Vijayawada office
ଗିରଫ ହୋଇଥା’ନ୍ତେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ! କଂଗ୍ରେସ କାର୍ଯ୍ୟାଳୟରେ କଟିଲା ସାରାରାତି । ପଲଙ୍କ ବଦଳରେ ଚଟାଣରେ ଶୋଇଲେ ନେତ୍ରୀ । କଂଗ୍ରେସ କାର୍ଯ୍ୟାଳୟରେ ଗଦି ପକାଇ ଶୋଇଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ୟୁଏସ୍ ଶର୍ମିଲା ରେଡ୍ଡୀ ।
YSRCP ନେତା ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଗନ୍ ମୋହନ ରେଡ୍ଡୀ । ଆଉ କଂଗ୍ରେସ ନେତ୍ରୀ ହେଉଛନ୍ତି ୟୁଏସ୍ ଶର୍ମିଲା ରେଡ୍ଡୀ । ଗୁରୁବାର ଦିନ ଶର୍ମିଲା କହିଛନ୍ତି, ସରକାର ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଚନ୍ତି । ତେଣୁ ସେ ଗିରଫରୁ ବର୍ତ୍ତିବାକୁ କଂଗ୍ରେସ କାର୍ଯ୍ୟାଳୟରେ ରହିଥିଲେ ।
ଅଧିକ ପଢ଼ନ୍ତୁ: ଏ କି ନିର୍ବାଚନୀ ପ୍ରଚାର! କଣ୍ଡୋମ ପ୍ୟାକେଟ୍ ବାଣ୍ଟିଲେ ଦଳୀୟ କର୍ମୀ
ବର୍ତ୍ତମାନ ୟୁଏସ୍ ଶର୍ମିଲା ରେଡ୍ଡୀଙ୍କ ଏକ ଭିଡିଓ ସୋସିଆଳ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ୟୁଏସ୍ ଶର୍ମିଲା ରେଡ୍ଡୀ କଂଗ୍ରେସର ବିଜୟୱାଡା କାର୍ଯ୍ୟାଳୟର ଏକ କୋଠରି ଚଟାଣରେ ଶୋଇଥିବା ଦେଖିବାକୁ ମିଳିଛନ୍ତି । କଂଗ୍ରେସର Chalo Secretariat protest କାର୍ଯ୍ୟକ୍ରମ ପରେ ଏହି ଘଟଣା ସାମ୍ନାକୁ ଆସିଛି ।
ବେରୋଜଗାରୀ ଯୁବକ ଓ ଛାତ୍ରଛାତ୍ରୀମାନେ ସାମ୍ନା କରୁଥିବା ଅସୁବିଧାର ସମାଧାନ ପାଇଁ କଂଗ୍ରେସ ଏହି ପ୍ରତିବାଦ କରିଥିଲା । YS ଶର୍ମିଲା ବୁଧବାର ଦିନ ଏହାକୁ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଗତ ପାଞ୍ଚ ବର୍ଷ ମଧ୍ୟରେ ଯୁବକ ଏବଂ ଛାତ୍ରମାନଙ୍କ ସମସ୍ୟାର ସମାଧାନ କରିବାରେ ଜଗନ୍ ମୋହନ ସରକାର ବିଫଳ ହୋଇଛନ୍ତି । ଏହା ପରେ ସେ ସୋସିଆଲ ମିଡିଆ ‘X’ରେ ତାଙ୍କୁ ଗିରଫ କରାଯିବା ନେଇ ସେ ସୂଚନା ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708586562.jpg)