Advertisment

ମଞ୍ଚ ଉପରେ ବିଧାୟକ ଓ ସାଂସଦ ଆରୋପ ପ୍ରତ୍ୟାରୋପ

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଆଜି ସ୍ମାର୍ଟ କାର୍ଡ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆୟୋଜିତ ସଭାରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପିନାକୀ ମିଶ୍ର ଯୋଗଦେଇଥିଲେ।

Lalitendu and Pinaki

Lalitendu and Pinaki

Advertisment

ପୁରୀ: ମଞ୍ଚ ଉପରେ ବିଧାୟକ ଓ ସାଂସଦ ଆରୋପ ପ୍ରତ୍ୟାରୋପ। ପୁଣି ଥରେ ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଏକ ପ୍ରକାର ମୁହାମୁହିଁ ବିଜେଡି ଓ ବିଜେପି। ପୁରୀ ଜିଲ୍ଲା ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଅବସରରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଦାବି କରିଥିଲେ, ଓଡ଼ିଶାରେ ମଧ୍ୟ ଲାଗୁ କରାଯାଉ କେନ୍ଦ୍ରର ଆୟୁଷ୍ମାନ ଯୋଜନା। ଏହାକୁ କାଉଣ୍ଟର କରିବାକୁ ବିଜେଡି ସାଂସଦ ପିନାକୀ ମିଶ୍ର କହିଥିଲେ, ଆୟୁଷ୍ମାନ ଯୋଜନାଠାରୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ। ଦିନ ଆସିବ, ଅନ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ଏହାକୁ ଅନୁସରଣ କରିବେ।

Advertisment

ସେହିପରି ଦଳମତ ନିର୍ବିଶେଷରେ ସମସ୍ତ ଜନ ପ୍ରତିନିଧିଙ୍କୁ କାମ କରିବାର ସୁଯୋଗ ମିଳୁ ବୋଲି ଲଳିତେନ୍ଦୁ କହିଥିବା ବେଳେ ଏହାର ଜବାବରେ ପିନାକୀ କହିଥିଲେ, କେବଳ ଓଡ଼ିଶାରେ ହିଁ ଏହି ସୁଯୋଗ ମିଳୁଛି। ଅନ୍ୟ ରାଜ୍ୟରେ ତ ବିରୋଧୀ ବିଧାୟକମାନେ ମାଡ଼ ଖାଉଛନ୍ତି, ଜେଲ୍ ଯାଉଛନ୍ତି ବୋଲି କହିଥିଲେ ପିନାକୀ।

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଆଜି ସ୍ମାର୍ଟ କାର୍ଡ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆୟୋଜିତ ସଭାରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପିନାକୀ ମିଶ୍ର ଯୋଗଦେଇଥିଲେ।

Advertisment
Odisha BSKY Aushsman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ