Odisha Assembly
ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଦିବାସୀ ଜମି ହଡପ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ପ୍ରସଙ୍ଗ ଉଠାଇବାକୁ ବିଜେପି ନିଷ୍ପତ୍ତି ନେଇଛି ।
ଆରପଟେ ଆଞ୍ଚଳିକ ବୈଷମ୍ୟବାଦ, ପଶ୍ଚିମ ଓଡିଶା ପ୍ରତି ଅବହେଳା, ମଣ୍ଡି ସମସ୍ୟା, ଆଇନ ଶୃଙ୍ଖଳା, ଦୁର୍ନୀତି, ସୀମା ବିବାଦ,ଦାଦନ, ବେକାରୀ ଭଳି ପ୍ରସଙ୍ଗ ଗୃହରେ ଉଠାଇବ ବୋଲି କହିଛି କଂଗ୍ରେସ । ବିଧାନସଭାରେ କୋଶଳି ଭାଷାରେ କହିବାକୁ ସୁଯୋଗ ମିଳୁ ବୋଲି ଆଜି ସର୍ବଦଳୀୟ ବୈଠକରେ ଦାବି କରିଥିଲେ କଂଗ୍ରେସର ନରସିଂହ ମିଶ୍ର ।
ସର୍ବଦଳୀୟ ବୈଠକରେ ଗୃହ ସୁପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ଶୀତ ଅଧିବେଶନ ପାଇଁ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଡିଜିପି ସୁନୀଲ ବଂଶଲ । ସୁରକ୍ଷାରେ ନିୟୋଜିତ ହେବେ ୨୮ ପ୍ଲାଟୁନ ପୋଲିସ । ଡ୍ରୋନ ମଧ୍ୟ ବ୍ୟବହାର କରାଯାଇପାରେ । ଏହି ଶୀତ ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ । ମୋଟ ୩୦ଟି ସରକାରୀ କାର୍ଯ୍ୟଦିବସ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700493378.jpg)