Advertisment

ଓଡ଼ିଶାକୁ କ’ଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ? ସଫଳତା ବଖାଣିଲେ ଅଶ୍ୱିନୀ

ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ସେଥିରେ ପ୍ୟାନେଲ ରହିବ ନାହିଁ । ତେଣୁ ସେଥିରେ କିଛି ଗଡ଼ବଡ଼ି କରାଯାଇ ପାରିବନି ।

Narendra Modi

Narendra Modi

Advertisment

ମୋଦି ସରକାର ୩.୦ ର ଶହେ ଦିନ ଭିତରେ ନିଆଯାଇଛି ଅନେକ ବଡ ନିଷ୍ପତ୍ତି। ୧୫ ଲକ୍ଷ କୋଟିର କାମ ଆରମ୍ଭ କରାଯାଇଛି। ୩ କୋଟି ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ସାଙ୍ଗକୁ ୭୦ ବର୍ଷରୁ ଅଧିକ ୩ କୋଟି ବୟସ୍କଙ୍କୁ ଆୟୁଷ୍ମାନ ଭାରତରେ ସାମିଲ୍ ନିଷ୍ପତ୍ତି ହୋଇଛି। ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଭାରତକୁ ବିକଶିତ କରିବା ଲାଗି ସରକାରଙ୍କ ୧୦୦ ଦିନର କାମ ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

Advertisment

ବାଲେଶ୍ୱର ବାହାନଗା ଦୁର୍ଘଟଣା ପରେ ରେଳ ସୁରକ୍ଷା ଦିଗରେ ନିଆଯାଇଛି ବ୍ୟାପକ ପଦକ୍ଷେପ । ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଏହା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଛନ୍ତି, ବାଲେଶ୍ୱର ବାହାନଗା ଭଳି ଦୁର୍ଘଟଣା ଏଡ଼ାଇବା ପାଇଁ ନୂଆ ବ୍ୟବସ୍ଥା ଅଣାଯାଇଛି । ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ସେଥିରେ ପ୍ୟାନେଲ ରହିବ ନାହିଁ । ତେଣୁ ସେଥିରେ କିଛି ଗଡ଼ବଡ଼ି କରାଯାଇ ପାରିବନି ।

ମଧ୍ୟପ୍ରଦେଶ ରତଲାମରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । ରେଳ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ରେଳମନ୍ତ୍ରୀ । କହିଛନ୍ତି, ଉପା ସରକାର ବେଳେ ବର୍ଷକୁ ୧୭୧ଟି ଦୁର୍ଘଟଣା ଘଟୁଥିଲା । ଏବେ ଗତ ବର୍ଷ ୪୦ଟି ଘଟଣା ଘଟିଛି । ପ୍ରତି ଘଟଣାକୁ ଗମ୍ଭୀରତାର ସହ ନିଆଯାଇ ତଦନ୍ତ କରାଯାଉଛି । କେଉଁ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଲା ତଦନ୍ତ କରାଯାଇ ସୁଧାର ଅଣାଯାଉଛି । ଏଥିସହ ସେ କହିଛନ୍ତି, ୯୭ ହଜାର ସିଗ୍ନାଲ ପ୍ୟାନେଲ ଯାଞ୍ଚ କରାଯାଇଛି । ୨୫ ହଜାର କିମି ରେଳ ଲାଇନ୍ ନବୀକରଣ କାର୍ଯ୍ୟ କରାଯାଇଛି । ୧ ଲକ୍ଷ ୮୬ ହଜାର କିମି ଟ୍ରାକ୍  ଅଲଟ୍ରାସାଉଣ୍ଡ ଟେଷ୍ଟ କରାଯାଇଛି । ୯୯୦ ରେଳ ସେତୁ ନବୀକରଣ ହୋଇଛି ଏବଂ ୫୩୦୦ ଫଗ୍  ସେଫ୍ଟି ଡିଭାଇସ୍ ଲାଗିଛି । 

Advertisment

ରେଳ ଦୁର୍ଘଟଣା ରୋକିବାକୁ କବଚ ସିଷ୍ଟମ୍ ଲାଗୁ କରିବା ଉପରେ ମଧ୍ୟ ବଡ଼ ଅପଡେଟ୍ ଦେଇଛନ୍ତି ରେଳମନ୍ତ୍ରୀ । କହିଛନ୍ତି ୬ ବର୍ଷ ଭିତରେ କବଚ କାମ ସରିବ । ରେଳ ସୁରକ୍ଷା ପାଇଁ ସାରା ଦେଶରେ ଲଗାଯିବ କବଚ ସିଷ୍ଟମ । ଆଗାମୀ ୬ ବର୍ଷ ଭିତରେ ସାରା ଦେଶରେ କବଚ ଲଗାଯିବ । କବଚ ଲଗାଇବା ନେଇ ଜୋରଦାର୍  ଭାବେ କାମ ଚାଲୁ ରହିଛି । ୯୬୦୦ ଟ୍ରାକ୍ ରେ କବଚ ଲଗାଇବା ପାଇଁ ଟେଣ୍ଡର ଡକାଯାଇଛି ବୋଲି ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

Narendra Modi BJP Ashwini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ