Advertisment

BJD Internal Conflict: ଗୋଷ୍ଠୀ କନ୍ଦଳ ଓ ତାଳିପକାରେ ବିଜେଡିକୁ ପୂରିଲା ବର୍ଷେ, କୋମାରେ ନବୀନଙ୍କ ଛାୟା କ୍ୟାବିନେଟ୍

ବର୍ଷେ ପୁରିଲା, ହେଲେ ଏବେବି ବିଜେଡି ସ୍ଥିତି ଟଳମଳ। ନା ଅଛି ଆଭିମୁଖ୍ୟରେ ସ୍ପଷ୍ଟତା ନା ସଜାଡ଼ି ହେଉଛି ସଂଗଠନ। ୨୦୨୪ ବିପର୍ଯ୍ୟୟ ପରେ ବିଜେଡିରେ କେହି କାହାରିକୁ ମାନିବାକୁ ନାରାଜ ।

ଅଦ୍ୟତନ ହୋଇଛି
undefined

କାଠଗଡ଼ାରେ ନବୀନ

Advertisment

ଗୋଷ୍ଠୀ କନ୍ଦଳ ଆଉ ତାଳି ପକାରେ ପୂରିଲା ବର୍ଷେ । ପ୍ରମୁଖ ବିରୋଧୀ ଭୂମିକା ଗଲା ଚୁଲିକୁ। ବିପର୍ଯ୍ୟୟ ପରେ ବିଜେଡି ସୁପ୍ରିମୋ ଦମ୍ଭ ଦେଖାଇ କହିଥିଲେ ସରକାର ଲାଗି ଅଳ୍ପ ସିଟ୍ ବ୍ୟବଧାନ ରହିଛି । ଏଭଳି ସମୀକରଣ ପଛରେ ଉଦ୍ଦେଶ୍ୟ ଥିଲା ଦଳକୁ ଏକାଠି ରଖିବା। ମାତ୍ର ଦଳ ଏକାଠି ରହିବା ଦୂରର କଥା ନିଜ ନିଜ ଭିତରେ କନ୍ଦଳ ପାଇଁ ଦଳ ବିଭାଜିତ ହୋଇଯାଇଛି। ଏଭଳି ସ୍ଥଳରେ ମୁଖ୍ୟ ବିରୋଧୀ ଭୂମିକାରୁ ବହୁ ଦୂରରେ ।

Advertisment

ଅଧିକ ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀ ପଦ ଛାଡିବେ ଚିରାଗ ପାଶ୍ୱାନ; ଯିବେ କୁଆଡ଼େ...

ବର୍ଷେ ପୁରିଲା, ହେଲେ ଏବେବି ବିଜେଡି ସ୍ଥିତି ଟଳମଳ। ନା ଅଛି ଆଭିମୁଖ୍ୟରେ ସ୍ପଷ୍ଟତା ନା ସଜାଡ଼ି ହେଉଛି ସଂଗଠନ। ୨୦୨୪ ବିପର୍ଯ୍ୟୟ ପରେ ବିଜେଡିରେ କେହି କାହାରିକୁ ମାନିବାକୁ ନାରାଜ । ୫୧ ବିଧାୟକଙ୍କୁ ଧରି ଛାୟା କ୍ୟାବିନେଟ୍ ଗଠନ କଲେ ନବୀନ । ହେଲେ ଛାୟା କ୍ୟାବିନେଟ ଏବେ କୋମାରେ । ବରିଷ୍ଠଙ୍କଠୁ କନିଷ୍ଠ ଯାଏ ନେତୃତ୍ୱକୁ ଚାଲେଞ୍ଜ ଦେଉଛନ୍ତି । ୩୩ରୁ ୯ ସାଙ୍ଗଠନିକ ଜିଲ୍ଲାରେ ସଭାପତି ଚୟନ ହୋଇ ପାରୁନାହାନ୍ତି । ପ୍ରଥମ ଥର ପାଇଁ ଶୃଙ୍ଖଳା କମିଟି ଗଠନ କରି ଅମାନିଆଙ୍କ ମୁହଁରେ ତୁଣ୍ଡି ବାନ୍ଧିବାକୁ ଚେଷ୍ଟା କରିଛନ୍ତି ନବୀନ। କିନ୍ତୁ ଏ ମନ୍ତ୍ର ବି କାଟୁ କରୁନି।

ବିଧାନସଭାରେ କଂଗ୍ରେସ ସହିତ ଅଘୋଷିତ ମେଣ୍ଟ କରି ଆଗକୁ ବଢିବାକୁ ଦଳ ପ୍ରୟାସ ଜାରି ରଖିଛି। କିନ୍ତୁ ୱାକ୍ଫକୁ ନେଇ ଦୋ ମୁହାଁ ନିଷ୍ପତ୍ତି ଦଳପତିଙ୍କୁ କାଠଗଡ଼ାରେ ଛିଡା କରିଛି। ସେହିପରି ବିପର୍ଯ୍ୟୟ ପରେ କର୍ମୀ ଓ ନେତା ଆଶା କରୁଥିଲେ ଢାଞ୍ଚାଗତ ପରିବର୍ତ୍ତନ ହେବ ବୋଲି କିନ୍ତୁ ଯାହା ପୂର୍ବରୁ ଥିଲା ସେୟା ହେଲା । ଦେବୀ, ବବି, ଅତନୁ, ସଞ୍ଜୟଙ୍କୁ ବଡ଼ ଦାୟିତ୍ବ ମିଳିଥିବାରୁ ଦଳ ଭିତରେ ପ୍ରବଳ ଅସନ୍ତୋଷ। ସଶକ୍ତ ବିରୋଧୀ କଥା ବିଜେଡି କହୁଥିବା ବେଳେ ପ୍ରଥମ ବର୍ଷରେ କିନ୍ତୁ ଏହାର ପ୍ରତିଫଳନ ଦେଖିବାକୁ ମିଳିନାହିଁ।

Advertisment

ଏକାଧିକ ପ୍ରସଙ୍ଗରେ ବିଜେଡି ସେଭଳି ଆଖିଦୃଶିଆ ଭୂମିକା ନେଇପାରିନାହିଁ । ଦରଦାମ୍ ବୃଦ୍ଧି ଓ ପଛୁଆ ବର୍ଗ ପାଇଁ ବିଜେଡି ପ୍ରଥମ ବର୍ଷରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଅନ୍ୟ ପ୍ରସଙ୍ଗରେ ଜୋରଦାର ଆନ୍ଦୋଳନ କରିବାକୁ ସକ୍ଷମ ହୋଇନାହିଁ । ବିଜେପି କହିଛି ଆଜି ବି ବିଜେଡି ସ୍ବପ୍ନ ଦେଖୁଛି। ନିଜ ପରାଜୟର ସମୀକ୍ଷା ନକରି ସରକାରଙ୍କ ଦୋଷ ତ୍ରୁଟି ଖୋଜୁଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡିରେ ଏବେ ପରିଚୟ ସଙ୍କଟ ଥିବାରୁ ଦଳ ଦିଶା ହୀନ। ଯେଉଁଥିପାଇଁ ଦଳ ଏବେ ବିରୋଧୀ ଭୂମିକା ଠିକ୍ ଭାବେ ନିଭାଇ ପାରୁନାହିଁ । ଦିନଥିଲା ନବୀନଙ୍କ ନିଷ୍ପତ୍ତି ଥିଲା ସର୍ବମାନ୍ୟ। ମାତ୍ର ଏବେ ଦଳ, ଫାଳ ଫାଳ ହୋଇଯାଇଥିବାରୁ ସଭାପତିଙ୍କ ପାଇଁ ଚିନ୍ତା ବଢୁଛି। ଯାହାକୁ ଆଗକୁ ମ୍ୟାନେଜ୍ କରିବା କାଠିକର ପାଠ ।

ଅଧିକ ପଢ଼ନ୍ତୁ: ବିଜେଡିରୁ ବିଦା ହେଲେ ଆଉ ଜଣେ ନେତା, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ

Advertisment
Odisha Naveen Patnaik BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ