଦଳର ଉଦ୍ଦେଶ୍ୟଉପରେ ପ୍ରଶ୍ନବାଚୀ ଲଗାଇଛି।

Advertisment
BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ