/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700659498.jpg)
akbaruddin-owaisi
ପୁଣି ବିବାଦରେ AIMIMର ଫାୟାରବ୍ରାଣ୍ଡ୍ ନେତା ଆକବରଉଦ୍ଦିନ ଓୱାଇସି । ଉତ୍ତେଜକ ଭାଷଣ ପାଇଁ ପୁଣି ଥରେ ବିବାଦରେ ଫଶିଛନ୍ତି ଆକବରଉଦ୍ଦିନ ଓୱାଇସି । ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକ ମହଲରୁ ତାଙ୍କର ଏଭଳି ଭାଷଣକୁ ନିନ୍ଦା କରାଯାଇଛି ।
ଏଥର ସେ ମଞ୍ଚ ଉପରେ ଭାଷଣ ଦେବା ବେଳେ ଜଣେ ପୋଲିସ୍ ଇନ୍ସପେକ୍ଟରଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି । କାରଣ ପୋଲିସ ଅଧିକାରୀ ଜଣଙ୍କ ତାଙ୍କ ଆଡ଼କୁ ଇଶାରା କରି କହିଥିଲେ, ଯେ ଆପଣଙ୍କ ଭାଷଣ ଦେବା ସମୟ ସରିଆସିଲାଣି । ଆଉ ଏତିକି କଥା ପାଇଁ ଭୀଷଣ ରାଗିଯାଇଥିଲେ ଆକବରଦ୍ଦିନ ଓୱାସି ।
ତେବେ ପୁରା ଘଟଣାଟି ହେଲା, ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଛି । ତେଣୁ ଆକବରଉଦ୍ଦିନଙ୍କୁ ଏହାର ନିୟମ କାନୁନ ମଧ୍ୟରେ ରହି ଭାଷଣ ଦେବାକୁ କହିଥିଲେ ପୋଲିସ ଅଧିକାରୀ । ଯାହାଫଳରେ ସେ ରାଗିଯାଇଥିଲେ । ଏମିତିକି ପୋଲିସ ଇନିସପେକ୍ଟରଙ୍କୁ ଖୋଲାଖୋଲି ଧମକ ଦେଇଥିଲେ । ଆଉ କହିଥିଲେ ଏଠାରୁ ଚାଲିଯାଅ ନଚେତ୍ ତୁମର ପରିସ୍ଥିତି ଖରାପ ହେବ । ବୁଧବାର ୨୨ ନଭେମ୍ବର ହାଇଦ୍ରାବାଦରେ ଆୟୋଜିତ ଏକ ବିଶାଳ ଜନସଭା ଚାଲିଥିବା ବେଳେ ଏହି ଘଟଣା ଘଟିଛି ।
କ’ଣ କହିଥିଲେ ଆକବରଉଦ୍ଦିନ ଓୱାସି ?
ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ଆକବରଉଦ୍ଦିନ ଓୱାସି ପୋଲିସ୍ ଇନ୍ସପେକ୍ଟରଙ୍କୁ ଧମକ ଦେଇ କହିଥିଲେ ଯେ, ଯଦି ସେ ତାଙ୍କ ସମର୍ଥକଙ୍କ ଆଡକୁ ଟିକେ ଇଶାରା କରନ୍ତି ତେବେ ପୋଲିସ ବାବୁଙ୍କୁ ଏଠାରୁ ଖସି ଦୌଡ଼ିବାକୁ ପଡିବ । ଜୁନିଅର ଓୱାସି ଆହୁରି କହିଥିଲେ, ଆପଣ ଭାବୁଛନ୍ତି କି ଛୁରା ମାଡ଼ ଏବଂ ଗୁଳି ଖାଇବା ପରେ ମୁଁ ଦୁର୍ବଳ ହୋଇଯାଇଛି ? ଏହା ଆଦୌ ନୁହେଁ, ମୋ ଭିତରେ ଏବେବି ବହୁତ ସାହସ ଓ ଶକ୍ତି ଅଛି । ଭାଷଣ ସାରିବା ପାଇଁ ଆହୁରି ୫ ମିନିଟ ବାକି ରହିଛି । ମୁଁ ଆହୁରି ୫ ମିନିଟ ଭାଷଣ ଦେଇପାରିବି ।
ସେ ଆହୁରି କହିଛନ୍ତି, 'ମୋତେ ଅଟକାଇବା ପାଇଁ କାହାର ଦମ୍ ନାହିଁ । ଯଦି ମୁଁ ଟିକେ ଇଶାରା କହିଦେବି ତେବେ ପୋଲିସ ବାବୁଙ୍କୁ ଏଠାରୁ ପ୍ରାଣ ବିକଳରେ ଦୌଡ଼ିବାକୁ ପଡ଼ିବ । ଏମାନେ ଆମକୁ ଦୁର୍ବଳ କରିବାକୁ ଆସିଛନ୍ତି ।’
ସୂଚନାଯୋଗ୍ୟ, ଆକବରଉଦ୍ଦିନ ଚନ୍ଦ୍ରୟଙ୍ଗୁଟା ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନ AIMIMର ଗଡ଼ ବୋଲି କୁହାଯାଏ । ୨୦୧୪ ଏବଂ ୨୦୧୮ରେ ଗତ ଦୁଇଟି ବିଧାନସଭା ନିର୍ବାଚନରେ ​​ଦଳ ଏହି ଅଞ୍ଚଳରୁ ବିଜୟ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)