Baijayanta Panda
ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ସଦ୍ୟ ଅନୁଷ୍ଠିତ ବିଭିନ୍ନ ରାଜ୍ୟ ଉପନିର୍ବାଚନରେ ସବୁ ବିରୋଧୀ ମିଶି ଯେତିକି, ବିଜେପି ତାଠୁ ବେଶି । ଉପନିର୍ବାଚନ ଫଳାଫଳ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏଭଳି ପ୍ରତିକ୍ରିୟା ରଖିବା ସହ ଉତ୍ତର ପୂର୍ବାଞ୍ଚଳରେ ବିଜେପି ଓ ମୋଦିଙ୍କ ଲୋକପ୍ରିୟତା ବଢ଼ି ଚାଲିଛି ବୋଲି କହିଛନ୍ତି । ଆସାମରେ ବିଜେପି ଓ ତାର ସହଯୋଗୀ ଦଳ କ୍ଲିନ ସୁଇପ୍ କରିଛନ୍ତି ।
Also Read
ମୋଦିଙ୍କ ପାଇଁ ଉତ୍ତର ପୂର୍ବାଞ୍ଚଳରେ ଉନ୍ନୟନମୂଳକ କାମ ଜାରି ରହିଛି । ଉତ୍ତର ପୂର୍ବାଞ୍ଚଳର ଆଉ ୨ଟି ରାଜ୍ୟରେ ରେଳ ସଂଯୋଗ ହୋଇପାରିଛି । କେବଳ ଉତ୍ତର ପୂର୍ବାଞ୍ଚଳ ନୁହେଁ, ସାରା ଭାରତରେ ମୋଦିଙ୍କ ଲୋକପ୍ରିୟତା ବଢୁଛି ବୋଲି କହିଛନ୍ତି ବୈଜୟନ୍ତ । ମୋଟ ୨୫ଟି ଆସନରେ ହୋଇଥିବା ଉପନିର୍ବାଚନରେ ସବୁ ବିରୋଧୀ ମିଶି ୧୨ଟି ସିଟ୍, ଜିତିଥିବା ବେଳେ ବିଜେପି ଓ ଏନ୍ଡିଏ ୧୩ଟି ଜିତିଛନ୍ତି । ଏଥିରୁ ମୋଦିଙ୍କ ଲୋକପ୍ରିୟତା ପ୍ରମାଣ ମିଳୁଛି ବୋଲି ବୈଜୟନ୍ତ କହିଛନ୍ତି ।
ବୈଜୟନ୍ତ କହିଛନ୍ତି, ପୂରା ଦେଶରେ ଯେଉଁ ଉପନିର୍ବାଚନ ହୋଇଛି, ବିଭିନ୍ନ ବିରୋଧୀ ଦଳଗୁଡ଼ିକ ଏହାକୁ ଭିନ୍ନ ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି । କିନ୍ତୁ ବାସ୍ତବ ଚିତ୍ର ହେଉଛି ଏନଡିଏ ୨୫ଟି ଆସନରୁ ୧୩ଟିରେ ବିଜୟ ହୋଇଛି । ଆଉ ବାକି ସବୁ ବିରୋଧୀ ଦଳ ମିଶିକି ୧୨ଟି ଜିତିଛନ୍ତି । ଏହି ଚିତ୍ର ହିଁ ଗତ କିଛି ବର୍ଷ ଧରି ଦେଖିବାକୁ ମିଳୁଛି । ତେଣୁ ସବୁ ମିଶିକି ଯେତିକି ପାଉଛନ୍ତି, ବିଜେପି ତାଠୁ ଅଧିକ ପାଉଛି । ତଥାପି ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ ବୋଲି ବୈଜୟନ୍ତ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/baijayanta-1_1626781190.jpg)


