Advertisment

'ଏବେ ଭୋଟ୍ ହେଲେ ପୁଣି ସରକାର ଗଢ଼ିବ NDA'

ଇଣ୍ଡିଆ ଟିଭି- CNXର ଓପିନିଅନ୍ ପୋଲ୍ ଆକଳନରୁ ଏହି ତଥ୍ୟ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା, ବିତର୍କ ଆରମ୍ଭ ହୋଇଛି।

undefined

2024 LS Polls Predictions

Advertisment

ଆଜିର ଦିନରେ ଦେଶରେ ନିର୍ବାଚନ ହେଲେ କେନ୍ଦ୍ରରେ ପୁଣିଥରେ ସରକାର ଗଢିବ NDA। ପ୍ରଧାନମନ୍ତ୍ରୀ ଭାବେ ହାଟ୍ରିକ୍ କରିବେ ନରେନ୍ଦ୍ର ମୋଦି। ଇଣ୍ଡିଆ ଟିଭି- CNXର ଓପିନିଅନ୍ ପୋଲ୍ ଆକଳନରୁ ଏହି ତଥ୍ୟ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା, ବିତର୍କ ଆରମ୍ଭ ହୋଇଛି। ଏପଟେ ଓଡ଼ିଶାରେ ବିଜେଡିକୁ ୧୩ଟି, ବିଜେପିକୁ ୮ଟି ସିଟ୍ ଓ କଂଗ୍ରେସ୍ ଖାତା ଖୋଲି ପାରିବ ନାହିଁ ବୋଲି ସର୍ଭେ କହୁଛି। ଯାହାକୁ ନେଇ ତେଜିଛି ରାଜନୀତି। ସମସ୍ତ ଦଳ ଦାବି କରିଛନ୍ତି, ସେମାନେ ଓପିନିଅନ୍ ପୋଲ୍ ଆକଳନଠାରୁ ଅଧିକ ସିଟ୍ ପାଇବେ।

Advertisment

ଇଣ୍ଡିଆ ଟିଭି–CNX ଓପିନିଅନ୍ ପୋଲ୍ ଆକଳନ ଆଜିର ଦିନରେ ନିର୍ବାଚନ ହେଲେ କେନ୍ଦ୍ରରେ ପୁଣି NDA ସରକାର। ଓଡ଼ିଶାରେ ବିଜେଡିକୁ ୧୩, ବିଜେପିକୁ ୮ ଲୋକସଭା ସିଟ୍।  ଓପିନିଅନ୍ ପୋଲ୍ ତଥ୍ୟକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ୍, ବୟାନବାଜି। ଇଣ୍ଡିଆ ଟିଭି–CNX ଓପିନିଅନ୍ ପୋଲ୍ ଆକଳନ କହୁଛି, ଆଜିର ଦିନରେ ଲୋକସଭା ନିର୍ବାଚନ ହେଲେ ପୁଣି ଥରେ ସ୍ପଷ୍ଟ ବହୁମତ ପାଇବ NDA। ହାଟ୍ରିକ୍ ବିଜୟ ସହ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ଓପିନିଅନ୍ ପୋଲ୍ ଆକଳନ କହୁଛି, ଏନଡିଏକୁ ୩୧୮ ଆସନ ଓ ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆକୁ ୧୭୫ ଆସନ ମିଳିପାରେ।

ଅନ୍ୟାନ୍ୟ ଆଂଚଳିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ୫୦ ସିଟ୍‌ରେ ସୀମିତ ରହିବେ। ତେବେ ୨୦୧୯ ନିର୍ବାଚନରେ ବିଜେପି ପାଇଥିବା ୩୦୩ ସିଟ୍ ତୁଳନାରେ ଏହା ୨୯୦କୁ ଖସି ଆସିବ। ଅନ୍ୟପକ୍ଷରେ କଂଗ୍ରେସର ସିଟ୍ ୫୨ରୁ ୬୬କୁ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଇଛି। ଏଣେ ଓଡ଼ିଶା କଥା ଦେଖିଲେ, ଯଦି ଆଜି ଦିନରେ ଲୋକସଭା ନିର୍ବାଚନ ହୁଏ ତାହେଲେ ବିଜେଡିକୁ ୧୩ଟି ସିଟ୍, ବିଜେପିକୁ ୮ ଓ କଂଗ୍ରେସକୁ କୌଣସି ସିଟ୍ ମିଳିବ ନାହିଁ ବୋଲି ଓପିନିଅନ୍ ପୋଲ୍ କହୁଛି।

Advertisment

ପ୍ରତିକ୍ରିୟାରେ ବିଜେଡି କହିଛି, ଦଳ ଆଗାମୀ ନିର୍ବାନଚରେ ୨୦ଟି ଲୋକସଭା ସିଟ୍ ପାଇବା ସହିତ ରାଜ୍ୟରେ କ୍ଷମତା ବଜାୟ ରଖିବ। ବିଜେପି କହିଛି, ସର୍ଭେ ରିପୋର୍ଟ ଅନୁସାରେ ୮ରୁ ଯଥେଷ୍ଟ  ଅଧିକ ଲୋକସଭା ସିଟ୍ ଦଳକୁ ମିଳିବ। ଅନ୍ୟପକ୍ଷରେ କଂଗ୍ରେସ୍ ଏଭଳି ସର୍ଭେକୁ କପଳୋକଳ୍ପିତ ବୋଲି କହିବା ସହ ଦଳ ୮ରୁ ୧୦ଟି ସିଟ୍ ପାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଛି।

୨୦୧୯ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ୩୯ ପ୍ରତିଶତ ଭୋଟ୍ ପାଇ ୮ଟି ସିଟ୍ ଜିତିଥିଲା। ବିଜେଡି ୪୩.୩୨ ପ୍ରତିଶତ ଭୋଟ୍ ସହିତ ହାତେଇ ଥିଲା ୧୨ଟି ଆସନ। ତେବେ ବିଜେପି ବିଧାନସଭା ଅପେକ୍ଷା ଲୋକସଭାରେ ୭ ପ୍ରତିଶତ ଅଧିକ ଭୋଟ୍ ପାଇଥିଲା। ଇଣ୍ଡିଆ ଟିଭି–CNX ଓପିନିଅନ୍ ପୋଲ୍ ଅନୁସାରେ ଆଜି ଭୋଟ ହେଲେ ବିଜେଡିକୁ ୪୫ ପ୍ରତିଶତ ଓ ବିଜେପିକୁ ୪୧ ପ୍ରତିଶତ ଭୋଟ୍ ମିଳିପାରେ। ତେବେ ଲୋକସଭା ନିର୍ବାଚନକୁ ଆହୁରି ୮ ମାସ ଥିବାରୁ ଏବେଠୁ କେଉଁ ଦଳ କଣ ଷ୍ଟ୍ରାଟେଜି କରୁଛନ୍ତି ତା ଉପରେ ସବୁ ନିର୍ଭର କରିବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। 

Advertisment

ଓପିନିଅନ୍ ପୋଲ୍ ଆକଳନକୁ ନେଇ ଚର୍ଚ୍ଚା ଭିତରେ ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହେବ ବୋଲି ପୁଣି ଥରେ ଦୋହରାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆଉ ଏଭଳି କ୍ଷେତ୍ରରେ ବିଜେପି ଏଠାରେ କ୍ଷମତାକୁ ଫେରିବ ବୋଲି ସେ ଆଶା ରଖିଛନ୍ତି। ଆଉ ବିଜେଡି କହିଛି, ନିର୍ବାଚନ ଯେତେବେଳେ ବି ହେଉ ବିଜେଡି ଷଷ୍ଠଥର ଲାଗି କ୍ଷମତା ଦଖଲ କରିବ।

Narendra Modi Prime Minister Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ