Advertisment

ବାଣୀବିହାର କ୍ୟାମ୍ପସ୍‌ରେ 5T ଷ୍ଟିକର ! BCJD-ABVPର ପୋଷ୍ଟର ୱାର୍...

5T ସଚିବଙ୍କ ଷ୍ଟିକର ପାଖରେ ମହାପୁରୁଷଙ୍କ ପୋଷ୍ଟର ମରାକୁ ନେଇ ମୁହାଁମୁହିଁ । ଛାତ୍ର ବିଜେଡି-ଏବିଭିପି ମଧ୍ୟରେ ମୁହାଁମୁହିଁ ।

ଅଦ୍ୟତନ ହୋଇଛି
undefined

Vani Vihar Campus

Advertisment

5T ସଚିବଙ୍କ ପୋଷ୍ଟରକୁ ନେଇ ବଢୁଛି ବିବାଦ । ସଚିବଙ୍କ ଗସ୍ତ ଓ ହେଲିକପ୍ଟର ଉଡ଼ାଣ ବିବାଦ ପରେ ପୋଷ୍ଟରକୁ ନେଇ ଛକାପଞ୍ଝା । ମୁହାଁମୁହିଁ ଛାତ୍ର ବିଜେଡି-ଏବିଭିପି । 

Advertisment

କ୍ୟାଂପସରେ ବି 5T ପଲିଟିକିସ୍ । ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଲଗାଯାଇଥିବା 5T ଷ୍ଟିକରକୁ ଘୋର ବିରୋଧ କରଯାଇଛି । କିଛି ଦିନ ତଳେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବାଣୀବିହାର କ୍ୟାମ୍ପସରେ ‘ୱି ଷ୍ଟାଣ୍ଡ ୱିଥ୍ ଭିକେ ପାଣ୍ଡିଆନ ସାର୍’ ଲେଖାଥିବା ଷ୍ଟିକର ଲଗାଯାଥିଲା । ସେ ସବୁ ଷ୍ଟିକର ପାଖରେ ବିଭିନ୍ନ ମହାପୁରୁଷଙ୍କ ପୋଷ୍ଟର ମାରି ପ୍ରତିବାଦ କରିଛି ଏବିଭିପି । ସେହି ପୋଷ୍ଟରରେ ଲେଖାଅଛି ମୁଁ ଫକୀର ମୋହନ ସେନାପତିଙ୍କ ପାଇଁ ଗର୍ବିତ, ଆଉ ଆପଣ ? ଦୁଇ ଛାତ୍ର ସଂଗଠନ ମଧ୍ୟରେ ଏଭଳି ପୋଷ୍ଟର ୱାରକୁ ନେଇ ଏବେ ବେଶ୍ ସରଗରମ ବାଣୀବିହାର କ୍ୟାମ୍ପସ ।

କେବଳ ଉତ୍କଳ ବିଶ୍ୱବିଦ୍ୟାଳୟ ନୁହେଁ 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତବେଳେ ରାଜନେତାଙ୍କ ଭଳି ଲଗାଯାଇଥିଲା ପାଣ୍ଡିଆନଙ୍କ ପୋଷ୍ଟର। ଏପରିକି ଗସ୍ତପୂର୍ବରୁ ବି ପ୍ରସ୍ତୁତି ବୈଠକ ନାଁରେ ଲାଗୁଥିଲା ପୋଷ୍ଟର। ଏବେ ବି ସୋସିଆଲ ମଡିଆରେ ଚାଲିଛି ପାଣ୍ଡିଆନଙ୍କ ପ୍ରଚାର। ପ୍ରଶ୍ନ, ଜିଲ୍ଲା ଗସ୍ତ ସରିବା ପରେ ପାଣ୍ଡିଆନଙ୍କ ପଲିଟିକାଲ ପ୍ରମୋସନ୍ ପାଇଁ ଏଭଳି କରାଯାଉଛି କି? ବିଜେଡିରେ ବିଦ୍ଧିବଦ୍ଧ ଏଣ୍ଟ୍ରି ମାରିବା ପୂର୍ବରୁ ଏସବୁ ତାର ଝଲକ୍ କି?

Advertisment

ଏସବୁ ପ୍ରଶ୍ନ ଭିତରେ ନବୀନ-ପାଣ୍ଡିଆନ୍‌ଙ୍କ ଫଟୋ ଥାଇ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଚର୍ଚ୍ଚା ସୃଷ୍ଟି କରିଛି। ତେବେ କାହିଁକି ଜଣେ IAS ଅଫିସରଙ୍କ ପୋଷ୍ଟର ଲଗାଯାଉଛି ? ଏହା ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ ରୁଲ୍‌ର ଉଲ୍ଲଂଘନ ନୁହେଁ କି ? ବିଜେଡିର ଜନ ପ୍ରତିନିଧି ଏଭଳି ପ୍ରଚାର, ପ୍ରସାର କରିବା ଠିକ୍ କି? ଭୟ ନା ରାଜନୈତିକ ସ୍ୱାର୍ଥ ଲାଗି ଏସବୁ କରାଯାଉଛି ?

ସେପଟେ ୨ ହଜାର ମସିହାରେ ଓଡିଶାରେ ସ୍ଥିତି କଣ ଥିଲା, ଏବେ କଣ ଅଛି ତାର ଏକ ତୁଳାନାତ୍ମକ ଚିତ୍ର ରଖି ସାଂସଦ ଅମର ପଟ୍ଟନାୟକଙ୍କ ଟୁଇଟକୁ ସୋସିଆଲ୍ ମିଡିଆରେ କାଉଣ୍ଟର କରିଛନ୍ତି ବିଜେପି ମୁଖାପାତ୍ର ଅନିଲ ବିଶ୍ୱାଳ। ସେ ଲେଖିଛନ୍ତି, ବିଜେଡି ସାଂସଦ ମନରୁ ଟୁଇଟ୍ କରିନାହାନ୍ତି, ତୃତୀୟ ମହଲା ନିର୍ଦ୍ଦେଶରେ ଏଭଳି ଟୁଇଟ୍ କରାଯାଇଛି । ତେବେ ଏନେଇ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Advertisment

Utkal University ABVP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ