Advertisment

ମାଳ ମାଳ ଆଶାୟୀ ଥାଇ କାହିଁକି ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ?

ଅଶ୍ୱିନୀଙ୍କ ଅମଳରେ ରେଳ ଯୋଗାଯାଗରେ ଆସିଛି ଢେର୍ ଉନ୍ନତି କହିଲା ବିଜେଡି । ଅଶ୍ୱିନୀ ସମୀକରଣକୁ କି ଦୃଷ୍ଟିରେ ଦେଖିବେ ଦୁଇ ଦଳର କର୍ମୀ ଓ ଭୋଟର ?

undefined

Odisha Politics

Advertisment

ଅତ୍ୟାଧୁନିକ ୪୧ଟି ବନ୍ଦେ ଭାରତ ଏକ୍ସପ୍ରେସରୁ ଓଡ଼ିଶାକୁ ଦୁଇଟି । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ପ୍ରାଧାନ୍ୟ । କଂଗ୍ରେସ ଅମଳରେ ରେଳ ବଜେଟରୁ ୮ଶହ କୋଟି ପାଉଥିବା ଓଡ଼ିଶାକୁ ୧୦ ହଜାର କୋଟି ।

Advertisment

୨୦୨୧ରେ ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରାଳୟର ମଙ୍ଗ ଧରିବା ପରେ ରେଳ କ୍ଷେତ୍ରରେ ଏମିତି ଅନେକ ଫାଇଦା ପାଇଛି ଓଡ଼ିଶା। ରାଜ୍ୟ ରେଳ ମାନଚିତ୍ରରେ ଘଟିଛି ଅନେକ ପରିବର୍ତ୍ତନ। ବଜେଟରେ ରାଜ୍ୟକୁ ରେଳ ଅନୁଦାନ ୧୦ ହଜାର କୋଟି ପାର୍ କରିଛି। ୨୦୦୯ରୁ ୧୪ ଉପା ସରକାର ଅମଳରେ ରେଳ ବଜେଟରୁ ରାଜ୍ୟକୁ ବର୍ଷକୁ ହାରାହାରି ୮୩୮ କୋଟି ଟଙ୍କା ମିଳୁଥିବା ବେଳେ ଚଳିତ ବଜେଟରେ ଏହା ୧୦ ହଜାର ୫୩୬ କୋଟିରେ ପହଞ୍ଚିଛି।

ସେହିପରି ୨୦୦୯ରୁ ୧୪ ମଧ୍ୟରେ ବର୍ଷକୁ ୫୩ କିଲୋମିଟର ନୂଆ ରେଳ ଲାଇନ ହେଉଥିବା ବେଳେ ଚଳିତ ଆର୍ଥିକ ବର୍ଷ ଏହା ୪୭୩ କିଲୋମିଟରକୁ ବଢ଼ିଛି । ଖାଲି ସେତିକି ନୁହେଁ, ୨୪ ବର୍ଷ ତଳେ ଆରମ୍ଭ ହୋଇ ସଂପୂର୍ଣ୍ଣ ହୋଇପାରୁ ନଥିବା ଅନୁଗୁଳ-ସୁକିନ୍ଦା ଓ ହରିଦାସପୁର-ପାରାଦୀପ ରେଳ ଲାଇନରେ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଏହାବାଦ୍ ଭୁବନେଶ୍ୱର, କଟକ ଓ ପୁରୀ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବାକୁ ଦ୍ରୁତ ଗତିରେ ଚାଲିଛି କାମ।

Advertisment

ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଜଣାଇ ଯେଉଁ ପ୍ରେସ୍ ରିଲିଜ୍ ଦେଇଛନ୍ତି, ସେଥିରେ ରାଜ୍ୟରେ ରେଳପଥ ଓ ଟେଲିକମ୍ ବିକାଶ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ସମର୍ଥନ ଦେଉଥିବା ସ୍ପଷ୍ଟ କରିଛନ୍ତି। ଏପଟେ ରେଳ ବିଶେଷଜ୍ଞଙ୍କ ମତ, ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଅନେକ ଫାଇଦା ପାଇଛି ରାଜ୍ୟ।

ସେପଟେ ସଂଖ୍ୟା ଗଣିତ ଦେଖିଲେ, ଚଳିତ ରାଜ୍ୟସଭା ନିର୍ବାଚନରେ ବିଜେଡି ରାଜ୍ୟର ୩ଟି ଯାକ ସିଟ୍ ହାତେଇ ପାରିଥାନ୍ତା। ହେଲେ ସେଭଳି ନକରି ତୃତୀୟ ସିଟ୍ ଟି ବିଜେପି ପାଇଁ ଦଳ ଖାଲି ରଖିଲା। ତେବେ ବଡ଼ କଥା ହେଉଛି ୨୦୧୯ରେ ସାଧାରଣ ନିର୍ବାଚନ ପରେ ଅଶ୍ୱିନୀ ରାଜ୍ୟସଭା ଯାଇଥିଲେ । ଏଥର କିନ୍ତୁ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ହୋଇଛନ୍ତି । ଯାହା ବିଜେପି-ବିଜେଡି ମଧ୍ୟରେ ଘନିଷ୍ଠତାକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି।

Advertisment

ବଡ଼ ପ୍ରଶ୍ନ, ଆଗାମୀ ନିର୍ବାଚନରେ ଏହା ଉଭୟ ଦଳର କର୍ମୀଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କରିବନି ତ ? ସେହିପରି ଦୁଇ ଦଳ ମଧ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ମେଣ୍ଟକୁ ନେଇ ମଧ୍ୟ ରାଜନୈତିକ ମହଲରେ ଆକଳନ ଆରମ୍ଭ ହୋଇଯାଇଛି। ତେବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କୌଣସି ପ୍ରକାର ମେଣ୍ଟ ସମ୍ଭାବନାକୁ ସିଧାସଳଖ ଖଣ୍ଡନ କରିଛନ୍ତି ।

ଏବେ ଦେଖିବାକୁ ରହିଲା, ରାଜ୍ୟସଭାରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡିର ଅଯାଚିତ ସମର୍ଥନ ଆଗାମୀ ସାଧାରଣ ନିର୍ବାଚନରେ କିଭଳି ପ୍ରଭାବ ପକାଉଛି ? କର୍ମୀ ଓ ଭୋଟର ଏ ସମୀକରଣକୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ