Advertisment

BJD ନେତାଙ୍କ ଗ୍ୟାଙ୍ଗଷ୍ଟର ଲିଙ୍କ, ଦଳରେ ଆରମ୍ଭ ହେଲା ଦୋଷ ଲଦାଲଦି

ଜ୍ୟୋତିଙ୍କୁ ନେଇ ଏବେ ବିଜେଡି ଦଳରେ କମ୍ପନ । ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କଲେ ବିଧାୟକ ସମ୍ବିତ ରାଉତରାୟ ।

undefined

Odisha Politics

Advertisment

ଜ୍ୟୋତିକାନ୍ତ ପରିଡ଼ାଙ୍କୁ ନେଇ ଜଗତସିଂହପୁର ବିଜେଡିରେ ଝଡ଼ । ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ଜ୍ୟୋତି ଥିବା ଅଭିଯୋଗ ପରେ ବଢ଼ିଲା ବିବାଦ । ଜିଲ୍ଲା ଉପସଭାପତି ଭାବେ ନିଯୁକ୍ତିକୁ ନେଇ ମୁହାଁମୁହିଁ ବିଜେଡିର ଦୁଇ ବିଧାୟକ ଜ୍ୟୋତିକାନ୍ତ ପରିଡ଼ା ଓରଫ୍ ବାପୁ ପରିଡ଼ା। ଜଗତସିଂହପୁର ବିଜେଡିର ଏହି ଚେହେରାକୁ ନେଇ ଜିଲ୍ଲା ବିଜେଡିରେ ଏବେ କଂପନ। କାହିଁକି ନା ଜ୍ୟୋତିକାନ୍ତଙ୍କ ନାଁରେ ଏକାଧିକ କେସ୍ ଥିବା ସତ୍ତ୍ୱେ ତାଙ୍କୁ କିପରି ଜିଲ୍ଲା ବିଜେଡିର ଉପସଭାପତି ଦାୟିତ୍ୱ ମିଳିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଦଳର ପାରାଦୀପ ବିଧାୟକ ସମ୍ବିତ ରାଉତରାୟ।

Advertisment

ଜ୍ୟୋତିକାନ୍ତଙ୍କ ନାଁ କିଏ ସୁପାରିଶ କରିଥିଲା, ତାଙ୍କ ପଛରେ କାହାର ସମର୍ଥନ ରହିଛି, ଏସବୁ ଚର୍ଚ୍ଚା ଭିତରେ ଜିଲ୍ଲା ବିଜେଡିରେ ଆରମ୍ଭ ହୋଇଯାଇଛି ଦୋଷ ଲଦାଲଦି ପର୍ବ। ସମ୍ବିତ କହିଛନ୍ତି ଜିଲ୍ଲା କମିଟି ଗଠନ ବେଳେ କର୍ମକର୍ତ୍ତା ତାଲିକା ପାଇଁ ସେ ଜ୍ୟୋତିଙ୍କ ନାଁ ଦେଇନଥିଲେ। ଜଗତସିଂପୁର ବିଧାୟକ ପ୍ରଶାନ୍ତ ମୁଦୁଲି ତାଙ୍କ ନାଁ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ନାଁରେ କେସ୍ ଥିବାରୁ ଦେଖି ଚାହିଁ ପ୍ରଶାନ୍ତ ଏହି ଦାୟିତ୍ୱ ଦେବାର ଥିଲା ବୋଲି ସମ୍ବିତ ଅଭିଯୋଗ କରିଛନ୍ତି।

ତେବେ ପ୍ରଶାନ୍ତ ମୁଦୁଲି ସିଧା ସିଧା ଏହାକୁ ଖଣ୍ଡନ କରି କହିଛନ୍ତି, ତାଙ୍କ ସଭାପତିତ୍ୱ ସମୟରେ ଏହା ହୋଇନି। ତେଣେ ଏବେକାର ଜିଲ୍ଲା ସଭାପତି ରବିନାରାୟଣ ଜେନା କହିଛନ୍ତି ସବୁ ବିଧାୟକଙ୍କୁ ନେଇ କମିଟି ଗଠନ ହୋଇଥିଲା। ବିଧାୟକଙ୍କ ପରାମର୍ଶ କ୍ରମେ କର୍ମକର୍ତ୍ତା ଚୟନ ହୋଇଛି।

Advertisment

ଜ୍ୟୋତିକାନ୍ତ ପରିଡ଼ା ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳୁଛି । ତେବେ ଜ୍ୟୋତିଙ୍କର ରହିଛି ଅପରାଧିକ ପୃଷ୍ଠଭୂମି। ଗ୍ୟାଙ୍ଗଷ୍ଟର ଟିଟୋ ସହ ମଧ୍ୟ ତାଙ୍କର ଲିଙ୍କ ଥିବା ଅଭିଯୋଗ ହେବା ସହ ତାଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା। ଏପରିକି ୨୦୧୮ରେ ଜ୍ୟୋତିଙ୍କୁ ଗିରଫ କରିଥିଲା STF। ସେପଟେ ନିଜ ସଫେଇରେ ଜ୍ୟୋତିକାନ୍ତ କହିଛନ୍ତି, ଦାମ ବାବୁ ତାଙ୍କୁ ରାଜନୀତିକୁ ଆଣିଥିଲେ। ୨୦୧୯ ପରେ ସମ୍ବିତ ତାଙ୍କୁ ଜିଲ୍ଲା କମିଟିରେ ରଖିଥିଲେ। ତାଙ୍କ ବିରୋଧରେ ଥିବା ସମସ୍ତ ମାମଲା ଖାରଜ ହୋଇଯାଇଛି। ସମ୍ବିତ ତାଙ୍କ ନାଁରେ ଆଣିଥିବା ଅଭିଯୋଗ ଭିତ୍ତିହୀନ, ଏପରି କାହିଁକି କହିଲେ ସେ ହିଁ ଜାଣିଥିବେ ବୋଲି ଜ୍ୟୋତି କହିଛନ୍ତି।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ