ବିଧାନସଭାରେ ଉଠିଲା ମାହାଙ୍ଗା ତାତି । ମୁହାଁମୁହିଁ ହେଲେ ଅରୁଣ-ସାରଦା । ଶୁକ୍ରବାର ଶୂନ୍ୟକାଳରେ ମାହାଙ୍ଗା ରାଜନୀତି ପ୍ରସଙ୍ଗ ଉଠାଇ ଏହି ଦୁଇ ବିଧାୟକ ଗୃହକୁ ସରଗରମ କରିଛନ୍ତି । ଜଣେ ପ୍ରଶ୍ନ ବାଢ଼ିଥିଲେ, ତ ଆଉ ଜଣେ ରଖିଥିଲେ କଡ଼ା ଉତ୍ତର । ବିଧାୟକ ଅରୁଣ ସହୁ କହିଛନ୍ତି, ଆନ୍ଦୋଳନ କରୁଥିଲେ ନିର୍ବାଚିତ ପ୍ରତିନିଧି । ତାଙ୍କୁ ଗୁଣ୍ଡା ଲଗାଇ ମାଡ଼ ମରାଯାଇଛି । ପୋଲିସକୁ ମଧ୍ୟ ମାଡ଼ ଖାଇଛି । ସବୁ ପଞ୍ଚାୟତରେ କାମ ବନ୍ଦ ଅଛି । ଯଦି କାମ ବନ୍ଦ ଅଛି, ତେବେ ଖର୍ଚ୍ଚ କେବେ କରାଯିବ ବୋଲି ସରକାରଙ୍କୁ ଅରୁଣ ପ୍ରଶ୍ନ କରିଛନ୍ତି ।
Also Read
ଅଧିକ ପଢ଼ନ୍ତୁ: କାଲିଠୁ ରାଜଧାନୀରେ 'ସୁଭଦ୍ରା ଶକ୍ତି ମେଳା', ବଦଳିଯିବ କି ମିଶନ ଶକ୍ତି ନାଁ ?
ସେପଟେ ଅରୁଣଙ୍କ ଏହି କଡ଼ା ପ୍ରତିକ୍ରିୟାର ମୁହଁ ତୋଡ଼ ଜବାବ ଦେଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ସାରଦା କହିଛନ୍ତି, ମାହାଙ୍ଗା ହେଉଛି ଏକ ଶାନ୍ତି ପ୍ରିୟ ଜାଗା । ସେ ଜାଗାକୁ ଆଶାନ୍ତ କିଏ କରିଛନ୍ତି ଲୋକେ ଜାଣନ୍ତି । ବିଭିନ୍ନ କ୍ରାଇମ୍ ସହ ଜଡ଼ିତ ଥିବା ଲୋକ କାହିଁକି ମାହାଙ୍ଗା ଯିବେ । ଆଉ ସେ ସମୟରେ ଗଣ୍ଡଗୋଳ ହେଉଛି ଆପଣମାନେ ଜାଣିଥିବେ । ମାହାଙ୍ଗାରେ କୌଣସି ବିକାଶ କାମ ଅଟକି ନାହିଁ ବୋଲି କହିଛନ୍ତି ସାରଦା ।
ସୂଚନା ଅନୁସାରେ ଗତ କିଛି ଦିନ ହେବ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଅଶାନ୍ତ ପରିସ୍ଥିତି ଲାଗି ରହୁଛି । ବ୍ଲକରେ ମୁହାଁମୁହିଁ ହେଉଛନ୍ତି ରାଜନୈତିକ ଦଳ । ଏମିତି କି ଏସଡିପିଓଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରୟାସ କରୁଥିଲେ ମଧ୍ୟ ନାକେଦମ ହେବାକୁ ପଡ଼ୁଛି ।