Advertisment

ଧାମନଗର ଉପନିର୍ବାଚନ ପୂର୍ବରୁ BDOଙ୍କ ବଦଳି

ଧାମନଗର ବିଜେଡିରେ ଥିବା ଅନ୍ତଃକନ୍ଦଳକୁ ପ୍ୟାଚ୍‌ ପକାଇବା ପାଇଁ ବିଜେଡି ନେତା ପଦଯାତ୍ରା ପ୍ରସ୍ତୁତି ଆଳରେ ଘନଘନ ବୈଠକ କରୁଛନ୍ତି। ତେବେ ଏଠାରେ ଦଳ କାହାକୁ କରିବ ପ୍ରାର୍ଥୀ, ସେନେଇ ଅଡୁଆରେ ବିଜେଡି।

Ahead of Dhamnagar bypoll, Dhamnagar and Tihidi BDOs transferred

Ahead of Dhamnagar bypoll, Dhamnagar and Tihidi BDOs transferred

Advertisment

ଧାମନଗର ଉପନିବାର୍ଚନ ପାଇଁ କାଲିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଏପର୍ଯ୍ୟନ୍ତ କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ନଭେମ୍ବର ୩ରେ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ହାତରେ ମାତ୍ର ଖୁବ୍ କମ୍ ସମୟ ଅଛି। ତେଣୁ ଜୋରଦାର ଢଙ୍ଗରେ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ।

Advertisment

ଧାମନଗର ବିଜେଡିରେ ଥିବା ଅନ୍ତଃକନ୍ଦଳକୁ ପ୍ୟାଚ୍‌ ପକାଇବା ପାଇଁ ବିଜେଡି ନେତା ପଦଯାତ୍ରା ପ୍ରସ୍ତୁତି ଆଳରେ ଘନଘନ ବୈଠକ କରୁଛନ୍ତି। ତେବେ ଏଠାରେ ଦଳ କାହାକୁ କରିବ ପ୍ରାର୍ଥୀ, ସେନେଇ ଅଡୁଆରେ ବିଜେଡି। ସେପଟେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପିରୁ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ପ୍ରଭାରୀ ଡି.ପୁରେନ୍ଦ୍ରଶ୍ୱରୀ ଓ ରାଜ୍ୟ ସଭାପତି ସମୀର ମହାନ୍ତି ଭଦ୍ରକରେ ରହି ରଣନୀତି ପ୍ରସ୍ତୁତ କରୁଛନ୍ତି। ଧାମନଗର ନିର୍ବାଚନ ମଣ୍ଡଳୀର ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ମତାମତ ଆଧାରରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯିବ ବୋଲି କଂଗ୍ରେସ କହିଛି।

ଅନ୍ୟପକ୍ଷେ, ଧାମନଗର ଉପନିର୍ବାଚନ ପୂର୍ବରୁ ଧାମନଗର ଓ ତିହିଡ଼ି ବ୍ଲକ୍‌ର ବିଡିଓଙ୍କ ବଦଳି ହୋଇଛି। ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ତିହିଡ଼ି ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ବଦଳି କରାଯାଇଥିବା ପଞ୍ଚାୟତିରାଜ ବିଭାଗ ସୂଚନା ଦେଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ତହସିଲଦାର ବନବିହାରୀ ଦିଣ୍ଡାଙ୍କୁ ଧାମନଗର ବିଡିଓ ଭାବେ ଅବସ୍ଥାପିତ କରାଯାଇଥିବାବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ତହସିଲଦାର ଜ୍ୟୋର୍ତିମୟ କରଙ୍କୁ ତିହିଡି ବିଡିଓ ଭାବେ ବଦଳି କରଯାଇଛି। ଉଭୟ ଅଧିକାରୀଙ୍କୁ ତୁରନ୍ତ ରିଲିଭ୍ କରିବା ପାଇଁ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଅକ୍ଟୋବର ୧୪ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ।  ଅକ୍ଟୋବର ୧୭ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ୬ରେ ଭୋଟ୍‌ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ। ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଏହି ‌ଆସନ ଖାଲି ରହିଛି।

Bishnu Charan Sethi Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ