UP Election: ସମାଜବାଦୀ ପାର୍ଟିକୁ ଶାହଙ୍କ ଜବରଦସ୍ତ ଟାର୍ଗେଟ୍, କହିଲେ ପୁଣି ଯୋଗୀ ସରକାର

ପିଲଭିଟରେ ପ୍ରଚାର ବେଳେ ସମାଜବାଦୀ ପାର୍ଟି ଉପରେ ପରିବାର ବାଦ ମନ୍ତବ୍ୟ ଦେଇଥିଲେ ଅମିତ ଶାହ । ସମାଜବାଦୀ ପାର୍ଟି କେବେ ବି ଉତ୍ତର ପ୍ରଦେଶ ଲୋକଙ୍କ ହିତ ଚାହିଁନି ବୋଲି କହିଥିଲେ ଶାହ ।

Amit Shah

ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଚଳଚଞ୍ଚଳ ରାଜନୀତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଉତ୍ତର ପ୍ରଦେଶର ପିଲିଭିଟ୍ ଓ ସୀତାପୁରରେ ନିଜ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି । ପିଲଭିଟରେ ପ୍ରଚାର ବେଳେ ସମାଜବାଦୀ ପାର୍ଟି ଉପରେ ପରିବାର ବାଦ ମନ୍ତବ୍ୟ ଦେଇଥିଲେ ଅମିତ ଶାହ । ସମାଜବାଦୀ ପାର୍ଟି କେବେ ବି ଉତ୍ତର ପ୍ରଦେଶ ଲୋକଙ୍କ ହିତ ଚାହିଁନି ବୋଲି କହିଥିଲେ ଶାହ ।

ସେ ଆହୁରି କହିଥିଲେ, ସମାଜବାଦୀ ପାର୍ଟି କେବେଳ ଗୁଣ୍ଡାରାଜ୍, ମାଫିଆ ରାଜ୍ କରି ଉତ୍ତରପ୍ରଦେଶର ଜନତାଙ୍କ ଉପରେ ଶାସନ କରି ଆସିଥିଲା । ତେବେ ବିଜେପି ୫ ବର୍ଷର ଶାସନରେ କଣ କରିଛି ତାହା ଲୋକଙ୍କୁ ଭଲ ଭାବେ ଜଣା ଆଉ ଚଳିତ ନିର୍ବାଚନରେ ବି ତାଙ୍କ ଦଳ ଉତ୍ତର ପ୍ରଦେଶରେ ସରକାର ଗଢିବ ବୋଲି କହିଛନ୍ତି ଅମିତା ଶାହା ।

ସେହିପରି ଉତ୍ତର ପ୍ରଦେଶର ହରଦୋଇ ସମେତ ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏକ ନିର୍ବାଚନୀ ସଭାରେ ସମାଜବାଦୀ ପାର୍ଟି ଉପରେ ବର୍ଷିଛନ୍ତି ଯୋଗାୀ ଆଦିତ୍ୟନାଥ । ଗତ ତିନି ପର୍ଯ୍ୟାୟ ନିର୍ବାଚନରେ ସମାଜବାଦୀ ପାର୍ଟି ପତ୍ତା ସାଫ୍ ହୋଇଥିବା କହିଛନ୍ତି ଯୋଗୀ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବି ବିଜେପି ଭଲ ପ୍ରଦର୍ଶନ କରିବ । ଆସନ୍ତା ୧୦ ତାରିଖରେ ନିର୍ବାଚନ ଫଳାଫଳରେ ତାଙ୍କ ଦଳ ପୁଣି କ୍ଷମତାକୁ ଫେରିବ ବୋଲି ଯୋଗୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଅନ୍ୟପଟଟେ ଉତ୍ତର ପ୍ରଦେଶର ରାୟବରେଲିରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ । ସମାଜବାଦୀ ପାର୍ଟି ଚଳିତ ଥର ମନୋଜ ପାଣ୍ଡେଙ୍କୁ ଏଠାରୁ ପ୍ରାର୍ଥୀ କରିଛି । ଯାଦବ ସଂପ୍ରଦାୟ ଭୋଟ ସହ ମୁସଲିମ ଭୋଟ ମିଳିଲେ ଏଠାରେ ସମାଜବାଦୀ ପାର୍ଟି ବିଜୟୀ ହେବ ବୋଲି କହିଛନ୍ତି ଅଖିଲେଶ ।

ତେବେ ବିଜେପିର ପରିବାର ବାଦ ମନ୍ତବ୍ୟକୁ ଅଖିଲେଶ ଯାଦବ ପ୍ରଶଂସା କରିଛନ୍ତି । ସେ କେଉଁଠି ବି ପ୍ରଚାର ବେଳେ ବିଜେପିର ପରିବାର ବାଦ ଉପରେ କହୁନାହାନ୍ତି ବରଂ ବିଜେପି ତାଙ୍କ ପରିବାରବାଦ ନେଇ ଯେଉଁ ମନ୍ତବ୍ୟ ରଖୁଛି ତାହା ତାଙ୍କ ଲାଗି ବୁମେରୋଂ ହେବ ବୋଲି ସେ କହିଛନ୍ତି । ଚଳିତ ଥର ଏହି ସିଟ୍‌ରେ ତ୍ରିମୁଖୀ ଲଢେଇ ଦେଖିବାକୁୁ ମିଳିବ । କଂଗ୍ରେସ  ଛାଡ଼ି ବିଜେପିକୁ ଆସିଥିବା ଆଦିତି ସିଂ ବିଜେପି ପ୍ରାର୍ଥୀ ହୋଇଛନ୍ତି । ସେହପରି କଂଗ୍ରେସ ଚଳିତ ଥର ମନିଶ ସିଂହ ଚୌହ୍ୱାନଙ୍କୁ ପ୍ରାର୍ଥୀ କରିଛି ।