Advertisment

ପାର୍ଲାମେଣ୍ଟରେ ବି ଉଠିବ 5T ପ୍ରସଙ୍ଗ, ସର୍ଭିସ୍ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ନେଇ ପ୍ରଶ୍ନ କରିବ କଂଗ୍ରେସ

ବିଜେପି ବି ଉଠାଇବ ସଚିବଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ବିଜେଡି କହିଲା ଫାଇଭ୍-ଟି ମଡେଲ୍‌ର ହେବ ପ୍ରଚାର ।

ଅଦ୍ୟତନ ହୋଇଛି
undefined

Odisha Politics

Advertisment

ପାର୍ଲାମେଣ୍ଟରେ ବି ଉଠିବ 5T ପ୍ରସଙ୍ଗ । ବିଜେଡିର 5T ମଡେଲ୍ ବନାମ ବିରୋଧୀଙ୍କ 5T ସଚିବଙ୍କ ଜିଲ୍ଲା ଗସ୍ତ । ରାଜ୍ୟରେ ମୁହାଁମୁହିଁ ପରେ ସଂସଦରେ ମୁହାଁମୁହିଁ ହେବେ ବିଜେପି-ବିଜେଡି ! ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକଟ୍ ରୁଲ୍ ଉଲ୍ଲଂଘନ କଥା ଉଠାଇବ କଂଗ୍ରେସ ।

Advertisment

ରାଜ୍ୟ ରାଜନୀତିରେ 5T ଏବେ ବଡ଼ ପ୍ରସଙ୍ଗ। ବିରୋଧୀ ବିଜେପି ଓ କଂଗ୍ରେସ 5T ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ଘନଘନ ଆକ୍ରମଣ କରୁଛନ୍ତି। ଗତ ବିଧାନସଭା ଅଧିବେଶନ ସମୟରେ ବି ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ। ଏପରିକି DOPTରେ ଅଭିଯୋଗ କରିଥିଲା ବିଜେପି। ଏଭଳି ସ୍ଥିତିରେ ଆସନ୍ତକାଲିଠାରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ଉଠିବ 5T ପ୍ରସଙ୍ଗ। 5T ସଚିବଙ୍କ ଜିଲ୍ଲା ଗସ୍ତ, ରାଜନେତାଙ୍କ ଭଳି କାର୍ଯ୍ୟକ୍ରମ କରି ପ୍ରକଳ୍ପ ଘୋଷଣା ପୁରା ଅସାମ୍ବିଧାନିକ ବୋଲି ଅଭିଯୋଗ ହୋଇଆସୁଛି।

ସେପଟେ ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକଟ୍ ରୁଲର ଉଲଘଂନ ହେଉଥିବା କଥା ପ୍ରଧାନମନ୍ତ୍ରୀ ଓ ଡିଓପିଟିଙ୍କୁ ପଚାରିବୁ ବୋଲି କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ଏସବୁ ଭିତରେ କିନ୍ତୁ 5T ମଡେଲରେ ରାଜ୍ୟ ବିକାଶର ରୂପାନ୍ତୀକରଣ କଥା ବିଜେଡି ଜୋରଦାର ଢଙ୍ଗରେ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛି। ତାସହ ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ସିଏମ୍ଓ ଲୋକଙ୍କ ପାଖକୁ ଯାଉଥିବା ସଫେଇ ଦେଇଛି।

Advertisment

ଏପଟେ ବିଜେଡି, ସଂସଦରେ ପୁଣି ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ଦାବି ଉଠାଇବ। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାକି ଥିବା ୮ ଲକ୍ଷ ଘର ପ୍ରଦାନ, ଚାଷୀଙ୍କ ସମସ୍ୟା, ଏଫ୍‌ସିଆଇ ଉଷୁନା ଚାଉଳ ନଉଠାଇବା ଏବଂ କେନ୍ଦ୍ରାପଡ଼ାକୁ ପାସେଞ୍ଜର ଟ୍ରେନ୍ ପ୍ରସଙ୍ଗ ଉଠାଇବ ବୋଲି କହିଛନ୍ତି ସାଂସଦ ପିନାକୀ ମିଶ୍ର।

ସେପଟେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ଏଥର ସଂସଦରେ ଆସିବାକୁ ଥିବା ସମସ୍ତ ବିଲ୍ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସବୁ ଦଳଙ୍କ ସୁଚିନ୍ତିତ ପରାମର୍ଶ ଦରକାର।

Advertisment

୨୩ ଦିନର ମୌସୁମୀ ଅଧିବେଶନରେ ୧୭ଟି କାର୍ଯ୍ୟଦିବସ ରହିଛି। ଏହି ସମୟ ଭିତରେ ୨୧ଟି ନୂଆ ବିଲ୍ ଓ ୭ଟି ପୁରୁଣା ବିଲ୍ ପାସ୍ କରାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି। ଏଥିରେ ଡିଜିଟାଲ ଡାଟା ପ୍ରୋଟେକସନ ଏବଂ ମେଡିଏସନ ବିଲ୍ ପରି ବହୁ ଗୁରୁତ୍ୱପୂର୍ଣ୍ଣ ବିଧେୟକ ରହିଛି। ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ଆଜି ସର୍ବଦଳୀୟ ବୈଠକରେ ସବୁ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର ।

BJD BJP Congress Odisha Politics 5T
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ