Advertisment

ଛାଡୁନି କ୍ୱାର୍ଟର ମୋହ ! ପଦ ନଥାଇ ବି ସରକାରୀ ଘର ମାଡ଼ି ବସିଛନ୍ତି ୨୭ Ex-MLA

ଆଲର୍ଟ ସତ୍ତ୍ୱେ କ୍ୱାର୍ଟର ନପାଇ ଗେଷ୍ଟ ହାଉସରେ ରହୁଛନ୍ତି ବହୁ ମନ୍ତ୍ରୀ-MLA । ତୁରନ୍ତ କ୍ବାର୍ଟର ଖାଲି କରିବାକୁ ପୂର୍ବତନ ବିଧାୟକଙ୍କୁ ଜିଏ ନୋଟିସ୍ ।

undefined

Odisha Politics

Advertisment

୨୭ ଜଣ ପୂର୍ବତନ ମନ୍ତ୍ରୀ ଓ ବିଧାୟକ ମାଡ଼ି ବସିଛନ୍ତି ସରକାରୀ କ୍ୱାର୍ଟର। ଷୋଡ଼ଶ ବିଧାନସଭା ଭଙ୍ଗ ହେବାର ଶହେ ଦିନ ପୁରିଲାଣି । ବିଧାୟକ ପଦ ବି ନାହିଁ । ତଥାପି କ୍ୱାର୍ଟର ଖାଲି କରୁନାହାନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅମର ପ୍ରସାଦ ଶତପଥୀ, ଦେବୀ ପ୍ରସାଦ ମିଶ୍ର, ରଜନୀକାନ୍ତ ସିଂ, ପ୍ରେମାନନ୍ଦ ନାୟକ, ପ୍ରୀତିରଞ୍ଜନ ଘଡାଇ, ରିତା ସାହୁ ଓ ସୁରେଶ ରାଉତରାୟଙ୍କ ଭଳି ନେତା।

Advertisment

ନିୟମ ଅନୁସାରେ, ବିଧାନସଭା ଭଙ୍ଗ ହେବାର ୧୫ ଦିନରୁ ମାସେ ଭିତରେ ପୂର୍ବତନ ବିଧାୟକ ମାନେ ସରକାରୀ କ୍ୱାର୍ଟର ଫେରସ୍ତ କରିବା କଥା । ହେଲେ ଏଯାଏଁ କ୍ୱାର୍ଟର ଖାଲି କରିନଥିବାରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସେମାନଙ୍କୁ ଜାରି ହୋଇଛି ନୋଟିସ। ଏପରିକି କ୍ୱାର୍ଟରକୁ ଯାଇ ତୁରନ୍ତ ଖାଲି କରିବାକୁ କହିଛନ୍ତି ରେଣ୍ଟ ଅଫିସର ଓ ଏନଫୋର୍ସମେଣ୍ଟ ସ୍କ୍ୱାଡ୍।

ପୁରୁଣା ଛାଡୁନଥିବାରୁ ନୂଆ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିପାରୁନି କ୍ୱାର୍ଟର। ଆଲଟ୍ ସତ୍ତ୍ୱେ ସରକାରୀ କ୍ୱାର୍ଟର ଅପେକ୍ଷାରେ ଅଛନ୍ତି ପ୍ରାୟ ୬୦ ଜଣ ବିଧାୟକ ଓ ମନ୍ତ୍ରୀ। ସେମାନଙ୍କୁ ଷ୍ଟେଟ୍ ଗେଷ୍ଟ ହାଉସରେ ରଖାଯାଇଛି। ହେଲେ ତାହା ପର୍ଯ୍ୟାପ୍ତ ହୋଇପାରୁନି। 

Advertisment

ଏଇ ଯେମିତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତାଙ୍କୁ ଗେଷ୍ଟ ହାଉସର ୫୦୫ ନମ୍ବର ରୁମ୍ ମିଳିଛି। ଏଠି ମନ୍ତ୍ରୀଙ୍କ ସହ ପୁରା ପରିବାର ରହୁଛନ୍ତି। ଭଡା ବାବଦକୁ ଦିନକୁ ୬ଶହ ଟଙ୍କା, ଖାଇବା ବିଲ୍ ଅଲଗା। ତାଭିତରେ କେତେବେଳେ କର୍ମୀ ଆସି ଭେଟୁଛନ୍ତି ତ କେତେବେଳେ କାମ ପାଇଁ ସରକାରୀ କର୍ମଚାରୀ ବି ଆସୁଛନ୍ତି। ତେଣୁ ଗେଷ୍ଟ ହାଉସରେ ଏସବୁ ଆଡଜଷ୍ଟ କରିବା ମୁସ୍କିଲ ହୋଇପଡିଲାଣି କୃଷ୍ଣ ମହାପାତ୍ରଙ୍କ ସହ ଅନ୍ୟମନ୍ତ୍ରୀ ଓ ବିଧାୟକଙ୍କ କ୍ଷେତ୍ରରେ ।

ସାଧାରଣ ପ୍ରଶାସନ ବିଭାଗ ସହ ଓଡ଼ିଶା ବିଧାନସଭା ପକ୍ଷରୁ ମଧ୍ୟ କିଛି କ୍ୱାର୍ଟର ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିଛି। ତାକୁ ବି କିଛି ପୂର୍ବତନ ବିଧାୟକ ଏଯାଏଁ ଛାଡୁ ନଥିବା ଅଭିଯୋଗ ହୋଇଛି।

Advertisment

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ