• Astrospeak
  • Live TV
  • Read In English

Gopalpur Gang-rape: ଗୋପାଳପୁର ଯିବ AICC ଟିମ୍, ଗଣଦୁଷ୍କର୍ମ ମାମଲାର କରିବ ତନାଘନା

ଗୋପାଳପୁର ଗଣଦୁଷ୍କର୍ମ ନେଇ ତନାଘନା କରିବ AICC । ଏନେଇ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ହୋଇଛି । ଟିମ୍‌ରେ ୫ ଜଣ ସଦସ୍ୟ ରହିଛନ୍ତି । ଯେଉଁମାନେ ଓଡ଼ିଶାର ଗୋପାଳପୁର ଆସି କ୍ରାଇମ ସ୍ପଟ୍ ଭିଜିଟ୍ କରିବା ସହ ତନାଘନା କରିବେ ।

Fact Finding Team
ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଗୋପାଳପୁର ଗଣଦୁଷ୍କର୍ମ ଘଟଣା । ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲା AICC । ଦୀପା ଦାସମୁନିସିଙ୍କ ଆବାହକତ୍ୱରେ ଏହି କମିଟି ଗଠନ ହୋଇଛି । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ରେ ୫ ଜଣ ସଦସ୍ୟ ରହିଛନ୍ତି । କମିଟିରେ ସାଂସଦ ରଞ୍ଜିତ ରଞ୍ଜନ, ସାଂସଦ ପ୍ରଣିତି ସିନ୍ଦେ, ସାଂସଦ ଏସ୍‌ ଜ୍ୟୋତିମଣି ରହିବେ । ଏହାସହ ଶୋଭା ଓଝା ଅନ୍ୟତମ ସଦସ୍ୟ ରହିବେ । ଓଡ଼ିଶାରେ ମହିଳା ବିରୋଧୀ ହିଂସା ନେଇ ତଦନ୍ତ କରି ରିପୋର୍ଟ ଦେବେ ଏହି କମିଟିର ସଦସ୍ୟ ।  AICC ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ ଏହି ୫ଜଣଙ୍କ ନାଁ ଉଲ୍ଲେଖ ରହିଛି । ଏହି ଟିମ୍ ଓଡ଼ିଶା ଗସ୍ତରେ ଆସି ଗୋପାଳପୁର ଗଣଦୁଷ୍କର୍ମ ମାମଲା ବିଷୟରେ ତନାଘନା କରିବେ ।

 

ଗଞ୍ଜାମ ଗୋପାଳପୁର ବିଚ୍‌ରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଦେଶବ୍ୟାପୀ କମ୍ପନ ସୃଷ୍ଟି କରିଛି । ରଜ ସମୟରେ ଜଣେ ଯୁବତୀ ପୁରୁଷବନ୍ଧୁଙ୍କ ସହ ବିଚ୍‌ ବୁଲିବାକୁ ଯାଇଥିବାବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ମାମଲାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ୍ । ସେପଟେ ଆସନ୍ତା ଜୁଲାଇ ଦ୍ୱିତୀୟ ସପ୍ତାହରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିବେ । ତାଙ୍କ ସହ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡ଼ିଶା ଆସିବେ । କଂଗ୍ରେସ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଯେଉଁଥିରେ ମହିଳା ବିରୋଧୀ ହିଂସା ପ୍ରମୁଖ ପ୍ରସଙ୍ଗ ରହିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । 

ଅଧିକ ପଢନ୍ତୁ: ଗୋପାଳପୁର ଗଣଦୁଷ୍କର୍ମ: ଆରମ୍ଭ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ