Advertisment

ଏକାସଙ୍ଗେ ଇସ୍ତଫା ଦେଲେ ବିଜେପିର ୧୫ ଜିଲ୍ଲା ପରିଷଦ ସଦସ୍ୟ

ମୟୁରଭଞ୍ଜ ଜିଲ୍ଲାର ୧୧ ତମ ଜିଲ୍ଲା ପରିଷଦ ବୈଠକ ବସିଥିଲା। ଏଥିରେ ବିଭିନ୍ନ ବିଭାଗର ଆଲୋଚନାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଠକକୁ ଅଧାରୁ ସ୍ଥଗିତ ରଖିଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ହଟ୍ଟଗୋଳ।

Mass Resignation

Mass Resignation

Advertisment

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବିଜେପିକୁ ଲାଗିଛି ଜୋରଦାର ଝଟ୍‌କା। ଏଠାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏକାସଙ୍ଗେ ଇସ୍ତଫା ଦେଇଛନ୍ତି ବିଜେପିର ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ। କେବଳ ଜିଲ୍ଲା ପରିଷଦ ନୁହେଁ, ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ବି ମଧ୍ୟ ସମସ୍ତେ ଇସ୍ତଫା ଦେଇଛନ୍ତି। ତେବେ କାହିଁକି ଏଭଳି ସାମୂହିକ ଇସ୍ତଫା ଦେଲେ ଏହି ୧୫ ଜଣ ସଦସ୍ୟ ଏବଂ ସଦସ୍ୟା, ସେନେଇ ନାନା ଚର୍ଚ୍ଚା ହେଉଛି।

Advertisment

ଆଜି ମୟୁରଭଞ୍ଜ ଜିଲ୍ଲାର ୧୧ ତମ ଜିଲ୍ଲା ପରିଷଦ ବୈଠକ ବସିଥିଲା। ଏଥିରେ ବିଭିନ୍ନ ବିଭାଗର ଆଲୋଚନାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଠକକୁ ଅଧାରୁ ସ୍ଥଗିତ ରଖିଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ହଟ୍ଟଗୋଳ। ଆଉ ସଂଧ୍ୟାରେ ଏକ ହୋଟେଲରେ ବିଜେପିର କିଛି ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟା ଏକତ୍ରିତ ହୋଇ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ଆଣି ବର୍ଷିବା ସହ ଦଳରୁ ଉସ୍ତଫା ଦେଇଥିବା କହିଥିଲେ।

ତେବେ ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ସମୟରୁ ଦଳରେ ଥାଇ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ଏମାନଙ୍କୁ ବହିଷ୍କାର କରାଯାଇଛି।

Advertisment
BJP Panchayat Polls Resignation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ