Advertisment

ମଞ୍ଚରେ ବିଧାୟକ-ସାଂସଦ ମୁହାଁମୁହିଁ; କଥା କଟାକଟି ନେଇ ଯାଜପୁର ରାଜନୀତି ସରଗରମ

ସ୍ବାୟତ୍ତ ଶାସନ ଦିବସରେ ଯାଜପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ବିଜେପି ସାଂସଦ ରବି ନାରାୟଣ ବେହେରା ଓ ବିଜେଡି ବିଧାୟକ ସୁଜାତା ସାହୁଙ୍କ ମଧ୍ୟରେ କଥା କଟାକଟି ।

ଅଦ୍ୟତନ ହୋଇଛି
BJP MP, BJD MLA's face-off on stage heats up Jajpur politics

BJP MP-BJD MLA

Advertisment

ମଞ୍ଚରେ ବିଧାୟକ-ସାଂସଦ ମୁହାଁମୁହିଁ। ସ୍ବାୟତ୍ତ ଶାସନ ଦିବସରେ ଯାଜପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ବିଜେପି ସାଂସଦ ରବି ନାରାୟଣ ବେହେରା ଓ ବିଜେଡି ବିଧାୟକ ସୁଜାତା ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇଛି। 

Advertisment

ଯାଜପୁରର ବିକାଶ କିଏ କରିଛି ତାହା ସରକାରୀ ଓ ବିରୋଧୀ ଦଳ ନେତାଙ୍କୁ ଦେଖାଯାଉନି। କଳା ଚଷମା ପିନ୍ଧିଥିବାରୁ ସବୁ କିଛି କଳା ଦେଖାଯାଉଛି । ଧଳା ଚଷମା ପିନ୍ଧିଲେ ସବୁ କିଛି ଧଳା ଦିଶିବ ବୋଲି କହି ବିଜେପି ସାଂସଦକୁ ସମାଲୋଚନା କରିଥିଲେ ଯାଜପୁରର ବିଜେଡି ବିଧାୟକ ସୁଜାତା ସାହୁ। ଯାଜପୁରର ଅନେକ ବିକାଶ ହୋଇଛି ଆଉ ଯାଜପୁରର ବିକାଶ କରିଛନ୍ତି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ।

ଅଧିକ ପଢ଼ନ୍ତୁ: ସ୍ୱାୟତ୍ତ ଶାସନ ଦିବସରେ ବିଜେଡି-ବିଜେପି ମୁହାଁମୁହିଁ: ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା...

Advertisment

ବାସ୍ ବିଧାୟକ ସୁଜାତା ସାହୁଙ୍କ ଏହି ମନ୍ତବ୍ୟ ପରେ ପୋଡିୟମକୁ ଆସି ଯାଜପୁର ସାଂସଦ ରବି ବେହେରା ଏହାର କଡ଼ା ଜବାବ ଦେଇଥିଲେ । କେହି କଳା କିମ୍ବା ଧଳା ଚଷମାରେ ଦେଖନ୍ତିନି। ଯାଜପୁରର ବିକାଶ ହୋଇଛି ହେଲେ ଯାଜପୁର ଦୂର୍ନୀତିର ଗନ୍ତାଘର ପାଲଟିଛି। କେମିତି ଦୁର୍ନୀତି ମୁକ୍ତ ଯାଜପୁର ହେବ ସେଥିପାଇଁ କାମ କରିବାକୁ ପଡ଼ିବ ବୋଲି କହି ଯାଜପୁର ବିଧାୟକକୁ ପାଲଟା ସମାଲୋଚନା କରିଛନ୍ତି। 

ଦୁଇ ଦଳର ଦୁଇ ନେତାଙ୍କ ଏଭଳି କଥା କଟାକଟି ଏବେ ଯାଜପୁର ରାଜନୀତିକୁ ସରଗରମ କରିଛି। ହେଲେ ଏହାରି ଭିତରେ ପ୍ରଶ୍ନ ଉଠୁଛି, ବିଧାୟକ ସୁଜାତା ସାହୁ ବିରୋଧୀ ଦଳ ନେତା ମାନେ କଳା ଚଷମା ପିନ୍ଧିଥିବା କହିଛନ୍ତି। ତେବେ ସେ ଏପରି କହି କାହାକୁ ଇଙ୍ଗିତ କରୁଛନ୍ତି ? ବିଜେଡିରେ ଅର୍ଥାତ ତାଙ୍କ ଦଳରେ କେହି ନେତାକୁ ଇଙ୍ଗିତ କରୁଛନ୍ତି କି ? ଏବେ ଏମିତି କିଛି ପ୍ରଶ୍ନ ବି ଛିଡ଼ା ହୋଇଛି।  

Advertisment

ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କ ପଲିଟିକାଲ୍ ଲଞ୍ଚିଂ ପାଇଁ ଗଳାବାଟ ! ବିଜ୍ଞାପନ ବଦଳରେ ପେଡ୍ ନ୍ୟୁଜକୁ ଅସ୍ତ୍ର କରିଥିଲା ବିଜେଡି

BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ