Advertisment

ସୌମ୍ୟଙ୍କ ପରେ ଭର୍ତ୍ତୃହରି ମାରିଲେ ତୀର ! ହେଲେ ବାଜିଲା କାହାକୁ..?

ନୂଆଦିଲ୍ଲୀରେ ଫକୀରମୋହନ ସେନାପତିଙ୍କ 'ଦ ମେକିଂ ଅଫ୍ ଆନ ଅଥର' ପୁସ୍ତକର ଉନ୍ମୋଚନ ଅବସରରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।

ଅଦ୍ୟତନ ହୋଇଛି
Bhartruhari Mahatab

Bhartruhari Mahatab

Advertisment

ସୌମ୍ୟରଂଜନଙ୍କ ପରେ ଭର୍ତ୍ତୃହରିଙ୍କ ଭିନ୍ନ ମନ୍ତବ୍ୟକୁ ନେଇ ଚର୍ଚ୍ଚା। ‘ଯାହାକୁ ଆପଣ ନିଜର ବୋଲି ଭାବିବେ ସେ ମଧ୍ୟ ଅନେକ ସମୟରେ ଆପଣଙ୍କୁ ଛୁରୀରେ ଆଘାତ କରେ । ସାଆନ୍ତ ମାନଙ୍କର ଉତ୍ପାତ ସେ ଯୁଗରେ ବି ହେଉଥିଲା। ଆଜି କଣ କମ ଅଛି ।’ ନୂଆଦିଲ୍ଲୀରେ ଫକୀରମୋହନ ସେନାପତିଙ୍କ 'ଦ ମେକିଂ ଅଫ୍ ଆନ ଅଥର' ପୁସ୍ତକର ଉନ୍ମୋଚନ ଅବସରରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ‘ସେ ଯୁଗରେ ଗୁମାସ୍ତା ମାନଙ୍କର ଅତ୍ୟାଚାର ଅଧିକ ହେଉଥିଲା, ଆଜି କଣ କମ ଅଛି । ଆମେ ଯେତେବେଳେ ଫକୀର ମୋହନଙ୍କ ଉପନ୍ୟାସ ହେଉ, କି ଗଳ୍ପ ପଢିଥାଉ ତାଙ୍କ ଚରିତ୍ରଗୁଡ଼ିକ ଆଖି ଆଗକୁ ଆସିଯାଇଥାଏ। ଆମେ କଣ ଆଖି ବନ୍ଦ କରି କିମ୍ବା ଆଖି ଖୋଲି ସେହିଭଳି ଚରିତ୍ରକୁ ଦେଖୁନେ କି, ବା ସେହିଭଳି ମଙ୍ଗରାଜମାନେ ମିଳୁନାହାନ୍ତି କି’ ବୋଲି ଭର୍ତ୍ତୃହରି କହିଛନ୍ତି ।

ମଞ୍ଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଏଭଳି କହିଛନ୍ତି। ତେବେ କାହିଁକି ଏଭଳି ମନ୍ତବ୍ୟ ଦେଲେ, କାହା ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେଲେ ସେ ନେଇ ଭର୍ତ୍ତୃହରିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ବିରୋଧୀ ଦଳ ମଧ୍ୟ କୌଣସି ଯୁକ୍ତି ରଖିନାହିଁ।

Advertisment

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ