Actor Arindam Roy
ବିଜେଡ଼ି ଛାଡ଼ିବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଥିଲା କୁଆଡେ ଯିବେ ଅରିନ୍ଦମ ? କଣ କରିବେ ଅରିନ୍ଦମ ? ଫିଲ୍ମ ଜଗତକୁ ପୁଣି ଫେରିବେ କି ? ଏସବୁ ପ୍ରଶ୍ନ ଉପରୁ ସବୁ ପରଦା ହଟାଇଛନ୍ତି ଅରିନ୍ଦମ । ପଦ୍ମ ଶିବିରକୁ ଯାଇଛନ୍ତି ଅରିନ୍ଦମ । ବିଜେଡ଼ି ଛାଡ଼ି ବିଜେପିରେ ମିଶିଛନ୍ତି ଅଭିନେତା ଅରିନ୍ଦମ ରାୟ । ଭୁବନେଶ୍ୱର ବିଜେପି ରାଜ୍ୟ ମୁଖ୍ୟାଳୟରେ ପହଞ୍ଚି ବିଜେପିରେ ମିଶିଛନ୍ତି ଅରିନ୍ଦମ ରାୟ । ଭୁବନେଶ୍ୱର ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ଅରିନ୍ଦମ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି।
ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଅରିନ୍ଦମ। ବିଜେପିରେ ମିଶିବା ପରେ ବିଜେଡିକୁ ଟାର୍ଗେଟ କଲେ ଅରିନ୍ଦମ। ସେ କହିଛନ୍ତି ‘ସେଠାରେ କାମ କରିବାର ସୁଯୋଗ ନାହିଁ। ସେ ଦଳର ସାଚୁରେସନ ଆସିଗଲାଣି, ଆଉ ଫଙ୍କସନ୍ ନାହିଁ। ସେଠି କାମ କରିବାର ଶୈଳୀ ବଦଳି ଗଲାଣି, ଖାପଖୁଆଇ ପାରିଲିନି।
ସେଠି କାମ କରିବା ସୁଯୋଗ ନାହିଁ, ସେଠି ମୋର ଜାଗା ଥିବା ଭାବିଲିନି। ସେମାନେ ମୋତେ ବହୁତ କାମ କରାଇଛନ୍ତି, ଆଉ କାମ ସୁଯୋଗ ନାହିଁ। ଦଳର ନେତାଙ୍କୁ ଭେଟିବା ଏବେ ଇମ୍ପସିବୁଲ ହୋଇଗଲାଣି। ଯଦି ନେତାଙ୍କୁ ଭେଟିପାରିବୁନି, ଆଉ ସେଠି ରହିବା ଆବଶ୍ୟକ ନାହିଁ’ ବୋଲି କହିଛନ୍ତି ଅରିନ୍ଦମ।
ଅରିନ୍ଦମ କିଛି ସମୟ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ସାଧାରଣ ସଂପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ ଇସ୍ତଫା ପତ୍ର । ଇସ୍ତଫା ପତ୍ରରେ ନବୀନଙ୍କୁ ନିଜ କ୍ଷୋଭ ଜଣାଇଲେ ଅରିନ୍ଦମ ।
ଇସ୍ତଫା ପତ୍ରରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଲେଖିଥିଲେ ଯେ, “ ମୋ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନାହିଁ । ଅନେକ ଥର ଆପଣଙ୍କୁ ଭେଟିବାକୁ ଚାହିଁଥିଲେ ବି ସୁଯୋଗ ମିଳୁନି । ଆପଣଙ୍କୁ ଭେଟିବାର ମାପଦଣ୍ଡ ପୂରଣ କରୁନଥିବା ଅନୁଭବ କରୁଛି । ଆପଣଙ୍କ ଦଳରେ ମୋର ସ୍ଥାନ କିଛି ନୁହେଁ ବୋଲି ଭାବୁଛି । ଆଶା ମୋ ପରିସ୍ଥିତି ବୁଝିବେ, ମୋ ଉପରେ କିଛି ଆକ୍ରୋଶ ରଖିବେନି । ”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710506907.jpg)