ପ୍ରଦୀପ ପାଣିଗ୍ରାହୀଙ୍କୁ 5T ସଚିବଙ୍କ ଟାର୍ଗେଟ୍‌

ପ୍ରଦୀପଙ୍କ ନାଁ ନନେଇ ତାଙ୍କ ନିର୍ବାଚନମଣ୍ଡଳିରେ ହିଁ ତାଙ୍କୁ ଟାର୍ଗେଟ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ ।

ପାଣ୍ଡିଆନଙ୍କ ପାଲଟା ଟାର୍ଗେଟ୍‌

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ 5T ସଚିବ ଭି.କେ. ପାଣ୍ଡିଆନଙ୍କ ପାଲଟା ଟାର୍ଗେଟ । ପ୍ରଦୀପଙ୍କ ନାଁ ନନେଇ ତାଙ୍କ ନିର୍ବାଚନମଣ୍ଡଳିରେ ହିଁ ତାଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ୍ । ଗୋଟିଏ ପଟେ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଣ୍ଡା, ପଥର ସହ ବୋତଲ ମାଡ଼ ଚାଲୁଥିବାବେଳେ କନିଷି ସଭାମଞ୍ଚ ଉପରୁ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ନନେଇ ଟାର୍ଗେଟ କରିଥିଲେ ।

କହିଥିଲେ, କୋଭିଡବେଳେ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଜନ ପ୍ରତିନିଧି ବାହାରେ ଫସିଥିବା ପ୍ରବାସୀଙ୍କୁ ନଆଣିବାକୁ କହୁଥିଲେ । ପ୍ରବାସୀ ଗଞ୍ଜାମ ଲୋକଙ୍କୁ ଆଣିଲେ କୋଭିଡ୍ ବଢ଼ିଯିବ ବୋଲି କହିଥିଲେ । ସେମାନଙ୍କୁ ଆଣିଲେ ଗଞ୍ଜାମ ସ୍ଥିତି ବିଗିଡ଼ିଯିବ । ଆମେ ପ୍ରଥମେ ବଞ୍ଚିବା, ତା’ପରେ ଅନ୍ୟମାନଙ୍କ କଥା ଚିନ୍ତା କରିବା ବୋଲି ସେହି ପ୍ରତିନିଧି କହିଥିଲେ ବୋଲି କହିଛନ୍ତି ପାଣ୍ଡିଆନ୍ କିନ୍ତୁ ତାଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀ ରାଗି ଯାଇଥିଲେ, ଉଦ୍ଧାର ପାଇଁ ଆମକୁ କହିଥିଲେ ।

ଲୋକଙ୍କ ଭିତରେ ସୋସିଆଲ ମିଡିଆରେ ଭୟ ସୃଷ୍ଟି କରିବାକୁ ଏ ଲୋକ ପ୍ରତିନିଧି ଚେଷ୍ଟା କରିଥିଲେ ବୋଲି କନିଷି ସଭାରେ ଟାର୍ଗେଟ କରିଥିଲେ ପାଣ୍ଡିଆନ୍ । ସେବା ନାଁରେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କାମ କଲେ ମହାପାପ ଲାଗିବ । ସେହି ଜନ ପ୍ରତିନିଧିଙ୍କ ଭଲ କାମ କ’ଣ ହେଲା ସମସ୍ତେ ଜାଣନ୍ତି ବୋଲି ସେ ଦୋହରାଇଛନ୍ତି । ଲୋକଙ୍କ ସେବାରେ ଯିଏ ଏପଟ ସେପଟ କରିବେ, ସେଥିପାଇଁ ମାଆ ତାରାତାରିଣୀ ରହିଛନ୍ତି ।