Advertisment

ପଞ୍ଜାବ କଂଗ୍ରେସର ନୂଆ ମୁଖିଆ ହେଲେ ନବଜ୍ୟୋତ ସିଂ ସିଦ୍ଧୁ

କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ କେ.ସି.ଭେନୁଗୋପାଳଙ୍କ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ ସୁନୀଲ ଜାଖଡଙ୍କ ସ୍ଥାନରେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ନିଯୁକ୍ତି ମିଳିଛି। ନିକଟରେ ସିଦ୍ଧୁ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ।

ପଞ୍ଜାବ କଂଗ୍ରେସର ନୂଆ ମୁଖିଆ ହେଲେ ନବଜ୍ୟୋତ ସିଂ ସିଦ୍ଧୁ

navjot singh sidhu

Advertisment

ନୂଆଦିଲ୍ଲୀ: କ୍ଷମତା ଯୁଦ୍ଧକୁ ନେଇ ଲାଗିରହିଥିବା ଛକାପଞ୍ଝା ଭିତରେ ପଞ୍ଜାବ କଂଗ୍ରେସର ନୂଆ ମୁଖିଆ ହୋଇଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ। ପଞ୍ଜାବ ପିସିସି ସଭାପତି ଭାବେ ତାଙ୍କୁ ନିଯୁକ୍ତ କରିଛନ୍ତି ଏଆଇସିିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ତାଙ୍କ ସହ ପବନ ଗୋୟଲ, ସୁଖବିନ୍ଦର ସିଂ, କୁଲଜିତ ନାଗରା ଏବଂ ସଂଗତ ସିଂଙ୍କୁ ପଞ୍ଜାବ ପିସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। 

Advertisment

କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ କେ.ସି.ଭେନୁଗୋପାଳଙ୍କ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ ସୁନୀଲ ଜାଖଡଙ୍କ ସ୍ଥାନରେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ନିଯୁକ୍ତି ମିଳିଛି। ନିକଟରେ ସିଦ୍ଧୁ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ। ସେହିଦିନଠୁ ପଞ୍ଜାବ ପିସିସି ସଭାପତି ପଦକୁ ନେଇ ଲାଗିରହିଥିଲା ନାନା କଳ୍ପନା ଜଳ୍ପନା।

Advertisment

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଅସନ୍ତୋଷ ବ୍ୟକ୍ତ କରିବା ସହ ନିର୍ବାଚନ ପୂର୍ବରୁ ସମ୍ଭାବ୍ୟ ଅଦଳବଦଳ ରାଜ୍ୟରେ କଂଗ୍ରେସକୁ କ୍ଷତି ପହଞ୍ଚାଇବ ବୋଲି କହିଥିଲେ। ଏସବୁ ଭିତରେ ଆଜି ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସରେ ନୂଆ ମଙ୍ଗୁଆଳ କରିବା ପରେ ପଞ୍ଜାବରେ କଣ ହେଉଛି ଦଳୀୟ ରାଜନୀତି, ତାକୁ ଅପେକ୍ଷା।

India News AICC Politics National News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ