Advertisment

ଦୁଷ୍ମନ୍ତଙ୍କ ମୃତ୍ୟୁ , ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ପ୍ରାଣ ହରାଇଥିବା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ପ୍ରସଙ୍ଗ ଏବଂ ଖଣି ଦୁର୍ନୀତି କଥା ଉଠାଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।

ଅଦ୍ୟତନ ହୋଇଛି
ବିଧାନସଭା ଶୂନ୍ୟକାଳରେ ଉଠିଲା ମରୁଡ଼ି ପ୍ରସଙ୍ଗ

Winter-session-of-Odisha-Assembly

Advertisment

ଭୁବନେଶ୍ୱର: ବିଧାନସଭା ଅଧିବେଶନର ଆଜି ଶେଷ ଦିନ। ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ଜାରି ରହିଛି। ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକ ହୋହଲ୍ଲା କରିଥିଲେ। ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ପ୍ରାଣ ହରାଇଥିବା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ପ୍ରସଙ୍ଗ ଏବଂ ଖଣି ଦୁର୍ନୀତି କଥା ଉଠାଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।

Advertisment

କଂଗ୍ରେସ ମଧ୍ୟ ଖଣି ଦୁର୍ନୀତି ପ୍ରସଙ୍ଗରେ ନାରାବାଜି କରିଥିଲା । ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ଉଭୟ ସଦସ୍ୟ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧.୩୦ ପଯର୍ୟନ୍ତ ମୁଲତବୀ କରିଥିଲେ। ସେପଟେ ସାର ଓ ଫସଲ ବୀମା ପ୍ରସଙ୍ଗ ଉଠାଇଥିଲେ ଶାସକ ବିଜେଡି ସଦସ୍ୟ। ସମସ୍ତ ସଦସ୍ୟ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇ ପ୍ରତିବାଦ କରିଛନ୍ତି ।

Advertisment

 ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ କରି ପ୍ରାଣ ହରାଇଥିବା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ପ୍ରସଙ୍ଗ  ସହିତ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦବଙ୍ଗଗିରି ପ୍ରସଙ୍ଗ ଉଠାଇ ମଧ୍ୟ ଶାସକ ଦଳକୁ ଘେରିବାକୁ ଯୋଜନା କରିଛନ୍ତି  । ସେହିପରି ଖଣି ଦୁର୍ନୀତି ମଧ୍ୟ ଆଉ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହାକୁ ନେଇ ବିରୋଧୀ ହୋହଲ୍ଲା କରିଛନ୍ତି।

 ଗତକାଲି ବାଚସ୍ପତି ମୁଲତବୀ ନୋଟିସ୍ ଗ୍ରହଣ କରିନଥିବାରୁ ବାଚସ୍ପତିଙ୍କୁ ତାଙ୍କ ଚାମ୍ବରରେ ଘେରାଉ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ। ଖଣି ଦୁର୍ନୀତିକୁ ନେଇ କଂଗ୍ରେସ ହିଁ ଗତକାଲି ପ୍ରଥମେ ହଙ୍ଗାମା କରିଥିଲା। 

Advertisment
Odisha News Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ