Advertisment

୨୪ ନିର୍ବାଚନ ପୂର୍ବରୁ ବଦଳିବ ମନ୍ତ୍ରିମଣ୍ଡଳ, କାହାକୁ ମିଳିବ କେଉଁ ବିଭାଗ ?

୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଦଳିବ ମନ୍ତ୍ରିମଣ୍ଡଳ ରୂପରେଖ କେଉଁ ନୂଆ ମୁହଁଙ୍କୁ ମିଳିବ ଚାନ୍ସ ? ବରିଷ୍ଠ ନା ଯୁବ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ଦାୟିତ୍ୱ ? ମହିଳା ଭୋଟ୍ ବ୍ୟାଙ୍କ ପାଇଁ ମହିଳା କାର୍ଡ ଖେଳିବେ କି ନବୀନ ?

ଅଦ୍ୟତନ ହୋଇଛି
undefined

odisha politics

Advertisment

୨୪ ନିର୍ବାଚନକୁ ନଜରରେ ରଖି ନବୀନ ଖେଳିଲେ କି ଆଉ ଏକ ମାଷ୍ଟର ଷ୍ଟ୍ରୋକ୍ । ବିନା ଚର୍ଚ୍ଚା-ଆଲୋଚନାରେ ହଠାତ୍ ମନ୍ତ୍ରୀମଣ୍ଡଳରୁ ଦୁଇ ଜଣ ମନ୍ତ୍ରୀ ଓ ବାଚସ୍ପତିଙ୍କ ଇସ୍ତଫା, ଆଲୋଡ଼ନ ସୃଷ୍ଟି କରିଛି । ତେବେ କେଉଁ ନୂଆ ମୁହଁଙ୍କୁ ଚାନ୍ସ ମିଳିବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିବାବେଳେ ଦଳୀୟ ଗୋଷ୍ଠୀ କନ୍ଦଳ ପ୍ରଶମିତ ହେଉ ବା ସଂଗଠନ ମଜଭୁତ୍, ଦୁଇଟି ଦିଗକୁ ଦେଖି ନବୀନ ବଡ଼ ସନ୍ତର୍ପଣରେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

Advertisment

୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଦଳିବ ମନ୍ତ୍ରିମଣ୍ଡଳ ରୂପରେଖ କେଉଁ ନୂଆ ମୁହଁଙ୍କୁ ମିଳିବ ଚାନ୍ସ ? ବରିଷ୍ଠ ନା ଯୁବ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ଦାୟିତ୍ୱ ? ମହିଳା ଭୋଟ୍ ବ୍ୟାଙ୍କ ପାଇଁ ମହିଳା କାର୍ଡ ଖେଳିବେ କି ନବୀନ ? ଗତକାଲି ଆକସ୍ମିକ ଭାବେ ମନ୍ତ୍ରୀମଣ୍ଡଳରୁ ଦୁଇ ବିବାଦୀୟ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ଓ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ବିକ୍ରମ ଆରୁଖ ପଦ ଛାଡ଼ିବାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା ଆଲୋଚନା । ଏମିତି ତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରଠୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗୋଟିଏ ପଦବୀ ଖାଲି ପଡ଼ିଛି । ଆଉ ଗତକାଲି ଦୁଇଜଣ ମନ୍ତ୍ରୀଙ୍କ ଇସ୍ତଫା ପରେ ଏ ସଂଖ୍ୟା ୩କୁ ବଢ଼ିଛି ।

ତେବେ କେଉଁ ତିନି ନୂଆ ଚେହେରାଙ୍କୁ ମନ୍ତ୍ରୀ କରିବେ ନବୀନ ? ତାକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । କୁହାଯାଉଛି ପଶ୍ଚିମ ଓଡ଼ିଶାରୁ ଜଣେ କିମ୍ବା ଦୁଇ ଜଣଙ୍କୁ ସୁଯୋଗ ମିଳିପାରେ । ଯାହାଙ୍କ ମଧ୍ୟରେ ଝାରସୁଗୁଡ଼ାର ନବନିର୍ବାଚିତା ବିଧାୟିକା ଦିପାଳୀ ଦାସଙ୍କ ନାଁ ସର୍ବାଗ୍ରେ ରହିଛି । ତାଛଡ଼ା ବିଧାୟକ ସୁଶାନ୍ତ ସିଂ ଓ ସାରଦା ନାୟକ ବି ଦୌଡ଼ରେ ଅଛନ୍ତି । ଏଣେ ଉପକୂଳ ଓଡ଼ିଶାରୁ ଶାସକ ଦଳ ମୁଖ୍ୟ ସଚେତକ ଥିବା ପ୍ରଶାନ୍ତ ମୁଦୁଲି, ଦେବୀ ପ୍ରସାଦ ମିଶ୍ର, ଉମା ସାମନ୍ତରାୟଙ୍କ ସହ ଗଂଜାମ ଜିଲ୍ଲାରୁ ବିକ୍ରମ ଆରୁଖଙ୍କ ଭଳି ନେତା ବି ପ୍ରମୁଖ ଦାବିଦାର ଅଛନ୍ତି । ସେହିପରି ବାଚସ୍ପତି ରେସରେ ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ, ଶଶିଭୂଷଣ ବେହେରା, ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ ଓ ନିରଞ୍ଜନ ପୂଜାରୀଙ୍କନାଁ ବି ଜୋରସୋରରେ ଉଠୁଛି ।

Advertisment

ଆଲୋଚନା ହେଉଛି ଆଗାମୀ ସାଧାରଣ ନିର୍ବାଚନ ଆଗରୁ ବିବାଦୀୟ ମନ୍ତ୍ରୀଙ୍କୁ ହଟାଇ ସ୍ୱଚ୍ଛ ଭାବମୂର୍ତ୍ତି ରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ତାସହ ଦଳୀୟ ସଂଗଠନ ମଜଭୁତ୍ କରିବା ସହ ଗଂଜାମ ଓ ପୁରୀରେ ନୂଆ ସମୀକରଣ ସୃଷ୍ଟି କରିବାକୁ ବି ଉଦ୍ୟମ କରିଛନ୍ତି । ବିଜେପିର ଦବଦବା ଥିବା ପଶ୍ଚିମ ଓଡ଼ିଶାରେ ବି ଦଳକୁ ବଳ ଦେବାକୁ ଷ୍ଟ୍ରାଟେଜି ଚାଲିଛି । ଯେହେତୁ ଗଂଜାମ ଜିଲ୍ଲାରେ ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅସୁସ୍ଥତା ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିସ୍କାର, ବିଜେଡି ସଂଗଠନକୁ ବ୍ୟାକଫୁଟକୁ ନେବା ସହ ବଡ଼ ନେତୃତ୍ୱର ସଙ୍କଟ ସୃଷ୍ଟି କରିଛି ।

ସେଥିପାଇଁ ବିକ୍ରମ ଆରୁଖଙ୍କୁ ପୁଣି ଥରେ ମନ୍ତ୍ରୀ କରି ଗଂଜାମ ଜିଲ୍ଲାର ୧୩ଟି ନିର୍ବାଚନମଣ୍ଡଳୀରେ ପୁଣି ସଂଗଠନ ସଜାଡ଼ିବାକୁ ନୂଆ ଅଙ୍କ କଷାଯାଇଥିବା ଚର୍ଚ୍ଚା ହେଉଛି । ଏପଟେ ପୁରୀ ଜିଲ୍ଲାରୁ ପ୍ରାୟ ୪ବର୍ଷ ହେବ ସମୀର ଦାଶ ମନ୍ତ୍ରୀ ଥିଲେ, ବିବାଦୀୟ ହେବା ପରେ ତାଙ୍କୁ ବି ବିଦା କରାଗଲା ।

Advertisment

ଯେହେତୁ ପୁରୀ ଜିଲ୍ଲାରେ ବି ବିଜେଡି ଗୋଷ୍ଠୀ ବିବାଦ ତୀବ୍ର ହେଉଛି ଓ ବରିଷ୍ଠ ନେତା ସଂଜୟ ଦାଶବର୍ମା, ମହେଶ୍ୱର ମହାନ୍ତି, ପିନାକୀ ମିଶ୍ର, ସମୀର ଦାଶ ଓ ଉମା ସାମନ୍ତରାୟଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଛି । ତେଣୁ ସେଠିକାର ରାଜନୀତିକୁ ସଜାଡ଼ିବାକୁ ଉଦ୍ୟମ ହୋଇଛି । ତେଣେ ନବ ଦାସଙ୍କ ଦେହାନ୍ତ ପରେ ପଶ୍ଚିମ ଓଡ଼ିଶାରେ ବିଜେପିକୁ ଚେକ୍ ଦେବାକୁ ବି ସେଠୁ ଜଣଙ୍କୁ ମନ୍ତ୍ରୀ କରାଯିବା ନିଶ୍ଚିତ ବୋଲି ଚର୍ଚ୍ଚା ଚାଲିଛି ।

ତେବେ ଏଠି ଏକ ପ୍ରଶ୍ନ, ଗତକାଲି ୨ ମନ୍ତ୍ରୀଙ୍କ ଇସ୍ତଫା ସହ ବାଚସ୍ପତିଙ୍କ ପଦ ତ୍ୟାଗ ବେଳେ, ଦିଲ୍ଲୀରେ ନବୀନ ଥିଲେ ଓ ରାଜ୍ୟପାଳ ବି ଓଡ଼ିଶାରେ ନଥିଲେ । ସେମିତି ଆଜି ଝାରସୁଗୁଡ଼ା ରାୟ ଆସିବାର ଥିଲା ଓ ମେ’ ୨୯ରେ ନବୀନ ବି ୫ମ ପାଳିର ଚତୁର୍ଥ ବର୍ଷ ପୂରଣ କରିବେ । ଏମିତି କ’ଣ ହେଲା ଯେ, ତରବର ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଲେ ନବୀନ ? ଯାହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୀତି ସମୀକ୍ଷକ ।

Naveen Patnaik BJD Odisha CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ