‘ଏବେ ବି ବିଜେଡିରେ ମୋ ନାଁ ରହିଛି, ମୁଖ୍ୟମନ୍ତ୍ରୀ ମୋତେ ଭଲ ପାଆନ୍ତି’

ଏବେ ବି ତାଲିକାରେ ନାଁ ରହିଛି, ମିଡିଆରେ ବହିଷ୍କୃତ ହୋଇଛି ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଯଦି ଭଲ ପାଉ ନ ଥାନ୍ତେ, ଲିଖିତ ଭାବେ ବିଧାନସଭାକୁ ଜଣାଇଥାନ୍ତେ ।

pradeep panigrahi

ପୁଣି ମୁହଁ ଖୋଲିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କହିଲେ ଏବେ ବି ତାଙ୍କ ନାଁ ବିଜେଡିରେ ରହିଛି । ମୁଖ୍ୟମନ୍ତ୍ରୀ ଯଦି ତାଙ୍କୁ ଭଲ ପାଉ ନଥାନ୍ତେ ତେବେ ସେ ଲିଖିତ ଭାବେ ବିଧାନସଭାକୁ ଜଣାଇଥାନ୍ତେ । ଆଉ ତାଲିକାରୁ ତାଙ୍କ ନାଁ ନିଶ୍ଚିତ କଟିଥାନ୍ତା । କିନ୍ତୁ ଗତ ଏପ୍ରିଲ ୨ ତାରିଖରେ ବିଧାନସଭା ୱେବ୍‌ସାଇଟ୍‌ ଅପ୍‌ଡେଟ୍‌ ହୋଇଛି । ହେଲେ ଏହାବାଦ୍‌ ବି ତାଙ୍କ ନାଁ ବିଜେଡିରେ ରହିଛି । କେବଳ ମିଡିଆରେ ତାଙ୍କୁ ବହିସ୍କାର କରାଯାଇଛି ବୋଲି କୁହାଯାଇଥିବା ପ୍ରଦୀପ କହିଛନ୍ତି ।

ଅନ୍ୟପଟେ ପୁଣି ଥରେ ଅସନ୍ତୋଷ ଝାଡ଼ିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି, ‘ମୋତେ ଜିଲ୍ଲା କିମ୍ବା ନିର୍ବାଚନ ମଣ୍ଡଳୀର କୌଣସି ବୈଠକକୁ ଡକାଯାଉନି । ନିୟମ ଅନୁସାରେ ଲୋକ ପ୍ରତିନିଧିଙ୍କୁ ଜଣାଇବା କଥା କିନ୍ତୁ ତାଙ୍କୁ କେହି ଜଣାଉନାହାନ୍ତି ।