Advertisment

ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ

ଏଥିପାଇଁ ଯାହା ବ୍ୟବସ୍ଥା ଦରକାର ତାହା ବିଧାନସଭାରେ କରାଯିବ। ଏଥର ନିର୍ବାଚନରେ ପଞ୍ଚାୟତ ପୁନର୍ଗଠନ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।ଏହାର ଜବାବରେ ବିଜେପିର ଭୃଗୁ ବକ୍ସିପାତ୍ର କହିଛନ୍ତି, ପଞ୍ଚାୟତ ନିର୍ବାଚନ ତ ତା' ସମୟରେ ହେବ।

ଅଦ୍ୟତନ ହୋଇଛି
undefined

assembly

Advertisment

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ। ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ଏଥର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ରହିବ। ଓବିସି ସଂରକ୍ଷଣ ନେଇ ବିଜେଡି କେନ୍ଦ୍ର ନିକଟରେ ଦାବି କରିଥିଲା କିନ୍ତୁ ସଂସଦରେ କୌଣସି ପଦକ୍ଷେପ ନିଆଯାଉନି। କେନ୍ଦ୍ର ବ୍ୟବସ୍ଥା ନକଲେ ମଧ୍ୟ ଦଳୀୟ ଭିତ୍ତିରେ ୨୭ ପ୍ରତିଶତ ସଂରକ୍ଷଣ ନେଇ ବିଜେଡି ନିର୍ବାଚନ ଲଢିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Advertisment

ଏଥିପାଇଁ ଯାହା ବ୍ୟବସ୍ଥା ଦରକାର ତାହା ବିଧାନସଭାରେ କରାଯିବ। ଏଥର ନିର୍ବାଚନରେ ପଞ୍ଚାୟତ ପୁନର୍ଗଠନ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ଏହାର ଜବାବରେ ବିଜେପିର ଭୃଗୁ ବକ୍ସିପାତ୍ର କହିଛନ୍ତି, ପଞ୍ଚାୟତ ନିର୍ବାଚନ ତ ତା ସମୟରେ ହେବ। ସୁପ୍ରିମକୋର୍ଟ କହିଛନ୍ତି, ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ।  ଏହାକୁ ମାନିବାକୁ ରାଜ୍ୟ ସରକାର ବାଧ୍ୟ।

ଏଥିରେ ନୂଆ କିଛି ନାହିଁ  କିନ୍ତୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ଉଚିତ। ତା' ପରେ ପଞ୍ଚାୟତର ହେବ। କିନ୍ତୁ ବୋଧହୁଏ ପୌର ନିର୍ବାଚନରେ ପରାଜୟର ଭୟରେ, ସରକାର ପୌର ନିର୍ବାଚନ କରୁନାହାନ୍ତି ଭୃଗୁ ବକ୍ସିପାତ୍ର ବୋଲି କହିଛନ୍ତି।

Advertisment
Odisha News BJD Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ