Advertisment

‘ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ହେଉ ମଦ ଦୋକାନ, ଘୋଷଣା ହେଉ ସରକାରୀ ଛୁଟି’

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ହେଉ ମଦ ଦୋକାନ। ଘୋଷଣା ହେଉ ସରକାରୀ ଛୁଟି। ଜୋର୍ ଧରିଲା ଦାବି।

undefined

Holiday on January 22

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପରି ରାମମନ୍ଦିର ପ୍ରତିଷ୍ଠା ଦିନ ବି ରାଜ୍ୟରେ ସରକାରୀ ଛୁଟି ଘୋଷଣା ପାଇଁ ଉଠିଲା ଦାବି। ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଖାଲି ଛୁଟି ନୁହେଁ ସେହିଦିନ ରାଜ୍ୟରେ ମଦ ବିକ୍ରି ବନ୍ଦ ଲାଗି ମଧ୍ୟ ଦାବି କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ। ଏବେ ସୁଦ୍ଧା ୭ଟି ରାଜ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମଦ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ହେଉ ମଦ ଦୋକାନ। ଘୋଷଣା ହେଉ ସରକାରୀ ଛୁଟି। ଜୋର୍ ଧରିଲା ଦାବି। ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି ଆସନ୍ତାକାଲି ଅର୍ଥାତ ୧୭ ତାରିଖକୁ ରାଜ୍ୟ ସରକାର, ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି। ୨୨ ତାରିଖ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ମଧ୍ୟ ସରକାରୀ ଛୁଟି ଘୋଷଣା କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ବିଭିନ୍ନ ରାଜନୈତିକ ଦଳ ଏବଂ ସଂଗଠନ ମଧ୍ୟ ସମାନ ଦାବି କରିଛନ୍ତି । ଖାଲି ଛୁଟି ନୁହେଁ ରାଜ୍ୟରେ ୨୨ ତାରିଖ ଦିନ ମଦ ଦୋକାନ ବନ୍ଦ ପାଇଁ ମଧ୍ୟ ବିଚାର କରିବାକୁ ଦାବି ଉଠିଛି।

ବିଜେପି କହିଛି ୫୦୦ ବର୍ଷର ସଂଘର୍ଷ ପରେ, ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିନକୁ ସାଧାରଣ ଲୋକ ପୁଣ୍ୟ ଏବଂ ପବିତ୍ର ଦିନ ଭାବେ ପାଳନ କରିବା ପାଇଁ ଚାହୁଁଛନ୍ତି । ସେହି ଦୃଷ୍ଟି କୋଣରୁ ନିଶା ଦ୍ରବ୍ୟ ବନ୍ଦ କରିବା ସହ ଛୁଟି ଘୋଷଣା କରନ୍ତୁ ରାଜ୍ୟ ସରକାର। କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ସମାନ ଦାବି ଦୋହରାଇଛନ୍ତି। ଏମିତି କି ବିଜେଡି ନେତା ରବି ନନ୍ଦ ଏହି ଦାବିକୁ ସମର୍ଥନ କରିଥିବା ବେଳେ ସାଂସଦ ମୁନା ଖାଁ କହିଛନ୍ତି ଏବେ ବି ସମୟ ଅଛି, ଅଯଥା ବିବାଦ ନ କରାଯାଉ।

Advertisment

ଅନ୍ୟପଟେ ୭ଟି ରାଜ୍ୟ ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ଆସାମ, ହରିୟଣା ଓ ଉତ୍ତରାଖଣ୍ଡ ୨୨ ତାରିଖରେ ମଦ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ସବୁ ପ୍ରସ୍ତାବ ଉପରେ କୌଣସି ବିଚାର କରି ନାହାନ୍ତି। ତେଣୁ ଖାଲି ରାଜୈନୈତିକ ଦଳ ନୁହେଁ ବିଶ୍ୱହିନ୍ଦୁ ପରିଷଦ ଭଳି ଅନ୍ୟାନ୍ୟ ସଂଗଠନ ପକ୍ଷରୁ ମଧ୍ୟ ସମାନ ଦାବି ଉଠିଛି।

Odisha News BJP Ayodhya Ram Mandir Holiday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ