ଦ୍ରୌପଦୀଙ୍କୁ BJDର ସମର୍ଥନ ନେଇ ଅପରାଜିତା କହିଲେ, ସମର୍ଥନ ନ ଦେଇ ଯିବେ କୁଆଡ଼େ

ବେଷ୍ଟ ଚଏସ୍‌କୁ ସମସ୍ତେ ସମର୍ଥନ ଦେବେ । ଯେଉଁମାନେ ସମର୍ଥନ ଦେଇଛନ୍ତି ଧନ୍ୟବାଦ ଦେବି ।

Aparajita Sarangi

ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ବିଜେପି ସଂସଦୀୟ ବୌର୍ଡର ଚୟନକୁ କିଏ ବା ସମର୍ଥନ ନଦେବ । ନିଶ୍ଚିତ ଭାବେ ଯେଉଁମାନେ ସମର୍ଥନ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବି । ବିଜେଡିର ସମର୍ଥନ ପ୍ରସଙ୍ଗରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ହେଉଛି ସବୁଠାରୁ ବେଷ୍ଟ ଚଏସ୍ । ଆଉ ବେଷ୍ଟ ଚଏସ୍‌କୁ ସମର୍ଥନ ନଦେଇ ଯିବେ କୁଆଡେ । ବେଷ୍ଟ ଚଏସ୍‌କୁ ସମସ୍ତେ ସମର୍ଥନ ଦେବେ ।

ସୂଚନାଯୋଗ୍ୟ, ଗତକାଲି ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇବାକୁ ଅପିଲ କରିଛନ୍ତି । ସବୁ ବିଧାୟକ ଦ୍ରୌପଦୀଙ୍କୁ ସମର୍ଥନ କରନ୍ତୁ ବୋଲି ସେ ଟ୍ୱିଟ୍ ଯୋଗେ ଅପିଲ କରିଥିଲେ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକମାନଙ୍କୁ ସମର୍ଥନ କରିବାକୁ କହିଥିଲେ । ସର୍ବସମ୍ମତିକ୍ରମେ ଦଳମତ ନିର୍ବିଶେଷରେ ଓଡ଼ିଶାର ଝିଅଙ୍କୁ ସମର୍ଥନ କରିବାକୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ।

ସେପଟେ ଆଜି ଦିଲ୍ଲୀରେ ପହଞ୍ଚି ମୋଦିଙ୍କୁ ଭେଟିଛନ୍ତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଭବନରେ ପହଞ୍ଚି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଦ୍ରୌପଦୀ ଭେଟିଥିବା ସୂଚନା ମିଳିଛି । ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ଦ୍ରୌପଦୀଙ୍କର ହେବ ଲଢେଇ । ସଂଖ୍ୟା ଗଣିତକୁ ଦେଖିଲେ ଦ୍ରୌପଦୀଙ୍କ ବିଜୟ ସମ୍ଭାବନା ଅଧିକ ରହିଛି ।