Advertisment

ମେଟ୍ରୋ ପାଇଁ ଆସିଲା ୨୧୦ କୋଟିର ବଜେଟ, ଏପଟେ ମୁଣ୍ଡ ପିଛା ଋଣ ୧୯ ହଜାର

ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୧୧୦ କୋଟି, ସହର ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି, ଓଡ଼ିଶା ମୋଟର ପରିବହନ ଡ୍ରାଇଭର କଲ୍ୟାଣ ପାଇଁ ୨୧ କୋଟି, ନିର୍ବାଚନ ପରିଚାଳନା ପାଇଁ ବଜେଟରେ ୧୯୬ କୋଟି, ବ୍ଲକସ୍ତରରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୧୪ କୋଟି ବ୍ୟୟବରାଦ କରାଯାଇଛି ।

Additional Budget

Additional Budget

Advertisment

ବିଧାନସଭାରେ ୨୦୨୩-୨୪ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ୨୮ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ମନ୍ତ୍ରୀ । ବଜେଟ୍‌ରେ ବିପର୍ଯ୍ୟୟ ପରିଚାଳନା ପାଇଁ ୪୬୯୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ପଞ୍ଚାୟତିରାଜ ବିଭାଗ ପାଇଁ ୪ ହଜାର ୮୩ କୋଟି ବ୍ୟୟବରାଦ କରାଯାଇଛି । 

Advertisment

ସେହିଭଳି ଗଣଶିକ୍ଷା ପାଇଁ ୨୮୮୨ କୋଟି, ଜଳସଂପଦ ପାଇଁ ୨୪୦୭ କୋଟି, ପଞ୍ଚାୟତିରାଜ ସଂସ୍ଥା ଦ୍ୱାରା ସ୍କୁଲ ଘର ନିର୍ମାଣ ପାଇଁ ୧୫୩ କୋଟି ବ୍ୟୟବରାଦ କରାଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୧୧୦ କୋଟି, ସହର ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି, ଓଡ଼ିଶା ମୋଟର ପରିବହନ ଡ୍ରାଇଭର କଲ୍ୟାଣ ପାଇଁ ୨୧ କୋଟି, ନିର୍ବାଚନ ପରିଚାଳନା ପାଇଁ ବଜେଟରେ ୧୯୬ କୋଟି, ବ୍ଲକସ୍ତରରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୧୪ କୋଟି ବ୍ୟୟବରାଦ କରାଯାଇଛି । ଏହାସହ ପଞ୍ଚାୟତକୁ ଆଇଟି ସଂଯୋଗୀକରଣ ପାଇଁ ୨୫୨ କୋଟି ବ୍ୟୟବରାଦ କରାଯାଇଛି ।

ତେବେ ଏଥର ଅତିରିକ୍ତ ବଜେଟ୍‌ରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମଧ୍ୟ ବ୍ୟୟବରାଦ କରାଯାଇଛି । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିଭଳି ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପାଇଁ ବ୍ୟୟବରାଦ ୧୩୦୨ କୋଟିର ବ୍ୟୟବରାଦ କରାଯାଇଛି ।ସେହିଭଳି ପରିବହନ ଯୋଜନା ‘ଲକ୍ଷ୍ମୀ’ ପାଇଁ ୫୫୬ କୋଟିର ବ୍ୟୟବରାଦ କରାଯାଇଛି । 

Advertisment

ଏହି ଅବସରରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ, କହିଛନ୍ତି ୨୦୨୩ ଜୁଲାଇ ସୁଦ୍ଧା ରାଜ୍ୟର ଋଣ ଭାର ୮୮ ହଜାର ୪୮୭ କୋଟି ଟଙ୍କା ରହିଛି । ମୋଟ ଋଣ ପରିମାଣ ଜିଏସ୍‌ଡିପିର ୧୦.୦୩ ପ୍ରତିଶତ । ସେହିଭଳି ରାଜ୍ୟରେ ମୁଣ୍ଡପିଛା ଋଣ ଭାର ୧୯ ହଜାର ୧୭୧ ଟଙ୍କା ରହିଥିବା ସେ କହିଛନ୍ତି । 

BJD Odisha Politics Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ