Advertisment

ବଦଳିବ ସବୁ ସରକାରୀ ଅଫିସ୍‌ର ଫ୍ୟାନ୍: ୫ ବର୍ଷ ପୁରୁଣା ଫ୍ୟାନ୍ ଓ AC ବଦଳାଇବାକୁ ପ୍ରସ୍ତାବ

ଶକ୍ତି ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ। କାହିଁକି ନା ଓଡିଶା ହେଉଛି ବିଜୁଳି ବଳକା ରାଜ୍ୟ। ତଥାପି କାହିଁକି ଶକ୍ତି ବିଭାଗକୁ ଘାରିଲା ସରକାରୀ କାର୍ଯ୍ୟାଳୟରେ ବିଜୁଳି ବଞ୍ଚାଇବା ଚିନ୍ତା। ଆଉ ମାତ୍ର ୫ ବର୍ଷର ଫ୍ୟାନ, ଏସି ଖୋଲି ନୂଆ  ଲାଗିଲେ କେତେ ବିଜୁଳି ବଞ୍ଚାଇ ପାରିବ ଶକ୍ତି ବିଭାଗ ?

undefined

ଶକ୍ତି ବିଭାଗକୁ ଘାରିଛି ବିଜୁଳି ସଞ୍ଚୟ ଚିନ୍ତା

Advertisment

ଶକ୍ତି ବିଭାଗର ବିଜୁଳି ବଞ୍ଚାଅ ଚିନ୍ତା। ସେଥିପାଇଁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ୫ ବର୍ଷରୁ ଅଧିକ ପୁରୁଣା ଫ୍ୟାନ୍ ଆଉ AC ବଦଳାଇବାକୁ ପ୍ରସ୍ତାବ ଦେଇଛି ବିଭାଗ। ପୁରୁଣା ସ୍ଥାନରେ BLDC ଫ୍ୟାନ ଆଉ ଫାଇଭ ଷ୍ଟାର ଏସି ଲଗାଇବାକୁ ଯୋଜନା ରହିଛି। ହେଲେ ପ୍ରଶ୍ନ ଉଠୁଛି ଓଡ଼ିଶା ଏକ ବିଜୁଳି ବଳକା ରାଜ୍ୟ ହୋଇ ବି କାହିଁକି ସରକାର ଏଭଳି ପ୍ରସ୍ତାବ ଆଣିଛନ୍ତି। ତେବେ ବିରୋଧୀଙ୍କ ଅଭିଯୋଗ ହେଲା, କିକବ୍ୟାକ ପାଇଁ ଫନ୍ଦି କରିଛନ୍ତି ସରକାର।

Advertisment

ବଦଳିବ ସରକାରୀ ଦପ୍ତରର ଏସି ଆଉ ଫ୍ୟାନ। ହଟିବ ପୁରୁଣା ଲାଗିବ ନୂଆ। ଫ୍ୟାନ ହେଲେ ବ୍ରସଲେସ୍ ଡିରେକ୍ଟ କରେଣ୍ଟ ବା BLDC ଆଉ ଏସି ହେଲେ ଫାଇଭ ଷ୍ଟାର। ରାଜ୍ୟ ସରକାରଙ୍କୁ ଏମିତି ପ୍ରସ୍ତାବ ଦେଇଛି ଶକ୍ତି ବିଭାଗ। ପାଞ୍ଚ ବର୍ଷର ପୁରୁଣା ଫ୍ୟାନ ଆଉ ଏସି ହଟାଇ ନୂଆ ଲଗାଇବାକୁ ଦିଆଯାଇଛି ପ୍ରସ୍ତାବ। ଯେଉଁଠି ଯେଉଁଠି ବଦଳାଯିବ ସେଠି କେବଳ BLDC ଫ୍ୟାନ ଏବଂ  ଫାଇଭ ଷ୍ଟାର ଏସି ଲଗାଇବାକୁ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି। ବିଜୁଳି ବଞ୍ଚାଇବା ସହ ସରକାରୀ ଦପ୍ତରର ବିଲ୍ କମାଇବା ପାଇଁ ଶକ୍ତି ବିଭାଗ ଏମିତି ପ୍ରସ୍ତାବ ଦେଇଛି।

ଏହା ସହ ବିଜୁଳି ବିଲ୍ ବଞ୍ଚାଇବା ପାଇଁ ପ୍ରତି ବର୍ଷ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଆନୁଆଲ ଏନର୍ଜି ଅଡିଟ୍ ବା ବାର୍ଷିକ ଶକ୍ତି ସମୀକ୍ଷା କରାଯିବ। ପୂର୍ତ୍ତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶକ୍ତି ବିଭାଗ ମଧ୍ୟରେ ସମନ୍ବୟ ରଖି କର୍ମଶାଳା ଆୟୋଜନ କରି ବିଜୁଳି ବଞ୍ଚାଇବା ପାଇଁ ସଚେତନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଶକ୍ତି ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ। କାହିଁକି ନା ଓଡିଶା ହେଉଛି ବିଜୁଳି ବଳକା ରାଜ୍ୟ। ତଥାପି କାହିଁକି ଶକ୍ତି ବିଭାଗକୁ ଘାରିଲା ସରକାରୀ କାର୍ଯ୍ୟାଳୟରେ ବିଜୁଳି ବଞ୍ଚାଇବା ଚିନ୍ତା। ଆଉ ମାତ୍ର ୫ ବର୍ଷର ଫ୍ୟାନ, ଏସି ଖୋଲି ନୂଆ  ଲାଗିଲେ କେତେ ବିଜୁଳି ବଞ୍ଚାଇ ପାରିବ ଶକ୍ତି ବିଭାଗ ? ତେଣୁ ନିଷ୍ପତ୍ତି ପଛରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ବିରୋଧୀ। ବିଜେପିର ଆଶଙ୍କା କୋଟି କୋଟି ଟଙ୍କାର କିକ୍ ବ୍ୟାକ୍ ହେବ। ଆଉ କଂଗ୍ରେସ ଅଭିଯୋଗ କରିଛି, ସରକାରୀ ଅଧିକାରୀ ହାତ ଚିକ୍କଣ କରିବାକୁ ଏହି ଯୋଜନା। ଶକ୍ତି ମନ୍ତ୍ରୀଙ୍କ ଯୁକ୍ତି କେବଳ ଏହି ଗୋଟିଏ ନୁହେଁ ବିଜୁଳି ବଞ୍ଚାଇବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। 

ବଡ଼ କଥା ହେଉଛି ବିଜୁଳି ବଞ୍ଚାଇବା ପାଇଁ ୨୦୨୨ରେ ସୌର ଶକ୍ତିକୁ ପ୍ରୋସାହନ ଦେବା ପାଇଁ ହିତାଧିକାରୀକୁ ସବ୍‌ସିଡି ଘୋଷଣା କରିଥିଲେ ସରକାର। କିନ୍ତୁ ଏବେ ବି ଏକ ପ୍ରକାର ଏହି ଘୋଷଣା  ଘୋଷଣାରେ ରହିଛି। ଏଠି ପ୍ରଶ୍ନ ଉଠୁଛି ସରକାର ସତରେ କଣ ବିଜୁଳି ବଞ୍ଚାଇବା ପାଇଁ ଏମିତି ନିଷ୍ପତ୍ତି ନେଇଛନ୍ତି ନା ରହିଛି ଆଉ କିଛି ଉଦ୍ଦେଶ୍ୟ। 

Advertisment
Energy Dept
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ