Advertisment

ରାଜ୍ୟରେ ଲାଗୁ ହେଲା ପିଏମ୍‌ଶ୍ରୀ ଯୋଜନା; ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟର କେଉଁ ସ୍କୁଲରେ ଏ ଯୋଜନା ଲାଗୁ କରାଯିବ, ତାହା ମୁଖ୍ୟମନ୍ତ୍ରୀ ଠିକ୍ କରନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଏ ଯୋଜନା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିବେଦନ କରିଛନ୍ତି ।

PM SHRI

PM SHRI

Advertisment

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଓଡ଼ିଶାର ୬୩ଟି ସ୍କୁଲରେ ଲାଗୁ ହେଲା ପିଏମ୍‌ଶ୍ରୀ ଯୋଜନା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପିଏମଶ୍ରୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୩୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୬ଟି ନବୋଦୟ ବିଦ୍ୟାଳୟରେ ପିଏମଶ୍ରୀ ଯୋଜନା କାର୍ଯ୍ୟକାରୀ ହୋଇଛି ।

Advertisment

ଏହି ଅବସରରେ ରାଜ୍ୟ ସରକାର କୌଣସି ବାଚ୍ଛବିଚାର କି ଭେଦଭାବ ନରଖି, ସହୃଦୟତାର ସହ ଓଡ଼ିଶାରେ ପିଏମଶ୍ରୀ ଯୋଜନା ଲାଗୁ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ରାଜ୍ୟର କେଉଁ ସ୍କୁଲରେ ଏ ଯୋଜନା ଲାଗୁ କରାଯିବ, ତାହା ମୁଖ୍ୟମନ୍ତ୍ରୀ ଠିକ୍ କରନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଏ ଯୋଜନା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିବେଦନ କରିଛନ୍ତି । ପିଏମଶ୍ରୀ ଯୋଜନାରେ ପ୍ରତି ବ୍ଲକରେ ସର୍ବାଧିକ ଦୁଟିଇ ସ୍କୁଲକୁ ବିକଶିତ କରାଯିବା ବ୍ୟବସ୍ଥା ରହିଛି ।

ରାଜ୍ୟରେ ଏହି ଯୋଜନା ଲାଗୁ ହେଲେ ୩୧୪ ବ୍ଲକର ୬୨୮ଟି ବିଦ୍ୟାଳୟର ଆଧୁନିକୀକରଣ ହୋଇପାରିବ । ଏହି ଯୋଜନାରେ ସ୍କୁଲ ଗୁଡ଼ିକରେ ନୂତନ ପ୍ରଯୁକ୍ତି ବିଦ୍ୟା, ସ୍ମାର୍ଟ କ୍ଲାସ୍ ରୁମ୍ ଓ କ୍ରୀଡ଼ାର ବିକାଶ, ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ପ୍ରଦର୍ଶନର ମୂଲ୍ୟାଙ୍କନ, ଗ୍ରୀନ ସ୍କୁଲ ପରିଚାଳନା, ପ୍ଲାଷ୍ଟିକ ମୁକ୍ତ ପରିବେଶ ଆଦିକୁ ପ୍ରାଧାନ୍ୟ ଦିଆଯିବ । '

Advertisment

ଦେଶର ମୋଟ ୧୪ ହଜାର ୫୦୦ ସ୍କୁଲରେ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ୨୭ ହଜାର ୩୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଯୋଜନାରେ ସାମିଲ ହେବାକୁ କେନ୍ଦ୍ର ସରକାର ତିନି ତିନି ଥର ଚିଠି ଲେଖିବା ସତ୍ତ୍ୱେ ନୀରବ ରହିଥିଲେ ରାଜ୍ୟ ସରକାର । ଏପଟେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କୌଣସି ଯୋଜନାର ଅଭାବ ରଖି ନାହାନ୍ତି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ

Dharmendra Pradhan Union Minister PM SHRI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ