Odisha Assembly Fight: ଲଜ୍ଜିତ କଲେ ବିଧାୟକ, ବିଧାନସଭାରେ ଅଭାବନୀୟ ସ୍ଥିତି 

 ଗଣତନ୍ତ୍ର ମନ୍ଦିରରେ ଗଣ୍ଡଗୋଳ । ଜନତାଙ୍କ ପ୍ରତିନିଧି ହେଲେ ବାଡ଼ିଆପିଟା । ଓଡ଼ିଶା ସ୍ୱାର୍ଥ ପଛ, ଆଗ ହେଲା ଏମାନଙ୍କ ଅହଂକାର । 

Odisha Assembly Fight

ଦେଶ ଦେଖିଲା ଓଡ଼ିଶା ବିଧାୟକଙ୍କ ବ୍ୟବହାର । ବିଧାନସଭାକୁ କରିଦେଲେ କ୍ଲବ ଘର ? ଗଣତନ୍ତ୍ର ମନ୍ଦିରରେ ଗଣ୍ଡଗୋଳ । ଜନତାଙ୍କ ପ୍ରତିନିଧି ହେଲେ ବାଡ଼ିଆପିଟା । ଓଡ଼ିଶା ସ୍ବାର୍ଥ ପଛ, ଆଗ ହେଲା ଏମାନଙ୍କ ଅହଂକାର । କାହାକୁ ଆପଣ କହିବେ ଠିକ୍‌ ? ଶାସକ ନା ବିରୋଧୀ ? ମନ୍ତ୍ରୀ ନା ବିଧାୟକ ? ନିଜ ଜିଦ୍‌ରେ ଅଟଳ ସମସ୍ତେ । ହାଇଡ୍ରାମା କରିବାକୁ ମଉକା ଖୋଜୁଛନ୍ତି ଯେମିତି । କେହି କାହାଠୁ କମ୍‌ ନୁହେଁ, କେହି କାହାଠୁ ବି ଅଧିକ ନୁହେଁ । ସମସ୍ତେ ଯେମିତି ଗୋଟିଏ ଲାଉର ୧୪୭ ମଞ୍ଜି । ଜଣେ ଜଣକୁ ଟାର୍ଗେଟ୍‌ କରୁଛନ୍ତି, ଆଉ ଜଣେ ଦେଉଛନ୍ତି ଉତ୍ତର ।

ଓଡ଼ିଶା ବିଧାନସଭାର ଇତିହାସରେ ଲେଖିଛନ୍ତି କଳଙ୍କିତ ଅଧ୍ୟାୟ । ଗଣତନ୍ତ୍ର ମନ୍ଦିରରେ ହିଂସାକରି ବିଧାନସଭା ବାହାରେ କରିଛନ୍ତି ଠିଆପାଲା । ଖାଲି ସେତିକି ଯେ ତା’ ନୁହେଁ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିତଣ୍ଡା ଯୁକ୍ତି ଓ ବିଜେଡି ବିଧାୟକ ଅରୁଣ ସାହୁଙ୍କ ସହ ବିଜେଡି ବିଧାୟକମାନେ ଦେଇଥିବା ବିବୃତି ବି କିଛି କମ୍‌ ନୁହେଁ । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଜବାବ ଦାବି କରି ଅଭିନବ ଢଙ୍ଗରେ ବିରୋଧ କରିଛି ବିଜେଡି । ଲଣ୍ଠନ ଧରି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଛି । ପରେ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ସମୁଖରେ ଧାରଣା ଦେଇଥିଲେ । 

ଅଧିକ ପଢ଼ନ୍ତୁ: ବିଧାନସଭାରେ ଯୋଡ଼ିହେଲା କଳଙ୍କିତ ଅଧ୍ୟାୟ, ହାତାହାତି ହେଲେ ସରକାରୀ ଓ ବିରୋଧୀ ବିଧାୟକ

ସବୁଠାରୁ ବଡ଼ କଥା ହେଉଛି, ଉଭୟ ବିଜେଡି ବିଜେପି ଓ କଂଗ୍ରେସ ରାଜନୀତିକୁ ନେଇ ବେଶ୍‌ ବ୍ୟସ୍ତ ରହୁଥିବାବେଳେ ସେପଟେ ରାଜରାସ୍ତାରେ ଖରା କାକରରେ ସିଝୁଛନ୍ତି ହଜାର ହଜାର ଆଶାକର୍ମୀ ଓ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ । କିନ୍ତୁ ଏମାନଙ୍କୁ ଲାଗିଛି ଦଳ, କୋଶଳ ଓ ରାଜନୀତି ଚିନ୍ତା । 

ସରୁନି ଦେଷାରୋପର ପର୍ବ । ଚାଲିଛି ଦୋଷ ଲଦା ଲଦି । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର  କାଡାମ ଏନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ଗୃହ ଭିତରେ ଠେଲା ପେଲା ସମୟର ଭିଡିଓ ଯାଞ୍ଚ କରି ବିଧାୟକ ଜୟନାରାୟଣ ମିଶ୍ର, ବାବୁ ସିଂ, ରଘୁରାମ ମାଛ ଓ ଅନ୍ୟାନ୍ୟ ସଦସ୍ୟଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ବିଧାୟକ ଦାବି କରିଛନ୍ତି । 

ଅଧିକ ପଢ଼ନ୍ତୁ: ତାରା ବାହିନୀପତି ୭ ଦିନ ସସପେଣ୍ଡ