Advertisment

ବାଚସ୍ପତି ଓ ୨ ମନ୍ତ୍ରୀଙ୍କ ଇସ୍ତଫା ପରେ ବଦଳିବ ମନ୍ତ୍ରିମଣ୍ଡଳ

ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳରେ ଛୋଟ ଧରଣର ଅଦଳବଦଳ ହୋଇପାରେ

ଅଦ୍ୟତନ ହୋଇଛି
Odisha Cabinet Reshuffle

Odisha Cabinet reshuffle

Advertisment

ବଦଳିବ ମନ୍ତ୍ରିମଣ୍ଡଳ । ବାଚସ୍ପତି ଓ ୨ ମନ୍ତ୍ରୀଙ୍କ ଇସ୍ତଫା ପରେ ମନ୍ତ୍ରିମଣ୍ଡଳ ବଦଳିବା ସ୍ପଷ୍ଟ । ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳରେ ଛୋଟ ଧରଣର ଅଦଳବଦଳ ହୋଇପାରେ । ପ୍ରାୟ ୩ରୁ ୪ଜଣ ମୁହଁ ବଦଳିପାରେ ବୋଲି ସୂଚନା ମିଳିଛି । ବାଚସ୍ପତି ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଆସନ୍ତାକାଲି ଝାରସୁଗୁଡ଼ା ଫଳାଫଳ ଥିବା ବେଳେ ହୁଏତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବି ମନ୍ତ୍ରିପଦ ମିଳିପାରେ ବୋଲି କୁହାଯାଉଛି ।

Advertisment

ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ ଆରୁଖ ଆଜି ପ୍ରଥମେ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଗଣମାଧ୍ୟମକୁ ସେ କହିଛନ୍ତି, ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ମୁଁ ନିର୍ବାହ କରିଛି। ଭବିଷ୍ୟତରେ ଯାହା ଦାୟିତ୍ୱ ମିଳିବ, ତାକୁ ନିର୍ବାହ କରିବି। ଦଳରେ ବା ସରକାରରେ ଯେଉଁ ଦାୟିତ୍ୱ ମିଳିବ, ତୁଲାଇବି ।’

Advertisment

ତା’ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି । ଆଜି ଉଭୟ ନିଜର ଇସ୍ତଫାପତ୍ର ଉପବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ କେଉକାରଣରୁ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ ।

Cabinet Reshuffle Odisha Cabinet Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ