• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ଆସିବ ୪ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ଭୋଟ୍‌ର ଫଳାଫଳ ଆଜି ପ୍ରକାଶ ପାଇବ । ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି ।

ଅନ୍ୟପକ୍ଷେ, ଭୋଟ୍ ଗଣତି ପୂର୍ବରୁ କଂଗ୍ରେସକର୍ମୀ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ କଂଗ୍ରେସ ସେଲିବ୍ରେସନ କରିଛି । ଆଜି ଭୋର୍‌ରୁ କଂଗ୍ରେସ କର୍ମୀମାନେ ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକାଠି ହୋଇ ବାଣ ଫୁଟାଇଛନ୍ତି । ବିଜୟ ପାଇଁ ଆଶାବାଦୀ ଥିବା କଂଗ୍ରେସ କର୍ମୀମାନେ ସେଲିବ୍ରେସନ କରିଛନ୍ତି ।

କ’ଣ କହୁଛି ଏକଜିଟ୍‌ ପୋଲ୍‌ ରିପୋର୍ଟ ? 

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ଏଥର ମଧ୍ୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ କହୁଛି । ଦୈନିକ ଭାସ୍କରର ଏକଜିଟ୍ ପୋଲ୍ ଅନୁସାରେ, ବିଜେପିକୁ ୯୫ରୁ ୧୧୫, କଂଗ୍ରେସକୁ ୧୦୫ରୁ ୧୨୦ ଏବଂ ଅନ୍ୟ ଦଳକୁ ୧୫ଟି ଆସନ ମିଳିପାରେ ।

ଇଣ୍ଡିଆ ଟୁଡେ ଆକଳନ କହୁଛି, ବିଜେପି ୧୪୦ ରୁ ୧୬୨, କଂଗ୍ରେସ ୬୮ରୁ ୯୦ ଓ ଅନ୍ୟାନ୍ୟ ୦ରୁ ୧ ସିଟ୍ ପାଇବେ । ଇଣ୍ଡିଆ ଟିଭି ଏକଜିଟ୍ ପୋଲ୍ ଅନୁସାରେ, ବିଜେପିକୁ ୧୪୦ରୁ ୧୫୯, କଂଗ୍ରେସ ୭୦ରୁ ୮୯, ଅନ୍ୟକୁ ୦ରୁ୨ ଆସନ ମିଳିପାରେ । ଜନ୍ କି ବାତ୍ ଅନୁସାରେ, ବିଜେପି ୧୦୦ରୁ ୧୨୩, କଂଗ୍ରେସ ୧୦୨ରୁ ୧୨୫ଟି ସିଟ୍ ପାଇପାରନ୍ତି ।

ନ୍ୟୁଜ୍ ଟ୍ୱେଣ୍ଟି ଫୋର୍‌ର ଏକଜିଟ୍‌ ପୋଲ୍‌ ଅନୁସାରେ, ବିଜେପିକୁ ୧୫୧, କଂଗ୍ରେସକୁ ୭୪କୁ ସିଟ୍ ମିଳିପାରେ ।  ରିପବ୍ଲିକ୍ ଟିଭି ଅନୁସାରେ,  ବିଜେପି ୧୧୮ରୁ ୧୩୦, କଂଗ୍ରେସ ୯୭ରୁ ୧୦୭ ସିଟ୍ ପାଇବାର ସମ୍ଭାବନା ରହିଛି । ସେହିପରି ଟାଇମ୍ସ ନାଓର ଏକଜିଟ୍‌ ପୋଲ୍‌ ଅନୁସାରେ, ବିଜେପିକୁ ୧୦୫ରୁ ୧୧୭, କଂଗ୍ରେସକୁ ୧୦୯ରୁ ୧୨୫ ଆସନ ମିଳିପାରେ ।  ଟିଭି ନାଇନ୍ ଭାରତ ବର୍ଷ ଅନୁସାରେ, ବିଜେପି ୧୦୫ରୁ ୧୧୬, କଂଗ୍ରେସକୁ ୧୧୧ରୁ ୧୨୧ ଆସନ ମିଳିପାରେ । 

ରାଜସ୍ଥାନ ବିଧାନସଭା ନିର୍ବାଚନ...

୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ପାଇଁ ହୋଇଥିବା ଏକଜିଟ୍ ପୋଲ୍ କହୁଛି, ଏଠାରେ ପଲଟିପାରେ ସରକାର । ଅର୍ଥାତ୍ ବାଜିମାତ୍ କରିବ ବିଜେପି । ଅଶୋକ ଗେହଲୋଟ୍‌ଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରକୁ ଲାଗିପାରେ ଧକ୍କା । ଏବିପି ନ୍ୟୁଜ୍ ଅନୁସାରେ, ବିଜେପି ୯୪ରୁ ୧୧୪, କଂଗ୍ରେସକୁ ୭୧ରୁ ୯୧ ଆସନ ମିଳିପାରେ । ଦୈନିକ ଭାସ୍କରର ଏକଜିଟ୍‌ ପୋଲ୍‌ରେ ବିଜେପିକୁ ୯୮ରୁ ୧୦୫ ଓ କଂଗ୍ରେସକୁ ୮୫ରୁ ୯୫ ଆସନ ମିଳିପାରେ ।

ସେହିପରି ଇଣ୍ଡିଆ ଟୁଡେର ଏକଜିଟ୍‌ ପୋଲ୍‌ ଅନୁସାରେ, ବିଜେପିକୁ ୮୦ରୁ ୧୦୦, କଂଗ୍ରେସକୁ ୮୬ରୁ ୧୦୬ ସିଟ୍, ଇଣ୍ଡିଆ ଟିଭିର ଏକଜିଟ୍‌ ପୋଲ୍‌ କହୁଛି, ବିଜେପିକୁ ୮୦ରୁ ୯୦, କଂଗ୍ରେସକୁ ୯୪ରୁ ୧୦୪ ସିଟ୍ ମିଳିପାରେ । ଜନ୍ କି ବାତ୍ ଏକଜିଟ୍ ପୋଲ ଆକଳନ କହୁଛି, ରାଜସ୍ଥାନରେ ବିଜେପି 
୧୦୦ରୁ ୧୨୨, କଂଗ୍ରେସ ୬୨ରୁ ୮୫ ଓ ଅନ୍ୟ ୧୪ରୁ ୧୫ ସିଟ୍ ପାଇପାରେ ।

ନ୍ୟୁଜ୍  ଟ୍ୱେଣ୍ଟି ଫୋର୍‌ର ଏକଜିଟ୍‌ ପୋଲ୍‌ ଅନୁସାରେ, ବିଜେପିକୁ ୮୯, କଂଗ୍ରେସକୁ ୧୦୧ ସିଟ୍,  ପି-ମାର୍କରେ ବିଜେପି ୧୦୫ରୁ ୧୨୫, କଂଗ୍ରେସ ୬୯ରୁ୯୧, ରିପବ୍ଲିକ ଟିଭିର ଏକଜିଟ୍‌ ପୋଲ୍‌ କହୁଛି, ବିଜେପି ୧୧୫ରୁ ୧୩୦, କଂଗ୍ରେସ ୬୫ରୁ ୭୫, ଟାଇମସ ନାଓ ଇଟିଜି ଅନୁସାରେ, ବିଜେପି ୧୦୮ରୁ ୧୨୮, କଂଗ୍ରେସ ୫୬ରୁ ୭୨ ଓ ଅନ୍ୟାନ୍ୟ ୫ରୁ ୧୫ ସିଟ୍ ପାଇବେ । ଟିଭି-୯ ଭାରତବର୍ଷ ପୂର୍ବାନୁମାନ ଅନୁସାରେ, ବିଜେପି ୧୦୦ରୁ ୧୧୦, କଂଗ୍ରେସ ୯୦ରୁ ୧୦୦ ଏବଂ ଅନ୍ୟ ଖାତାକୁ ୫ରୁ ୧୫ ଆସନ ମିଳିପାରେ ।

ଛତିଶଗଡ଼ ବିଧାନସଭା ନିର୍ବାଚନ...

ଛତିଶଗଡ଼ରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟାଇଟ୍ ଫାଇଟ୍ ହେବ ଏବଂ କଂଗ୍ରେସ ଅଳ୍ପ କିଛି ସିଟ୍ ଅଧିକ ପାଇବ ବୋଲି ଏକଜିଟ୍ ପୋଲ୍ କହୁଛି ।  ଏବିପି ନ୍ୟୁଜ୍ ଏକଜିଟ୍ ପୋଲ୍ ଅନୁସାରେ, ୯୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୩୬ରୁ ୪୮, କଂଗ୍ରେସ ୪୧ରୁ ୫୩, ଅନ୍ୟକୁ ୦ରୁ୪ଟି 
ଆସନ ମିଳିପାରେ । ଦୈନିକ୍ ଭାସ୍କରର ଏକଜିଟ୍‌ ପୋଲ୍‌ ଅନୁସାରେ, ବିଜେପିକୁ ୩୫ରୁ ୪୫, କଂଗ୍ରେସକୁ ୪୬ରୁ ୫୫, ଇଣ୍ଡିଆ ଟୁଡେର ଏକଜିଟ୍‌ ପୋଲ୍‌ ଅନୁସାରେ, ବିଜେପିକୁ ୩୬ରୁ ୪୬, କଂଗ୍ରେସକୁ ୪୦ରୁ ୫୦ସିଟ୍ ମିଳିପାରେ ବୋଲି ଆକଳନ କରାଯାଇଛି ।

ଇଣ୍ଡିଆ ଟିଭି ଅନୁସାରେ, ବିଜେପିକୁ ୩୦ରୁ୪୦, କଂଗ୍ରେସକୁ ୪୬ରୁ ୫୬ ଆସନ ମିଳିବାକୁ ଥିବାବେଳେ ଜନ୍ କି ବାତ୍ ଅନୁସାରେ,  ବିଜେପି ୩୪ରୁ ୪୫, କଂଗ୍ରେସ ୪୨ରୁ ୫୩ ଓ ଅନ୍ୟାନ୍ୟ ୩ଟି ସିଟ୍ ପାଇବେ । ନ୍ୟୁଜ୍ ଟ୍ୱେଣ୍ଟି ଫୋର୍ ଅନୁସାରେ, ବିଜେପିକୁ ୩୩, କଂଗ୍ରେସକୁ ୫୭, ରିପବ୍ଲିକ୍ ଟିଭି ଅନୁସାରେ, ବିଜେପିକୁ ୩୪ରୁ ୪୨, କଂଗ୍ରେସକୁ ୪୪ରୁ୫୨ ସିଟ୍ ପାଇପାରନ୍ତି ।

ଟାଇମ୍ସ ନାଓ ରିପୋର୍ଟ ଅନୁସାରେ, ବିଜେପିକୁ ୩୨ରୁ ୪୦, କଂଗ୍ରେସକୁ ୪୮ରୁ ୫୬ ଏବଂ ଟିଭି ନାଇନ୍ ଭାରତ ବର୍ଷ ଏକଜିଟ୍ ପୋଲ୍‌ରେ ବିଜେପିକୁ ୩୫ରୁ ୪୫, କଂଗ୍ରେସକୁ ୪୦ରୁ ୫୦ ଆସନ ମିଳିପାରେ ବୋଲି ଆକଳନ କରାଯାଇଛି । 

ତେଲେଙ୍ଗାନା ବିଧାନସଭା ନିର୍ବାଚନ...

ତେଲେଙ୍ଗାନାରେ ପୁଣିଥରେ ଭାରତ ରାଷ୍ଟ୍ର ସମିତି ଅର୍ଥାତ୍‌ କେସିଆରଙ୍କ BRS ପୁଣିଥରେ ସରକାର ଗଢ଼ିପାରେ । ତେବେ କେସିଆରଙ୍କ ପାଇଁ କଣ୍ଟା ସାଜିପାରେ କଂଗ୍ରେସ । ତେଲେଙ୍ଗାନାରେ ବିଆରଏସକୁ କଡ଼ା ଟକ୍କର ଦେଉଛି କଂଗ୍ରେସ । ଇଣ୍ଡିଆ ଟିଭି ତଥ୍ୟ କହୁଛି, ବିଆରଏସ୍ ୩୧-୪୭, କଂଗ୍ରେସ ୬୩-୭୯ ଓ ବିଜେପି ୨-୪ଟି ସିଟ୍ ପାଇବେ।

ଜନ୍ କି ବାତ୍ ଏକଜିଟ୍ ପୋଲ୍ କହୁଛି, ବିଆରଏସ୍ ୪୦ରୁ ୫୫, କଂଗ୍ରେସ ୪୮ରୁ ୬୪ ଓ ବିଜେପି ୭ରୁ ୧୩ଟି ସିଟ୍ ପାଇବେ । ରିପବ୍ଲିକ୍ ଟିଭି ଏକଜିଟ୍ ପୋଲ୍ ଅନୁସାରେ, ବିଆରଏସକୁ ୪୬ରୁ ୫୬, କଂଗ୍ରେସକୁ ୫୮ରୁ ୬୮ ଓ ବିଜେପିକୁ ୪ରୁ ୯ଟି ସିଟ୍ ମିଳିବ । ଟିଭି ନାଇନ୍ ଭାରତବର୍ଷର ଏକଜିଟ୍ ପୋଲ୍‌ ଅନୁସାରେ,  ବିଆରଏସ୍ ୪୮ରୁ ୫୮, କଂଗ୍ରେସ ୪୯ରୁ ୫୯ ଓ ବିଜେପି ୫ରୁ ୧୦ଟି ସିଟ୍ ପାଇବେ ବୋଲି କୁହାଯାଇଛି ।