Advertisment

ରାଜ୍ୟସଭା ନିର୍ବାଚନ: ପୁଣି ରିପିଟ୍‌ ହେବେ କି ଅଶ୍ୱିନୀ ବୈଷ୍ଣବ ? ଚର୍ଚ୍ଚା ବଢ଼ାଇଲା କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ

ରାଜ୍ୟସଭା ନିର୍ବାଚନ ଭିତରେ ହଠାତ୍ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ନେଇ ବଢ଼ିଲା ଚର୍ଚ୍ଚା।

ଅଦ୍ୟତନ ହୋଇଛି
Ashwini Vaishnaw

Ashwini Vaishnaw

Advertisment

ରିପିଟ ହେବେ କି ଅଶ୍ୱିନୀ ବୈଷ୍ଣବ। ରାଜ୍ୟସଭା ନିର୍ବାଚନ ଭିତରେ ହଠାତ୍ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ନେଇ ବଢ଼ିଲା ଚର୍ଚ୍ଚା। ବିଜେଡି ଦୁଇଟି ରାଜ୍ୟସଭା ଆସନରେ ପ୍ରାର୍ଥୀ ଦେବା ପରେ ତୃତୀୟ ଆସନରେ କିନ୍ତୁ ପ୍ରାର୍ଥୀ ଘୋଷଣା କରିନାହିଁ। ଯାହାକୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି। ତେବେ ଆସନ୍ତାକାଲି ସରକାରୀ ଛୁଟି ଥିବା ବେଳେ ନାମାଙ୍କନ ପତ୍ର ଦାଖଲ ପାଇଁ କେବଳ ଗୁରୁବାର ବାକି ରହିଛି। ଏଭିଳି ସ୍ଥିତିରେ ଦୁଇ ଦୁନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅଶ୍ୱିନୀ।

Advertisment

ଆସନ୍ତାକାଲି ୯ ଟା ୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ। ପରେ ସେକେଣ୍ଡ ହାଫରେ ରେଳ ପ୍ରକଳ୍ପର ସମୀକ୍ଷା କରିବେ। ପୁଣି ସନ୍ଧ୍ୟା ୬ଟାରେ ବିଏସଏନଏଲର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ରେଳମନ୍ତ୍ରୀ।

ତେବେ ଗୁରୁବାର ଅର୍ଥାତ ୧୫ ତାରିଖ ଦିନ କୌଣସି ସରକାରୀ କାର୍ଯ୍ୟକ୍ରମ ନ ଥିବା ବେଳେ କେବଳ କିଛି ସାଧାରଣ କାର୍ଯ୍ୟକ୍ରମ ରହିଛି। ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଦିଲ୍ଲୀ ଅଭିମୁଖେ ଯିବେ ଅଶ୍ୱିନୀ ବୈଷ୍ଣବ। ତେଣୁ ଗୁରୁବାର କୌଣସି ସରକାରୀ କାର୍ଯ୍ୟକ୍ରମ ନ ଥିବାରୁ ଏହା ଅଶ୍ୱିନୀ ରିପିଟ ହେବା ଚର୍ଚ୍ଚାକୁ ଖୋରାକ ଯୋଗାଉଛି।

Advertisment
Rajya Sabha Election Rajya Sabha Ashwani Vaishnav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ