• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ ବା FATF । ଆର୍ଥିକ ଦୁର୍ନୀତି ଓ ଟେରର୍ ଫଣ୍ଡିଂ ଉପରେ ନଜର ରଖୁଥିବା ଏହି ଅନ୍ତର୍ଜାତୀୟ ସଂସ୍ଥାର ଇଏ ସଦ୍ୟତମ ରିପୋର୍ଟ । ଏଥିରେ ସ୍ଥାନ ପାଇଛି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ହୋଇଥିବା ଏକ ବହୁଚର୍ଚ୍ଚିତ ଦୁର୍ନୀତି ଅଭିଯୋଗର ଫର୍ଦ୍ଦ। ଆର୍ଟ ଗେଟ୍ ବା ପେଣ୍ଟିଂ ବିକ୍ରି ନାଁରେ ଦୁର୍ନୀତି ଅଭିଯୋଗ। ଏଥିରେ କୌଣସି ବ୍ୟକ୍ତିର ନାଁ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଦଳର ସରକାର କଥା ଉଲ୍ଲେଖ କରାଯାଇନଥିଲେ ବି, ଭାରତରେ ଏହି ଦୁର୍ନୀତି ହୋଇଥିଲା ବୋଲି FATF କେସ ଷ୍ଟଡିରେ ଲେଖା ରହିଛି । ମିଷ୍ଟର୍-ଏ ପଦ୍ମଭୂଷଣ ପୁରସ୍କାର ପାଇବାକୁ ତତ୍କାଳୀନ ଶାସକ ଦଳର ଜଣେ ସଦସ୍ୟଙ୍କ ନିକଟ ସଂପର୍କୀୟଙ୍କ ଠାରୁ ଏକ ସାଧାରଣ ପେଣ୍ଟିଂ ୨ ଲକ୍ଷ ୬୪ ହଜାର ଡଲାର୍ ଦେଇ କିଣିଥିଲେ ।

ପ୍ରକୃତରେ ଏହା ପେଣ୍ଟିଂର ମୂଲ୍ୟ ନଥିଲା, ବରଂ ପଦ୍ମ ଭୂଷଣ ପୁରସ୍କାର ପାଇଁ ଲାଞ୍ଚ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି । ତେବେ ଏହା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଅମଳରେ ହୋଇଥିବା ଦୁର୍ନୀତି ବୋଲି ଅଭିଯୋଗ କରିଛି ବିଜେପି । ୟେସ୍ ବ୍ୟାଙ୍କ୍ ମାଲିକ ରାଣା କପୁର୍ ୨ କୋଟି ଟଙ୍କା ବିନିମୟରେ ଏମ୍.ଏଫ୍. ହୁସେନଙ୍କ ଏକ ପେଣ୍ଟିଂ ପ୍ରିୟଙ୍କା ଗାନ୍ଧିଙ୍କ ଠାରୁ କିଣିଥିବା ଅଭିଯୋଗ ହୋଇଥିଲା ।

ୟେସ୍ ବ୍ୟାଙ୍କ୍ ଘୋଟାଲା ବା ୪୬୬ କୋଟି ଟଙ୍କା ଆର୍ଥିକ ଅନିୟମିତତା ଅଭିଯୋଗରେ ରାଣା କପୁର୍ ୨୦୨୦ରେ ଇଡି ଦ୍ୱାରା ଗିରଫ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏବେ FATF ରିପୋର୍ଟରେ ପୁଣି ଏହି ମାମଲା ସାମ୍ନାକୁ ଆସିବା ପରେ, ଏହାକୁ ଲଜ୍ଜାଜନକ ବୋଲି କହିବା ସହିତ ପ୍ରିୟଙ୍କା ଗାନ୍ଧିଙ୍କୁ ଏକାଧିକ ପ୍ରଶ୍ନବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।...

ସେହି ପେଣ୍ଟିଂକୁ ୧୯୮୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ଉପହାର ଦେଇଥିଲେ ନିଜେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଏମ୍ଏଫ୍ ହୁସେନ୍ । ପେଣ୍ଟିଂକୁ ୨ କୋଟି ଟଙ୍କାରେ ରାଣା କପୁରଙ୍କୁ ବିକ୍ରି କରିଥିଲେ ପ୍ରିୟଙ୍କା ଗାନ୍ଧି । ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ତାଙ୍କର ପାରିବାରିକ ସଂପତ୍ତି ଭାବେ କିପରି ବିକ୍ରି କରାଗଲା, ସେନେଇ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠିଥିଲା । ରାଣା କପୁରଙ୍କୁ ଏହି ପେଣ୍ଟିଂ କିଣିବାକୁ ୟୁପିଏ ସରକାରର ଜଣେ କେନ୍ଦ୍ରମନ୍ତ୍ରୀ ବାଧ୍ୟ କରିଥିଲେ ବୋଲି ମଧ୍ୟ ଅଭିଯୋଗ ଉଠିଥିଲା ।

ଏବେ ରାଣା କପୁର ବିଚାର ବିଭାଗୀୟ ହାଜତରେ ଥିବା ବେଳେ, FATF କେସ୍ ଷ୍ଟଡିରେ ଏହି ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ ସ୍ଥାନ ପାଇବା ପରେ କଂଗ୍ରେସ ପାଇଁ ଅଡ଼ୁଆ ବଢ଼ିଛି । ତେବେ କଂଗ୍ରେସ କହିଛି ଯେ, ନିଜ ରାଜ୍ୟ ହିମାଚଳ ପ୍ରଦେଶରେ ବିଜେପି ହାରିଲା ବୋଲି, ଅନୁରାଗଙ୍କ ଏହା ପରାଜୟର ରାଗ।

କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଟୁ-ଜି ସ୍କାମ୍, କମନୱେଲ୍ଥ ସ୍କାମ୍, କୋଲ୍ ଗେଟ୍ ବା କୋଇଲା ଦୁର୍ନୀତି, ଚପର୍ ସ୍କାମ୍ ଆଦି ପାଇଁ ମଧ୍ୟ ଅଡ଼ୁଆରେ ପଡ଼ିଥିଲା ।...