• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ପ୍ରଥମ ନାଗରିକଙ୍କୁ ଅଶାଳୀନ ମନ୍ତବ୍ୟ ଦେଇ ହରଡ଼ଘଟଣାରେ ଟିଏମସି ମନ୍ତ୍ରୀ । ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଆୟୋଜିତ ଗୋଟିଏ ଜନସଭାରେ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ବୋଲି କହିଥିବା ମନ୍ତ୍ରୀ  ଅଖିଳ ଗିରି ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି । ଆଉ ରାଷ୍ଟ୍ରପତିଙ୍କ ପ୍ରତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଆଉ ଏବେ ଚାରି ଆଡୁ ପ୍ରତିବାଦ ପରେ ମତ ବଦଳାଇଛନ୍ତି ଅଖିଳ ଗିରି । ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ସମ୍ମାନ ଅଛି । ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ସେପରି ମତ ଦେଇଥିବା ସେ ସଫେଇ ଦେଇଛନ୍ତି । କେକ୍ରୋଧାନ୍ୱିତ ହୋଇ ଏପରି କହିଥିବାରୁ ସେ ଅନୁତପ୍ତ ବୋଲି କହିଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଜାତୀୟ ମହିଳା କମିଶନଙ୍କୁ ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ଟିଏମସି ନେତା ଅଖିଳ ଗିରିଙ୍କୁ ତୁରନ୍ତ ଗିରଫ ସହ ତାଙ୍କ ବିଧାୟକ ପଦ ରଦ୍ଦ କରିବାକୁ ବିଜେପି ସାଂସଦ ସୌମିତ୍ର ଖାନ୍ ଦାବି କରିଛନ୍ତି ।

ଏହାସହ ଟିଏମସି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ସେ କହିଛନ୍ତି, ସାରା ଦେଶକୁ ଅପମାନିତ କରିଛନ୍ତି ଟିଏମସି ମନ୍ତ୍ରୀ । ସେ ଆଦୌ କ୍ଷମା ଯୋଗ୍ୟ ନୁହଁନ୍ତି । ଟିଏମସି ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କାରାଯାଉ ।

ସେପଟେ ରାଷ୍ଟ୍ରପତିଙ୍କ ଅପମାନ ପ୍ରସଙ୍ଗରେ ମନ୍ତ୍ରୀ ଅଖିଳ ଗିରିଙ୍କ ବହିଷ୍କାର ଓ ଗିରଫ ପାଇଁ ଦାବି କରିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ଏନେଇ ଆଜି ସେ ସୁନ୍ଦରଗଡ ଥାନାରେ ଏତଲା ଦେବେ । ସେପଯେ ଟିଏମସି ମନ୍ତ୍ରୀଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କରିଛି ବିଜେଡି ଓ କଂଗ୍ରେସ ।

ସୂଚନାଯୋଗ୍ୟ ଆଜି ବଙ୍ଗ ମନ୍ତ୍ରୀ କହିଛନ୍ତି,  ଆମେ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ ଦେଉଛୁ । ତେବେ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ବୋଲି ଜନସଭାରେ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରଶ୍ନ କରିଛନ୍ତି । ନନ୍ଦିଗ୍ରାମରୁ ଟିଏମସିରୁ ଯାଇ ବିଜେପି ଟିକେଟରେ ଜିତିଥିବା ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ । ସହିଦ ଦିବସରେ ନନ୍ଦିଗ୍ରାମରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗରେ ମନ୍ତ୍ରୀ ଗିରି ଓ ଅନ୍ୟ ଟିଏମସି ନେତାମାନେ ଜନସଭା କରିଥିଲେ ।