Advertisment

ମୁଖ୍ୟମନ୍ତ୍ରୀଙ୍କୁ ବସନ୍ତଙ୍କ ସଂଘାତିକ ପ୍ରଶ୍ନ ! ଭାଟିକାନ୍‌ ସିଟିକୁ ସାଙ୍ଗରେ ଯାଇଥିବା ଶ୍ରଦ୍ଧା କିଏ ?

ଶ୍ରଦ୍ଧା କଥା ଲୋକଲୋଚନକୁ ଆଣନ୍ତୁ, ନହେଲେ ଦାୟିତ୍ବରୁ ଓହରନ୍ତୁ କହିଲେ ବସନ୍ତ ।

ଅଦ୍ୟତନ ହୋଇଛି
Basnat Panda

Basnat Panda

Advertisment

କିଏ ସେହି ଶ୍ରଦ୍ଧା ? ଯିଏ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ ଯାଇଥିଲେ ଭାଟିକାନ ସିଟି ? ଏଭଳି ପ୍ରଶ୍ନବାଣରେ ଛନ୍ଦିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା। ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି ବସନ୍ତ ପଣ୍ଡା ଶ୍ରଦ୍ଧାର ପରିଚୟ ମାଗିଛନ୍ତି। କହିଛନ୍ତି, ଶ୍ରଦ୍ଧା କିଏ ? ମୁଖ୍ୟମନ୍ତ୍ରୀଙ୍କ ସହ କେମିତି ଗଲେ ? ଭାଟିକାନ ସିଟିକୁ କାହିଁକି ନେଇଥିଲେ ? ତାଙ୍କୁ ସାଥିରେ ନେବାର ଉଦ୍ଦେଶ୍ୟ କଣ ? କେମିତି ପରିଚୟ ହେଲା ? ତାଙ୍କର ଦୈନନ୍ଦିନ କାମ କଣ ଥିଲା ଏବଂ କିଏ ଟିକେଟ ଦେଲା ବୋଲି ବସନ୍ତ ପଣ୍ଡା ପ୍ରଶ୍ନ କରିଛନ୍ତି। ଶ୍ରଦ୍ଧା କଥା ଲୋକଲୋଚନକୁ ଆଣନ୍ତୁ, ନହେଲେ ଦାୟିତ୍ବରୁ ଓହରିବାକୁ ଆହ୍ବାନ ଦେଇଛନ୍ତି ସାଂସଦ ବସନ୍ତ ପଣ୍ଡା। ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
CM Naveen Pope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ