Advertisment

୫୦% ରହିବ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା

ବିଶ୍ୱସ୍ତ ସୂତ୍ରରୁ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଥିବାବେଳେ ଚଳିତ ଅଧିବେଶନରେ ବି ଏ ସମ୍ପର୍କିତ ବିଲ୍ ଆସିବା ଅନୁମାନ କରାଯାଉଛି। ଏସବୁ ଆଇନ୍ ବିଧାନସଭାରେ ପାରିତ ହେଲା ପରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରହିବ।

ଅଦ୍ୟତନ ହୋଇଛି
Representational Image

Representational Image

Advertisment

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଟ ଫିଟିଲା। ରାଜ୍ୟ କ୍ୟାବିନେଟ୍‌ରେ ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି। ଜିଲ୍ଲା ପରିଷଦ ଆଇନ ଓ ସମିତି ସଭ୍ୟ ଆଇନ ସଂଶୋଧନ ପ୍ରସ୍ତାବ ଅନୁମୋଦନ ହୋଇଥିବାବେଳେ ପୌର ପରିଷଦ ଓ ମହାନଗର ନିଗମ ଆଇନ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ଯେହେତୁ ବିଧାନସଭା ଅଧିବେଶନ ଚାଲିଛି, ତେଣୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ଏନେଇ ସୂଚନା ଦିଆଯାଇ ନାହିଁ।

Advertisment

ତେବେ ବିଶ୍ୱସ୍ତ ସୂତ୍ରରୁ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଥିବାବେଳେ ଚଳିତ ଅଧିବେଶନରେ ବି ଏ ସମ୍ପର୍କିତ ବିଲ୍ ଆସିବା ଅନୁମାନ କରାଯାଉଛି। ଏସବୁ ଆଇନ୍ ବିଧାନସଭାରେ ପାରିତ ହେଲା ପରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରହିବ। ପୌର ଭୋଟ୍ ସହ ପଞ୍ଚାୟତ ନିର୍ବାଚନ ଏକାସାଙ୍ଗରେ କରିବା ଲାଗି ବିଜେପି ଦାବି କରିଥିଲା  ଏବଂ ପୌର ନିର୍ବାଚନ ଶୀଘ୍ର କରିବାକୁ ବିଜେପି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ପୌର ନିର୍ବାଚନରେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ୨୦୧୮ ମସିହାରେ ରାୟ ଦେବା ସତ୍ତ୍ୱେ ରାଜ୍ୟ ସରକାର ପୌର ନିର୍ବାଚନକୁ ଗତ ୩ବର୍ଷ ଧରି ଗଡ଼ାଇ ଚାଲିଥିଲେ। ତେବେ ରାଜ୍ୟ ସରକାରଙ୍କ ଏଭଳି ଅଗଣତାନ୍ତ୍ରିକ ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହେବାପରେ ପୌର ନିର୍ବାଚନ ପାଇଁ ସରକାର ସଜବାଜ ଆରମ୍ଭ କରିଛନ୍ତି। ପୌର ନିର୍ବାଚନ ପାଇଁ ଆବଶ୍ୟକ ରୁଲସରେ ସଂଶୋଧନ କରି ଅଗଷ୍ଟ ୧୨ତାରିଖରେ ଏନେଇ ଲୋକଙ୍କ ମତାମତ ଲୋଡ଼ିଥିଲେ ସେହିପରି ପଂଚାୟତ ନିର୍ବାଚନ ପରିଚାଳନା ପାଇଁ ରୁଲସରେ ସଂଶୋଧନ କରି ଗତ ଅଗଷ୍ଟ ୧୮ତାରିଖରେ ଏନେଇ ଲୋକଙ୍କ ମତାମତ ଲୋଡ଼ିଥିଲେ। ଅବଶ୍ୟ ରାଜ୍ୟ ସରକାର ପଂଚାୟତ ନିର୍ବାଚନକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବେ ବୋଲି ସଙ୍କେତ ଦେଇଛନ୍ତି। ୨୦୨୨ ମାର୍ଚ୍ଚ ୧୦ତାରିଖରେ ପଂଚାୟତଗୁଡ଼ିକର କାର୍ଯ୍ୟକାଳ ଶେଷ ହେଉଛି। 

Advertisment
Odisha News Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ