Advertisment

ପୁଣି ଗୃହରେ ଉଠିଲା କୋଟିଆ ପ୍ରସଙ୍ଗ, ବିଷ୍ଣୁ ସେଠି କହିଲେ ଆମ ସାହିତ୍ୟ-ସଂସ୍କୃତି ସୁରକ୍ଷିତ ନୁହେଁ

ଗୃହରେ ଉଠିଲା ରାଜ୍ୟ ସୀମା ସୁରକ୍ଷା ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗ ।

Bishnu Sethi

Bishnu Sethi

Advertisment

ପୁଣି ବିଧାନସଭାରେ କୋଟିଆ ଝଡ଼ । ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗ । କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜ କଥା ଉଠାଇଲେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ । କହିଲେ ସୀମାରେ ଭାଷା ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ । ଆନ୍ଧ୍ର ସରକାର ସୀମାନ୍ତବର୍ତ୍ତି ଲୋକମାନଙ୍କୁ ବିଭିନ୍ନ ଯୋଜନାରେ ପ୍ରଲୋଭିତ କରୁଛନ୍ତି । ଯେଉଁଥିରେ ଶହେରୁ ଅଧିକ ଗ୍ରାମ ଏହା ଦ୍ୱାରା ପ୍ରଭାବିତ ହେଉଛି ବୋଲି ବିଷ୍ଣୁ ସେଠୀ କହିଛନ୍ତି ।

Advertisment

ସେ ଏହା ମଧ୍ୟ କହିଛନ୍ତି ଯେ, କୋଟିଆରେ ଏତେ ସବୁ ଘଟଣା ଘଟୁଥିଲେ ମଧ୍ୟ ରାଜ୍ୟ ସରକାର ସବୁବେଳେ ତଥା କଥିତ ଉତ୍ତର ଦେଉଛନ୍ତି ଆମେ ଅନୁଧ୍ୟାନ କରୁଛୁ, ଆମ ପାଖରେ ଖବର ନାହିଁ । ଯଦି ସରକାର ଏପରି କହିବେ, ତେବେ ଖବର କିଏ ରଖିବ ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ ସେଠୀ ।

ବିଭାଗୀୟ ମନ୍ତ୍ରୀ କାହିଁକି କୋଟିଆ ଅଞ୍ଚଳ ପରିଦର୍ଶନ କରୁ ନାହାନ୍ତି, କେଉଁଠି ଅସୁବିଧା ରହୁଛି ବୋଲି ବିଷ୍ଣୁ ପ୍ରଶ୍ନ କରିଛନ୍ତି । ଯେତେବେଳେ ସରକାରୀ ଦଳର ବିଧାୟକମାନେ ପ୍ରଶ୍ନ କରୁଛନ୍ତି ସେ ସମୟରେ ସରକାର କହୁଛନ୍ତି ଆମ ପାଖରେ ଖବର ନାହିଁ । ଏଥିରୁ ଆମେ କଣ ବୁଝିବୁ, ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ଯେଉଁ ପ୍ରଶ୍ନ କରିଥିଲେ ଏବଂ ପଟାଙ୍ଗୀ ବିଧାୟକ ପିତମ ପାଢ଼ୀ ଯେଉଁ କଥା କହୁଛନ୍ତି ତାହା ସତ୍ୟ ନା ମନ୍ତ୍ରୀ ପ୍ରମିଳା ମଲିକ ଯେଉଁ ଉତ୍ତର ଦେଲେ ତାହା ସତ୍ୟ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ବିଷ୍ଣୁ ସେଠୀ ।

Advertisment

ସୂଚନାଯୋଗ୍ୟ, କୋରାପୁଟ କୋଟିଆରେ ଆନ୍ଧ୍ର ପ୍ରଦେଶର ଯୋଜନା ବଣ୍ଟା ସମ୍ପର୍କରେ କିଛି ଜାଣିନାହାନ୍ତି ରାଜ୍ୟ ସରକାର । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗତକାଲି ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି । କୋଟିଆରେ ଓଡ଼ିଶା ସରକାରଙ୍କ ଯୋଜନାର ସମାନ୍ତରାଳ ସହାୟତା, ଆନ୍ଧ୍ର ପ୍ରଦେଶ ଦେଉଥିବା କହିଥିଲେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଭୋଟର ପରିଚୟ ପତ୍ରଠୁ ଜଙ୍ଗଲ ଜମି ପଟ୍ଟା ଆନ୍ଧ୍ର ବାଣ୍ଟୁଛି । ଖାଲି କୋଟିଆ ନୁହେଁ ସୀମାନ୍ତବର୍ତ୍ତି ଗାଁରେ ଆନ୍ଧ୍ର ସରକାରଙ୍କ ହସ୍ତକ୍ଷେପ ରୋକିବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ଜାଣିବାକୁ ଚାହିଁଥିଲେ ଗୃହରେ ।

ଏହାର ଜବାବ ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଗୋଚର ହୋଇନାହିଁ । ସେଭଳି କିଛି କାର୍ଯ୍ୟକାଳପ ଦୃଷ୍ଟିଗୋଚର ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ।

Advertisment
Assembly Kotia Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ