• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଶେଷରେ କ୍ଷମା ମାଗିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ଏଘଟଣାକୁ ନେଇ ସଂସଦ ଭିତରେ ଓ ବାହାରେ ପ୍ରବଳ ତମ୍ବିତୋଫାନ ଓ ବିରୋଧ ପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି କ୍ଷମା ମାଗିଛନ୍ତି ଅଧୀର ରଞ୍ଜନ । ରାଷ୍ଟ୍ରପତିଙ୍କ ପଦବୀକୁ ନେଇ ସେ ଭୁଲରେ ଅପଶବ୍ଦ ବ୍ୟବହାର କରିଥିବାରୁ ଏଥିପାଇଁ ଦୁଃଖ ପ୍ରକାଶ କରୁଥିବା ଚିଠିରେ ଲେଖିଛନ୍ତି । ତାଙ୍କ ପାଟିରୁ ଏଭଳି ଶବ୍ଦ ଅଜାଣତରେ ଖସି ଯାଇଥିବାରୁ, ରାଷ୍ଟ୍ରପତି ତାଙ୍କୁ କ୍ଷମା ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ଅଧୀର ରଞ୍ଜନ ।

ସୂଚନାଯୋଗ୍ୟ, ରାଷ୍ଟ୍ରପତିଙ୍କ ପ୍ରତି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସଂସଦ ଭିତରେ ଓ ବାହାରେ ଝଡ଼ ଉଠିଥିଲା । ଏପରିରି ରାଜ୍ୟ ବିଧାନସଭାରେ ମଧ୍ୟ ପ୍ରବଳ ହଙ୍ଗାମା ହୋଇଥିଲା । କଂଗ୍ରେସକୁ ଆଦିବାସୀ ଓ ମହିଳା ବିରୋଧୀ କହି ଅଧିର ରଞ୍ଜନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି । ତେବେ ଚାରିଆଡୁ ସମାଲୋଚିତ ହେବା ପରେ ଅଧିର ରଞ୍ଜନ କହିଥିଲେ, ତାଙ୍କ ଭୁଲ ପାଇଁ ସେ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବେ କିନ୍ତୁ ବିଜେପିକୁ ନୁହେଁ ।

ତେବେ ଯେତେବେଳେ ଅଧୀର ରଞ୍ଜନ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି ମନ୍ତବ୍ୟ ଦେଇଥିଲେ, ସେତେବେଳେ ଏହି ବିବାଦ ଆରମ୍ଭ ହୋଇଥିଲା । ସଂସଦରେ ବିଜେପି ହଙ୍ଗାମା କରିଥିଲା । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ କଲା ଭଳି ଶବ୍ଦ ପ୍ରୟୋଗ କରିି ତୀବ୍ର ସମାଲୋଚିତ ହୋଇଥିଲେ କଂଗ୍ରେସର ଏହି ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ପୁଣି ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗଣମାଧ୍ୟମରେ ଆପତ୍ତିଜନକ ସମ୍ବୋଧନ କରିବା ପରେ, ସଂସଦରୁ ସଡ଼କ ଯାଏ ବିଜେପି ଚିତ୍କାର କରିଥିଲା ।

ରାଷ୍ଟ୍ରପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ନେଇ ତୀବ୍ର ସମାଲୋଚିତ ହେବା ପରେ ସଫେଇ ଦେଇ ଅଧିର ରଞ୍ଜନ କହିଥିଲେ ଭୁଲ୍‌ରେ ପାଟିରୁ ଖସିଯାଇଥିଲା । ଅପରପକ୍ଷେ ଏହି ପ୍ରସଙ୍ଗରେ ମୁହଁ ଖୋଲି ସୋନିଆ କହିଥିଲେ ଅଧୀର ଏ ସଂପର୍କରେ କ୍ଷମା ମାଗି ସାରିଛନ୍ତି ।