Advertisment

Arun Sahoo: ବିଜେଡିର ବିଦ୍ରୋହ ଭିତରେ ଅରୁଣ ସାହୁଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା, ପାଣ୍ଡିଆନଙ୍କ ନାଁ ନନେଇ ପରୋକ୍ଷରେ ବର୍ଷିଲେ ଅରୁଣ ସାହୁ !

ମନ ଭିତରେ ଆମ ବିବେକ, କେଉଁଠି ନା କେଉଁଠି ବିଦ୍ରୋହ କରୁଛି। ଏ ସବୁ କହିବା ବେଳେ ମୋ ମନ ଭିତରେ ବିଦ୍ରୋହର ନିଆଁ ଜଳୁଛି ବୋଲି କହିଛନ୍ତି ଅରୁଣ ସାହୁ।

Arun

Arun

Advertisment

କହିଁପେ ନିଗାହେଁ, କହିଁପେ ନିଶାନା। ବିଜେଡିର ବଢୁଥିବା ବିଦ୍ରୋହ ଭିତରେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା। ଭୁବନେଶ୍ବରରେ ଆୟୋଜିତ ଏକ ଗୁରୁଦିବସ ଉତ୍ସବରେ ଯୋଗ ଦେଇ ଅରୁଣ କହିଛନ୍ତି, ବାବୁ ପଣିଆ ଦେଖେଇ ହାକିମାତି କରିବା ଆଉ ଅର୍ଡର କରିବା କାମ ସମସ୍ତେ କରି ପାରିବେ। ନିଜର ଶ୍ରେଷ୍ଠତ୍ବ ପ୍ରତି ପାଦନ କରିବାକୁ ଯାଇ ଅନ୍ୟକୁ ନୀଚା ଦେଖେଇବାଟା ସମସ୍ତଙ୍କ ହାତରେ ହୋଇ ପାରିବ।

Advertisment

ସେହିପରି କୋଟେରୀ ଗ୍ରୁପକୁ ପରୋକ୍ଷରେ କଟାକ୍ଷ କରି ଅରୁଣ କହିଛନ୍ତି କାମ ହାସଲ କରିବା ପାଇଁ ଆମେ ଉପାୟ ବାଛୁଛେ। ନୀତି ବିରୋଧି ବା ଅନୈତିକ ହେଲେ ମଧ୍ୟ କାମଟା ହାସଲ କରିବା ପାଇଁ ଆମେ ଆତ୍ମ ସମର୍ପଣ କରୁଛେ। କିନ୍ତୁ ମନ ଭିତରେ ଆମ ବିବେକ, କେଉଁଠି ନା କେଉଁଠି ବିଦ୍ରୋହ କରୁଛି। ଏ ସବୁ କହିବା ବେଳେ ମୋ ମନ ଭିତରେ ବିଦ୍ରୋହର ନିଆଁ ଜଳୁଛି ବୋଲି କହିଛନ୍ତି ଅରୁଣ ସାହୁ। ତେବେ ଅରୁଣ ସାହୁଙ୍କ ଏଭଳି କହିବା ପଛରେ ଟାର୍ଗେଟରେ ଅଛନ୍ତି କି ପାଣ୍ଡିଆନ୍ ? ନା ଆଉ କାହାକୁ ଇସାରା କରିଛନ୍ତି ? ତାକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା। ତେବେ ଅରୁଣ ସାହୁଙ୍କ ମନ୍ତବ୍ୟ ନେଇ ପାଣ୍ଡିଆନ୍ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।..

ଅଧିକ ପଢ଼ନ୍ତୁ: ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ, ପଞ୍ଚାୟତ କର୍ମଚାରୀଙ୍କଠାରୁ ବିଡିଓଙ୍କ ପର୍ଯ୍ୟନ୍ତ ଲାଗୁ

Advertisment
BJD Arun Sahoo VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ