Advertisment

ବିମାନବନ୍ଦରରେ ମଦ ପିଇ ବିଜେଡି ନେତାଙ୍କ ବିଶୃଙ୍ଖଳା ଘଟଣାକୁ ନେଇ ବର୍ଷିଲା ବିଜେପି

ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Politics

Politics

ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ବିଜେପି । ଆଜି ଏକ ପ୍ରେସମିଟ୍‌ରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ବର୍ଷିଛନ୍ତି ।

Advertisment

ବିମାନବନ୍ଦରରେ ବିଜେଡି ନେତା ଯେଭଳି ଆଚରଣ କଲେ, ତାହା କଣ ନବୀନ ବାବୁଙ୍କ ଜୀବନବ୍ୟାପୀ ସାଧନା କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଭଳି ଘଟଣା ଜାତୀୟ ସ୍ତରରେ ଓଡ଼ିଶାକୁ ଅପମାନିତ କରିଛି ବୋଲି ଇରାଶିଷ କହିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା ବେଳେ ବିଜେଡି ନେତା ଓ କର୍ମୀଙ୍କ ଭିଡ଼ ଯୋଗୁଁ ସାଧାରଣ ଲୋକେ ଯେପରି ହଇରାଣ ହେଲେ, ତାକୁ ନେଇ ମଧ୍ୟ ସେ ସମାଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଯେବେ ଓଡ଼ିଶା ଫେରିଲେ ଘଣ୍ଟା ଘଣ୍ଟା ପାଇଁ ଟ୍ରାଫିକ ଜାମ୍‌ ହେଲା, ଆମ୍ବୁଲାନ୍ସ ବି ଅଟକି ରହିଲା। ଲୋକେ ଟ୍ରେନ୍‌, ଫ୍ଲାଇଟ ମିସ୍‌ କଲେ। ପୋଲିସ୍‌ ସବୁ ଦେଖି ବି କିପରି ଚୁପ୍‌ ରହିଛି। ବିଜେଡି ନେତା କ’ଣ ଆଇନରୁ ଊର୍ଦ୍ଧ୍ୱରେ ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

ବିଜେପି ଯୁବ ମୋର୍ଚ୍ଚାର ଏହି ଅଭିଯୋଗ ନେଇ ବିଜେଡି ବିଧାୟକ ବ୍ୟୋମକେଶ ରାୟ କିମ୍ବା ପ୍ରଣବ ବଳବନ୍ତରାୟଙ୍କ ପ୍ରତିକ୍ରିୟା ମିଳିପାରିନି । ସେପଟେ ପୂର୍ବରୁ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ସେ କହିଥିଲେ ଯେ, କିଛି ବିଜେଡି ନେତା ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରୁଥଲେ । ସେମାନଙ୍କୁ ନେବାକୁ ଯାଇଥିଲେ ବିଧାୟକ ବ୍ୟୋମକେଶ ରାୟ । ଏହି ସମୟରେ ବିଳମ୍ବ ହେବାକୁ ପାଟିତୁଣ୍ଡ ହୋଇଥିଲା ବୋଲି ସେ ସଫେଇ ରଖିଥିଲେ ।

BJD BJP Politics
Advertisment
Advertisment