Advertisment

ଦାମ ପରିବାରର ପକ୍ଷ ଛେଦନ ପାଇଁ ରଣନୀତି ! ଶଙ୍ଖଭବନରେ ଶଙ୍ଖ ଫୁଙ୍କିଲେ ବାପି ସର୍ଖେଲଙ୍କ ପତ୍ନୀ

ଭୁବନେଶ୍ୱରରେ ମିଶ୍ରଣ, ପାରାଦୀପରେ ହଲଚଲ ! ଶଙ୍ଖଭବନରେ ଶଙ୍ଖ ଫୁଙ୍କିଲେ ମିସେସ୍ ସର୍ଖେଲ୍। ବନ୍ଦରନଗରୀରେ ତେଜିଲା ବିଜେଡି ଟିକେଟ୍ ରେସ୍ ଚର୍ଚ୍ଚା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ବିଜେଡି ଶିବିରରେ ଯୋଗ ଦେଇଛନ୍ତି।

undefined

Bapi Sarkhel's Wife Joins BJD

Advertisment

ପାରାଦୀପ ବିଜେଡି ଟିକେଟ୍ ରେସରେ ଆଉ ଜଣଙ୍କ ଏଣ୍ଟ୍ରି। ଆଜି ବିଧିବଦ୍ଧ ଭାବେ ଶଙ୍ଖ ଧରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ପୂର୍ବରୁ ବିଧାୟକ ସମ୍ବିତ ରାଉତରାୟ, ନଚେତ୍ ତାଙ୍କ ପତ୍ନୀ ଗୀତାଞ୍ଜଳି କିମ୍ବା ସମ୍ବିତଙ୍କ ଭଉଣୀ ପ୍ରୀତିନନ୍ଦାଙ୍କୁ ଦଳ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ମୋନିଦୀପାଙ୍କୁ ଶଙ୍ଖ ଧରାଇ, ଏଥର ନିର୍ବାଚନରେ ଦାମୋଦର ରାଉତଙ୍କ ପରିବାର ହାତରୁ ୫ ଦଶନ୍ଧି ପୁରୁଣା କ୍ଷମତାକୁ ଛଡ଼ାଇ ନେବାକୁ, ଅସନ୍ତୁଷ୍ଟ ଦଳୀୟ ନେତାମାନେ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି।

Advertisment

ଭୁବନେଶ୍ୱରରେ ମିଶ୍ରଣ, ପାରାଦୀପରେ ହଲଚଲ ! ଶଙ୍ଖଭବନରେ ଶଙ୍ଖ ଫୁଙ୍କିଲେ ମିସେସ୍ ସର୍ଖେଲ୍। ବନ୍ଦରନଗରୀରେ ତେଜିଲା ବିଜେଡି ଟିକେଟ୍ ରେସ୍ ଚର୍ଚ୍ଚା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ବିଜେଡି ଶିବିରରେ ଯୋଗ ଦେଇଛନ୍ତି। ଦଳୀୟ ମୁଖ୍ୟାଳୟରେ ତାଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କଲେ ଖୋଦ୍ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ବାପି ସର୍ଖେଲ ଏବେ ରାଜ୍ୟ କଂଗ୍ରେସର ସାଧାରଣ ସଂପାଦକ ଥିବା ବେଳେ, ତାଙ୍କ ପତ୍ନୀ ବିଜେଡିରେ ମିଶିବା ପାରାଦୀପ ରାଜନୀତିକୁ ରୋଚକ କରିଛି।

୨୦୧୭ ପଞ୍ଚାୟତ ନିର୍ବାଚନରେ ବାପିଙ୍କ ପାଇଁ ପ୍ରଚାର ମଙ୍ଗ ଏକୁଟିଆ ସମ୍ଭାଳିଥିଲେ ମୋନିଦୀପା। ପୌର ନିର୍ବାଚନ ହେଉ କି ଦଳୀୟ କର୍ମୀ ସମ୍ମିଳନୀ ଓ ଶ୍ରମିକ ସମାବେଶ, ସବୁଥିରେ ଥିଲା ତାଙ୍କର ସକ୍ରିୟ ଭୂମିକା। ସେପଟେ ବାପି ସର୍ଖେଲ କଂଗ୍ରେସ ପଦପଦବୀରେ ଥାଇ ମଧ୍ୟ କିଛି ବର୍ଷ ହେବ ଦଳଠୁ ଦୂରେଇ ରହୁଥିବା ଦେଖିବାକୁ ମିଳୁଛି। ତେବେ ଆଜି ଅଚାନକ ତାଙ୍କ ପତ୍ନୀ ବିଜେଡିରେ ମିଶିବା ପରେ, ପାରାଦୀପ ପଲିଟିକ୍ସ ନୂଆ ମୋଡ଼ ନେଇଛି। ମୋନିଦୀପା ସର୍ଖେଲ ନିଜେ ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା କହିଥିବା ବେଳେ, ସମ୍ବିତ କହିଛନ୍ତି ଯେ, ମୋର ବି ଆଶା ଅଛି । କିନ୍ତୁ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ହାତରେ।

Advertisment

ପାରାଦୀପରେ କିଛି ସପ୍ତାହ ହେବ ଆଲୋଚନା ଜୋର ଧରିଥିଲା ଯେ, ଏଥର ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ବିଜେଡି ଟିକେଟ୍ ରେସରେ ଅଛନ୍ତି। ୨୦୧୯ରେ ସେ ସ୍ୱାମୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ। ସେପଟେ ଭୁବନେଶ୍ୱରରେ କର୍ପୋରେଟର ଥିବା ସମ୍ବିତଙ୍କ ଭଉଣୀ ତଥା ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ବି ଟିକେଟ ଚର୍ଚ୍ଚାରେ ଯୋଡ଼ି ହୋଇଛନ୍ତି। ମୋନିଦୀପାଙ୍କ ବିଜେଡିରେ ଏଣ୍ଟ୍ରି, କେବଳ ସମ୍ବିତଙ୍କର ନୁହେଁ, ପୂରା ଦାମ-ପରିବାରର ପକ୍ଷଚ୍ଛେଦନ ପାଇଁ ସୁଚିନ୍ତିତ ଷ୍ଟ୍ରାଟେଜି ବୋଲି ଚର୍ଚ୍ଚା ହେଉଛି।

ପାରାଦୀପରେ ବିଜେଡି ଅନ୍ତର୍କନ୍ଦଳ ବି ଭାରି ପଡ଼ିପାରେ ବିଧାୟକ ସମ୍ବିତ ରାଉତରାୟଙ୍କ ପାଇଁ। ଗତ ୧୫ ଦିନ ଭିତରେ ତିନି ତିନିଥର ମେଳି କରିସାରିଲେଣି ନିର୍ବାଚନ ମଣ୍ଡଳୀର ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ । ସେଠି ବିଧାୟକ-ବିରୋଧୀ ସ୍ୱର ତେଜୁଥିବା ବେଳେ, ଏଥର ଦାମଙ୍କ ପରିବାରରୁ କାହାକୁ ଟିକେଟ୍ ଦିଆନଯାଉ ବୋଲି ମଧ୍ୟ ଖୋଲାଖୋଲି ଦାବି ଉଠିଲାଣି। ଖୋଦ୍ ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ ଅସନ୍ତୁଷ୍ଟ ମେଳିର ମଙ୍ଗ ଧରି, ଏଥର ସମ୍ବିତଙ୍କ ପତ୍ତା କାଟିବାକୁ ଅଣ୍ଟା ଭିଡ଼ିଥିବା ଚର୍ଚ୍ଚା ହେଉଛି। ସେ ନିଜେ ଏଥର ବି ଟିକେଟ୍ ଆଶାୟୀ ଥିବା ପ୍ରତିକ୍ରିୟାରେ ସ୍ପଷ୍ଟ କରିଛନ୍ତି।

Advertisment

ପାରାଦୀପ ଏବଂ ତା ପୂର୍ବରୁ ଏରସମା ନିର୍ବାଚନ ମଣ୍ଡଳୀରେ ୫ ଦଶନ୍ଧି ଧରି ରହିଆସିଛି ଦାମଙ୍କ ଦବଦବା। ୨୦୧୯ରେ ଏହାକୁ ଆଗକୁ ବଢ଼ାଇଥିଲେ ପୁଅ ସମ୍ବିତ। ହେଲେ ଆଗକୁ ଦାମଙ୍କ ପରିବାରର ପତିଆରା ଜାରି ରହୁଛି, ନା ବନ୍ଦରନଗରୀର ବିଜେଡି ପାଣିପାଗ ବଦଳୁଛି, ତା ଉପରେ ନଜର।

BJD MLA Sambit Routray Bapi Sarkhel Paradeep
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ